୧୯-ଅଗଷ୍ଟ-୨୦୨୪, ସୋମବାର


_➡️୧-ଆଜି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର,ଜଳଲାଗି ନିମନ୍ତେ ସମସ୍ତ ଶୈବପୀଠରେ ଲାଗିଛି ଭକ୍ତଙ୍କ ପ୍ରବଳ ଭିଡ଼ l_

_➡️୨-ଆଜି ପବିତ୍ର ଗହ୍ମାପୂର୍ଣ୍ଣମୀ ଓ ବଡ଼ ଠାକୁର ବଳଭଦ୍ରଙ୍କ ଜନ୍ମୋତ୍ସବ, ଶ୍ରୀମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି l ମଧ୍ୟାହ୍ନ ଧୂପ ପରେ ଭଉଣୀ ସୁଭଦ୍ରା ଦୁଇଭାଇ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ପିନ୍ଧାଇବେ ରାକ୍ଷୀ । ପରେ ମାର୍କଣ୍ଡ ପୁଷ୍କରିଣୀରେ ଅନୁଷ୍ଠିତ ହେବ ବଡ଼ଠାକୁର ବଳଭଦ୍ରଙ୍କ ସ୍ୱତନ୍ତ୍ର ଜନ୍ମନୀତି l_

_➡️୩-ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଭାଇ ହାତରେ ସ୍ନେହର ଡୋରୀ ବାନ୍ଧିବ ଭଉଣୀ । ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜ ଭାଇ ପ୍ରତି ଥିବା ପ୍ରେମ ଏବଂ ଶୁଭକାମନା କରିବ l ଏହି ବିଶେଷ ଅବସରରେ ଭାଇ ଓ ଭଉଣୀମାନେ ପରସ୍ପରକୁ ଉପହାର ଦେଇ ଖୁସି ମନାଇଥାନ୍ତି । ଭାଇ ହାତରେ ବନ୍ଧା ଯାଉଥିବା ସାଧାରଣ ସୂତାଟିଏ ଭଉଣୀ ପାଇଁ ସାରା ଜୀବନ ସାଜିଯାଏ ରକ୍ଷା କବଚ।_

_➡️୪-ଆଜି ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭାରତରେ ଦୃଶ୍ୟମାନ ହେବ ବିରଳ ‘ସୁପର ବ୍ଲ୍ୟୁ ମୁନ୍‌’ । ପୂର୍ଣ୍ଣିମା ସମୟରେ ଯେତେବେଳେ ଚନ୍ଦ୍ର ୯୦%ରୁ ଅଧିକ ପୃଥିବୀର ନିକଟତର ହୋଇଥାଏ, ସେତେବେଳେ ସୁପର ମୁନ୍‌ ଦୃଶ୍ୟମାନ ହୋଇଥାଏ। ସୁପରମୁନ ଶବ୍ଦର ଆବିଷ୍କାର ୧୯୭୯ରେ ଜ୍ୟୋତିର୍ବିଜ୍ଞାନୀ ରିଚାର୍ଡ ନୋଲ୍ଲେ କରିଥିଲେ।_

_➡️୫-ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଆଜି ରାଜ୍ୟର ୫ ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଜିଲ୍ଲା ଗୁଡ଼ିକ ହେଲା କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରର l ବିଭିନ୍ନ ସ୍ଥାନରେ ୭୦ରୁ ୧୧୦ମିମି ଯାଏ ବର୍ଷା ହେବାର ସମ୍ଭାବନା ରହିଛି ।_

_➡️୬-ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପବିତ୍ରାରୋପଣ ବା ପଇତା ଲାଗି ନୀତି ବିବାଦ ଯୋଗୁଁ ମହାପ୍ରଭୁ ଲିଙ୍ଗରାଜଙ୍କୁ ଉପାସ ରଖିଦେଲେ ସେବାୟତ l ଏଠିଯୋଗୁଁ ଅନେକ ଭକ୍ତ ସେବାୟତଙ୍କୁ ନିନ୍ଦା କରି ସାମାଜିକ ଗଣମାଧ୍ୟମରେ କଲେ ପ୍ରତିବାଦ l_

_➡️୭-ଆଜି ରାଷ୍ଟ୍ରପତି ଭବନରେ ରକ୍ଷା ବନ୍ଧନ ପାଳିବେ ଓଡ଼ିଶାର ୨୫ଜଣ ସ୍କୁଲ ଛାତ୍ରଛାତ୍ରୀ l ଉତ୍ସବ ପାଳନ ପରେ ମହାମହିମ ରାଷ୍ଟ୍ରପତି ଛାତ୍ରଛାତ୍ରୀମାନଙ୍କ ସହିତ ବିଭିନ୍ନ ବିଷୟରେ କରିବେ ଆଲୋଚନା l_

_➡️୮-ଆଜି ଦିଲ୍ଲୀରେ ବିଜେପିରେ ସାମିଲ ହୋଇପାରନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମ୍‌ର ବରିଷ୍ଠ ନେତା ଚମ୍ପାଇ ସୋରେନ ।_

_➡️୯-କୋରାପୁଟ-ପୋଡାମାରୀ ଜାତୀୟ ରାଜପଥ ପ୍ରଶସ୍ତୀକରଣକୁ କେନ୍ଦ୍ର ପରିବହନ ବିଭାଗ ଦେଲେ ମଂଜୁରୀ l_

_➡️୧୦-ଚାପ ପକାଇଲେ ପଶ୍ଚିମବଙ୍ଗ ବ୍ୟବସାୟୀ l ଆଳୁ ରପ୍ତାନି କଟକଣା ହଟାଇବା ଦାବିରେ ମେଦିନୀପୁର, ହୁଗୁଳି ଓ ବର୍ଦ୍ଧମାନ ଜିଲ୍ଲାର ଶୀତଳଭଣ୍ଡାର ମାଲିକମାନେ ଆଜିଠାରୁ କରିବେ ସମୂହ ଧର୍ମଘଟ l_

_➡️୧୧-ଚେନ୍ନାଇରେ କୋଷ୍ଟଗାର୍ଡ ଡିଜି ରାକେଶ ପାଲଙ୍କ ହୃଦଘାତରେ ହେଲା ପରଲୋକ। ଗତ ଜୁଲାଇ ୧୯ ତାରିଖରେ ରାକେଶ ପାଲଙ୍କୁ ଅତିବିଶିଷ୍ଟ ସେବା ପଦକ ମିଳିଥିଲା। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାକେଶ ପାଲଙ୍କୁ ଏହି ପଦକ ପ୍ରଦାନ କରିଥିଲେ।_

_➡️୧୨-ମହାରାଷ୍ଟ୍ର ଛତ୍ରପତି ଶମ୍ବାଜିନଗର ଜିଲ୍ଲାର କେକେତ ଜଲଗାଓଁ ଗାଁର ସରକାରୀ ବିଦ୍ୟାଳୟରେ ପୁଷ୍ଟିକର ଖାଦ୍ୟ ଯୋଗାଣ ଯୋଜନାରେ ସକାଳେ ବଣ୍ଟନ କରାଯାଇଥିବା ବିସ୍କୁଟ୍‌ ଖାଇ ୨୫୭ ଛାତ୍ରଛାତ୍ରୀ ହେଲେ ଅସୁସ୍ଥ l ବିସ୍କୁଟ ଖାଇବା ପରେ ଛାତ୍ରଛାତ୍ରୀମାନେ ବାନ୍ତି କରିଥିଲେ। କେତେକ ଛାତ୍ରଛାତ୍ରୀ ମୁର୍ଚ୍ଛିତ‌ ହୋଇଯାଇଥିଲେ l_

_➡️୧୩-ଅମୃତସର ଏୟାରପୋର୍ଟକୁ ବୋମାରେ ଉଡ଼ାଇଦେବାକୁ ଆସିଲା ଧମକ, ୨୪ ଘଣ୍ଟା ଭିତରେ ଅଭିଯୁକ୍ତକୁ ଧରିଲା ପୋଲିସ l ଅଭିଯୁକ୍ତର ନାଁ ଗୁରୁଦେବ ସିଂହ ଓରଫ ସାବୀ ବୋଲି ଜଣାପଡ଼ିଥିବାବେଳେ ତା’ର ଘର ଫିରୋଜପୁର ବୋଲି ଜଣାପଡ଼ିଛି ।_

_➡️୧୪-କର୍ଣ୍ଣାଟକ ମହୀଶୂର ମୁଡା ସ୍କାମ ପ୍ରସଙ୍ଗରେ ଆଜି ରାଜ୍ଯବ୍ଯାପୀ ଆନ୍ଦୋଳନ କରିବ କଂଗ୍ରେସ l_

_➡️୧୫-ରାଜସ୍ଥାନ ଜୟପୁରରେ ଥିବା ପ୍ରାୟ ୧୦୦ଟି ହସ୍‌ପିଟାଲ୍‌କୁ ବୋମାରେ ଉଡ଼ାଇଦେବାକୁ ଆସିଲା ଧମକ l ହସ୍‌ପିଟାଲ୍‌ରେ ବୋମା ଖଞ୍ଜାଯାଇଛି ଏବଂ ହସ୍‌ପିଟାଲ୍‌ରେ ଥିବା ସମସ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବ ବୋଲି ଏଥିରେ ଧମକ ଦିଆଯାଇଥିଲା।_

_➡️୧୬-ୟୁକ୍ରେନ-ଋଷ୍ ଯୁଦ୍ଧ ମଧ୍ୟରେ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ପୁଣି ଲାଗିଲା ବଡ଼ ଝଟକା l କୁସର୍କ ପରେ ଏବେ ଟାର୍ଗେଟରେ ଦକ୍ଷିଣ ପ୍ରାନ୍ତ, ଡ୍ରୋନ୍ ମାଡ଼ କଲା ୟୁକ୍ରେନ୍ l_

_➡️୧୭-ଗାଜାରେ ଇସ୍ରାଏଲ ସେନାର ଜୋରଦାର ହମଲା; ବୋମା ବର୍ଷା, ୨୪ ଘଣ୍ଟାରେ ପ୍ରାଣ ହରାଇଲେ ୨୫ଜଣ l_

_➡️୧୮-ପ୍ରୋଭିଡେନ୍ସ ଟେଷ୍ଟ୍‌କୁ ଦକ୍ଷିଣ ଆଫ୍ରିକା ଉତ୍କଣ୍ଠାପୂର୍ଣ୍ଣ ଭାବେ ୪୦ ରନ୍‌ରେ ଜିତି ନେଇଛି। ଫଳରେ ଦୁଇ ଟିକିଆ ଟେଷ୍ଟ୍‌ ଶୃଙ୍ଖଳାରେ ୧-୦ରେ ବିଜୟୀ ହେଲା ଦକ୍ଷିଣ ଆଫ୍ରିକା l_

_➡️୧୯-ଚୀନରେ ଚମକିଲେ ଭାରତୀୟ ଛାତ୍ର, ଆର୍ଥ ସାଇନ୍ସ ଅଲିମ୍ପିଆଡ୍‌ରେ ହାସଲ କଲେ ୩ ସ୍ୱର୍ଣ୍ଣ ସମେତ ୮ ପଦକ l_

_➡️୨୦-ଭାରତୀୟ ପେସ ବୋଲର ମହମ୍ମଦ ଶାମି ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଜରିଆରେ କରିବେ ପ୍ରତ୍ୟାବର୍ତ୍ତନ, ଦେବେ ଫିଟନେସ ପରୀକ୍ଷା l_

*_🔅ଆଜି ରକ୍ଷା ବନ୍ଧନ (ଶ୍ରାବଣ ପୂର୍ଣ୍ଣିମା) ll_*
*_🔅ଆଜି ବଳଭଦ୍ର ଜନ୍ମୋତ୍ସବ ll_*
*_🔅ଆଜି ଶ୍ରାବଣ ଶେଷ ସୋମବାର ll_*
*_🔅ଆଜି ସଂସ୍କୃତ ଦିବସ ll_*
*_🔅ଆଜି ଶ୍ରୀ ଗାୟତ୍ରୀ ଜୟନ୍ତୀ ll_*
*_🔅ଆଜି ଶ୍ରୀ ଶଙ୍କରର୍ଦୟଲ ଶର୍ମା ଜନ୍ମ ବାର୍ଷିକୀ ll_*
*_🔅ଆଜି ବିଶ୍ୱ ଫଟୋଗ୍ରାଫି ଦିବସ ll_*
*_🔅ଆଜି ବିଶ୍ୱ ମାନବିକତା ଦିବସ ll_*
*_🔅ଆଜି ଆଫଗାନିସ୍ତାନର ସ୍ୱାଧୀନତା ଦିବସ ll_*
*_🔅ଆଜି ନିଗମାନନ୍ଦ ଜୟନ୍ତୀ ll_*
*_🔅ଆଜି ଗଙ୍ଗାଧର ମେହେର ଜୟନ୍ତୀ ll_*

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024