୨୦-ଅଗଷ୍ଟ-୨୦୨୪, ମଙ୍ଗଳବାର
_➡️୧-ବାସୁଙ୍ଗା ପାଟରେ ପଟରା ବିଶୋଇ ସେବକ ପ୍ରସ୍ତୁତ କରିଥିବା ରାକ୍ଷୀ ଦାରୁବ୍ରହ୍ମ ଶ୍ରୀ ଜଗନ୍ନାଥ ଏବଂ ଶ୍ରୀ ବଳଭଦ୍ର ଶ୍ରୀଭୂଜରେ କଲେ ପରିଧାନ l ଭଉଣୀ ସୁଭଦ୍ରା ଶ୍ରାବଣ ପୂର୍ଣ୍ଣିମା ତିଥିରେ ଦୁଇଭାଇ ଜଗା ବଳିଆଙ୍କ ହାତରେ ବାନ୍ଧିଲେ ରାକ୍ଷୀ l_
_➡️୨-ରୁଷ ସହ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମଥର ପାଇଁ ୟୁକ୍ରେନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ସୂଚନା ଅନୁସାରେ, ମୋଦୀ ଆସନ୍ତା ୨୩ ତାରିଖରେ ୟୁକ୍ରେନ ଗସ୍ତ କରିବେ। ୩୦ ବର୍ଷ ପରେ ଭାରତର କୌଣସି ପ୍ରଧାନମନ୍ତ୍ରୀ ୟୁକ୍ରେନ୍ରେ ପହଞ୍ଚିବେ l ତେବେ ୟୁକ୍ରେନ୍ ଗସ୍ତ ପୂର୍ବରୁ ମୋଦି ଅଗଷ୍ଟ ୨୧ ଓ ୨୨ରେ ପୋଲାଣ୍ଡ ଗସ୍ତ କରିବେ।_
_➡️୩-ଆଜିଠାରୁ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନ। ଏହି ଅଧିବେଶନ ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଚାଲିବ ।_
_➡️୪-ବଢ଼ିବ ପିଏମ ଆବାସ ଯୋଜନା ସହାୟତା ରାଶି l ଏଣିକି ୧ଲକ୍ଷ ୨୦ହଜାର ବଦଳରେ ମିଳିବ ୧ଲକ୍ଷ ୮୦ ହଜାର ଟଙ୍କା l ଖୁବଶୀଘ୍ର ଏ ନେଇ ସମ୍ପୂର୍ଣ୍ଣ ଗାଇଡ଼ ଲାଇନ ଆସିବ ।_
_➡️୫-ଉନ୍ନତ ହେବ ଆଦିବାସୀ ବହୁଳ ଗାଁ । ପ୍ରଥମ ପର୍ଯ୍ୟାୟରେ ୫୦୦ ଆଦିବାସୀ ଗାଁକୁ ଉନ୍ନତ କରିବା ପାଇଁ ସରକାର ନେଲେ ଲକ୍ଷ୍ୟ l_
_➡️୬-କୋଲକାତା ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତର ହେବ ପଲିଗ୍ରାଫ ଟେଷ୍ଟ । ଅଭିଯୁକ୍ତ ସଞ୍ଜୟ ରାୟର ଲାଇ ଡିଟେକ୍ଟର ଟେଷ୍ଟ ପାଇଁ ହାଇକୋର୍ଟ ସିବିଆଇକୁ ଦେଲେ ଅନୁମତି l_
_➡️୭-ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ମାଉନ୍ଦପୁରଠାରେ ବିଷାକ୍ତ ମଦ ପିଇ ୧୫ରୁ ଉର୍ଦ୍ଧ୍ୱ ହେଲେ ଅସୁସ୍ଥ l ସମସ୍ତଙ୍କୁ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ବ୍ରହ୍ମପୁର ବଡ଼ ମେଡିକାଲକୁ କରାଗଲା ସ୍ଥାନାନ୍ତର l_
_➡️୮-ଏ ବର୍ଷ ବି ହେବନି ଛାତ୍ର ସଂସଦ ନିର୍ବାଚନ l ନେଇ ଦେଖାଦେଇଥିଲ ଉତ୍ସାହ ହଠାତ୍ ଫିକା ପଡିଯାଇଛି । ପର୍ୟ୍ୟାପ୍ତ ସମୟ ନଥିବା ଦର୍ଶାଇ ୬ ବର୍ଷ ଧରି ବନ୍ଦ ଥିବା ଛାତ୍ର ସଂସଦ ନିର୍ବାଚନକୁ ଆଉ ଗୋଟିଏ ବର୍ଷ ଟାଳି ଦେଲେ ରାଜ୍ୟ ସରକାର l_
_➡️୯-ଅଞ୍ଚଳରେ ଅଜଣା ରୋଗରେ ଦୈନିକ ଶହ ଶହ ସଂଖ୍ୟାରେ ବ୍ରଏଲର କୁକୁଡା ମରୁଛନ୍ତି। ଏହାକୁ ନେଇ କୁକୁଡା ଚାଷୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିବା ବେଳେ କୁକୁଡା ମଡକର ପ୍ରକୃତ କାରଣ ସଂପର୍କରେ ଅଦ୍ୟାବଧି କୌଣସି ସୂଚନା ଏବେସୁଦ୍ଧା ମିଳିପାରିନାହିଁ।_
_➡️୧୦-‘ବର୍ଡର ୨’ ଫିଲ୍ମ ପାଇଁ ଅଭିନେତା ବରୁଣ ଧାୱନ କଲେ ସାଇନ୍ । ରିପୋର୍ଟ ଅନୁଯାୟୀ, ଫିଲ୍ମ ‘ବର୍ଡର ୨’ରେ ସନ୍ନିଙ୍କ ସହ ଆୟୁଷ୍ମାନ ଓ ବରୁଣଙ୍କୁ ଏକାଠି ଦେଖିବାକୁ ମିଳିବ l_
_➡️୧୧-ଅଗଷ୍ଟ ୧୫ରେ ମୁକ୍ତିଲାଭ କରିଥିବା ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓଙ୍କ ବହୁ ପ୍ରତୀକ୍ଷିତ ‘ସ୍ତ୍ରୀ ୨’ ଚଳଚ୍ଚିତ୍ର ରିଲିଜ୍ ହେବାର ମାତ୍ର ୪ ଦିନ ମଧ୍ୟରେ ବିଶ୍ୱବ୍ୟାପୀ ୨୮୩ କୋଟି ଟଙ୍କା ସଂଗ୍ରହ କଲାଣି l_
_➡️୧୨-କୋଲକାତା ଅଘଟଣ ପରେ ଏଣିକି ରାତିରେ ମହିଳା ଡାକ୍ତର ଡ୍ୟୁଟି ନକରିବାକୁ ଆବେଦନ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେମାନଙ୍କ ସୁରକ୍ଷା ପାଇଁ ଗଠନ ହେବ ସ୍ୱତନ୍ତ୍ର ଆପ୍ ।_
_➡️୧୩-ଥରିଲା କଶ୍ମୀର ଘାଟି। ବ୍ୟାକ୍ ଟୁ ବ୍ୟାକ୍ ଅନୁଭୂତ ହେଲା ଭୂମିକମ୍ପ ଝଟ୍କା। ଆଜି ସାକଳୁ ଜମ୍ମୁ କଶ୍ମୀରର ପୁଞ୍ଚ ଓ ବାରାମୁଲା ଅଞ୍ଚଳରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି।_
_➡️୧୪-ପାକିସ୍ତାନ ଓ ବାଂଲାଦେଶ ସୀମାରେ ଥିବା ସବୁ ବିମାନ ବନ୍ଦର ଓ ବନ୍ଦର ଅଧିକାରୀମାନଙ୍କୁ ଆସୁଥିବା ଯାତ୍ରାଙ୍କ ମଙ୍କିପକ୍ସ ଲକ୍ଷଣ ଦେଖାଯାଉଥିଲେ ସତର୍କତା ଅବଲମ୍ବନ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଦେଲେ ନିର୍ଦେଶ l_
_➡️୧୫-ଖୁବଶୀଘ୍ର ବଦଳିଯିବ Instagram ପ୍ରୋଫାଇଲର Look, ନୂଆ ରୂପରେ ୟୁଜର ଦେଖିବେ ନିଜ ଫଟୋ l_
_➡️୧୬-ଭାରତୀୟ ସ୍ଥଳସେନା ଓ ବାୟୁସେନା ବିଶ୍ୱର ପ୍ରଥମ ପୋର୍ଟେବଲ ହସ୍ପିଟାଲକୁ ସଫଳତା ପୂର୍ବକ କଲା ପାରାଡ୍ରପ୍ । ପାରାଚ୍ୟୁଟ୍ ସହାୟତାରେ ଏହାକୁ ଓହ୍ଲାଯାଇଥିଲା । ଏହି ପୋର୍ଟେବଲ ହସ୍ପିଟାଲର ନାମ ରହିଛି ‘ଆରୋଗ୍ୟ ମୈତ୍ରୀ ହେଲ୍ଥ କ୍ୟୁବ୍’ l_
_➡️୧୭-ଆମେରିକାର ଟେକ୍ସାସ ରାଜ୍ୟର ହୁଷ୍ଟନଠାରେ ୯୦ ଫୁଟ ଉଚ୍ଚତାର ଶ୍ରୀ ହନୁମାନଙ୍କ ମୂର୍ତ୍ତି ହେଲା ପ୍ରତିଷ୍ଠା । ଏହାକୁ ‘ଷ୍ଟାଚ୍ୟୁ ଅଫ ୟୁନିୟନ’ ନାମରେ ନାମିତ କରାଯାଇଛି। ଉତ୍ତର ଆମେରିକାର ଏହା ହେଉଛି ସର୍ବବୃହତ ମୂର୍ତ୍ତି।_
_➡️୧୮-ନଭେମ୍ବର ୨୨ରୁ ଆରମ୍ଭ ହେବ ବର୍ଡର-ଗାଭାସ୍କର ଟ୍ରଫି l ୨୦୧୬ରୁ ଭାରତ ଜିତି ଆସୁଛି l ସେପଟେ ଟ୍ରଫି ଫେରିପାଇବାକୁ ଅଷ୍ଟ୍ରେଲିଆ ବ୍ୟଗ୍ର l_
_➡️୧୯-ୟୁନିଟ୍-୧ସ୍ଥିତ ଭୁବନେଶ୍ବର ଫୁଟ୍ବଲ୍ ଏକାଡେମି ପରିସରରେ ୟୁନିଟ୍-୬ ଦୌଡ଼କୁଦ ସଂଘ ଅନୁକୂଲ୍ୟରେ ଚାଲିଥିବା ୩୩ତମ ଜୟନ୍ତ ମହାପାତ୍ର ସ୍ମାରକୀ ଅନ୍ତଃବିଦ୍ୟାଳୟ ଫୁଟ୍ବଲ୍ ପ୍ରତିଯୋଗିତାର ଫାଇନାଲ୍ରେ ଆଜି କ୍ୟାପିଟାଲ୍ ହାଇସ୍କୁଲ୍ ଭେଟିବ କିଟ୍-କିସ୍ ଦଳକୁ l_
_➡️୨୦-ସେପ୍ଟେମ୍ବର ୫ରୁ ୨୨ ମଧ୍ୟରେ ଦିଲ୍ଲୀପ ଟ୍ରଫି ହେବ ଆରମ୍ଭ l ଭାରତୀୟ ଟିମର ଦୁଇ ଟପ ବ୍ୟାଟର ବିରାଟ କୋହଲି ଓ ରୋହୀତ ଶର୍ମାଙ୍କ ସହ ଯଶପ୍ରୀତ ବୁମ୍ରା ଏବଂ ରବିଚନ୍ଦ୍ରନ ଅଶ୍ବିନୀଙ୍କୁ ସାମିଲ କରାଯାଇନାହିଁ। ଅନୁପସ୍ଥିତିକୁ ସୁନୀଲ ଗାଭାସ୍କର କଲେ ନାପସନ୍ଦ l_
*_🔅ଆଜି ଜାତୀୟ ସମ୍ଭାବନା ଦିବସ ll_*
*_🔅ଆଜି ଝୁଲଣ ଯାତ୍ରା ସମାପନ ll_*
*_🔅ଆଜି ଜାତୀୟ ରେଡିଓ ଦିବସ ll_*
*_🔅ଆଜି ବିଶ୍ୱ ମଶା ଦିବସ ll_*
*_🔅ଆଜି ମେଡିକାଲ ପରିବହନକାରୀଙ୍କ ଆନ୍ତର୍ଜାତୀୟ ଦିବସ ll_*
*_🔅ଆଜି ବିଶ୍ୱ ଭର୍ଚୁଆଲ୍ ଦିବସ ll_*
*_🔅ଆଜି ଶ୍ରୀ ରାଜୀବ ଗାନ୍ଧୀଙ୍କ ୮୦ତମ ଜନ୍ମଦିନ ll_*
*_🔅ଆଜି ଶକ୍ତି ନବୀକରଣଯୋଗ୍ୟ ଦିବସ ll_*
Comments
Post a Comment