୧୭/୦୮/୨୪, ଶନିବାର



*_୧-ଆଜିଠୁ ଆଇଏମଏ ଡାକ୍ତରଙ୍କ ୨୪ ଘଣ୍ଟିଆ ଆନ୍ଦୋଳନ, ଜରୁରୀ ଚିକିତ୍ସା ଛାଡି ଅନ୍ଯ ସବୁ ସେବା ବନ୍ଦ।_*

*_୨-ଯୋଗେଶ ଖୁରାନିଆ ହେଲେ ପୁଲିସ ମହାନିର୍ଦ୍ଦେଶକ: ଅପରାଧ ନିୟନ୍ତ୍ରଣ ଓ ମହିଳା ସୁରକ୍ଷାକୁ ମିଳିବ ଅଗ୍ରାଧିକାର।_*

*_୩-ଭୁବନେଶ୍ୱର: ଜଙ୍ଗଲ ଜମି କିସମ ବଦଳାଇବାରେ ଓଡ଼ିଶା ଆଗୁଆ।ଏକ ଦଶମାଂଶ ଜମିରେ ବନୀକରଣ ଲକ୍ଷ ବାଟବଣା।_*

*_୪-ଅମିତ ରୋହିଦାସଙ୍କୁ ସମ୍ବର୍ଦ୍ଧିତ କଲେ ନବୀନ ପଟ୍ଟନାୟକ, ପରବର୍ତ୍ତୀ ଅଲିମ୍ପିକ୍‌ରେ ଭାରତୀୟ ହକି ଦଳ ପାଇଁ ସୁନା ପଦକ କାମନା କଲେ।_*

*_୫-ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ,୨୦ ତାରିଖ ଯାଏଁ ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା।_*

*_୬-ଅଗଷ୍ଟ ୧୯ ଏବଂ ୨୬ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ।_*

*_୭-ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଏକ ସନ୍ଦିଗ୍ଧ ଘରୁ ୭ଟି ସିମ୍‌ବକ୍ସ ଠାବ ପୋଲିସ ଦ୍ବାରା ଜଣେ ଅଟକ।_*

*_୮-ବିଏମ୍‌ସି ଅଧିନକୁ ଆସିବ ଭୁବନେଶ୍ୱର ଏମ୍‌ସ କ୍ୟାମ୍ପସ, ପରିମଳ ବ୍ୟବସ୍ଥା ଭଲ ରହିବ।_*

*_୯-ମାହାଙ୍ଗାରେ ଅଭାବନୀୟ ଘଟଣା, ସ୍ୱାମୀଙ୍କୁ ନିର୍ଦ୍ଦୋଷ କହି ଥାନା ଆଗରେ ନିଜ ଦେହରେ ନିଆଁ ଲଗାଇଲେ ମହିଳା।_*

*_୧୦-ଭୁବନେଶ୍ୱର:ଦମନ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର, ଶବ୍ଦଗ୍ରହଣ ପାଇଁ ମାନସ ଚୌଧୁରୀ ଶ୍ରେଷ୍ଠ।।_*

*_୧୧-କେନ୍ଦ୍ରାପଡା:ସଚ୍ଚୋଟ ମଣିଷ କଳାହାଣ୍ଡିର ଶ୍ରବଣ କୁମାର ନାଥ,ବୁଲି ଆସିଥିବା ରାସ୍ତାରୁ ପାଇ, ଫେରାଇ ଦେଲେ ୩ ଭରିର ସୁନା ଚେନ୍‌।_*

*_୧୨-ଭୁବନେଶ୍ୱର:ମେଲେରିଆ ସ୍ଥିତି ଉଦବେଗଜନକ,୭ ମାସରେ ୩୨ ହଜାର ଚିହ୍ନଟ,୪ ମୃତ।_*

*_୧୩-ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ:ଛାତ୍ରୀଙ୍କ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ, ପ୍ରଧାନ ଶିକ୍ଷକ ନିଲମ୍ବିତ।_*

*_୧୪-କେନ୍ଦ୍ରାପଡା:ଭିଜିଲାନ୍ସ ଜାଲରେ ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ମହାପାତ୍ର, ୫ଟି ସ୍ଥାନରେ ଚାଲିଛି ଚଢ଼ାଉ।_*

*_୧୫-ଚାଇନା ଗେମିଂ ଆପ୍‌ରେ ୪ଶହ କୋଟି ଟଙ୍କା ଠକେଇ, ଓଡ଼ିଶାରୁ ୨ଜଣଙ୍କୁ ଗିରଫ କଲା ED।_*

*_୧୬-କଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକ।ଦଳରେ ଉପେକ୍ଷିତ ହେବାକୁ ନେଇ ସେ ଇସ୍ତଫା ଦେଇଥିବା କୁହାଯାଉଛି।_*

*_୧୭-ବିଧାୟକଙ୍କୁ ପ୍ରଶିକ୍ଷଣ ନେଇ ବିବାଦ ପରେ ବଦଳିଲା ନିଷ୍ପତ୍ତି । ଅତିଥି ତାଲିକାରେ ସଂଶୋଧନ ପରେ ବି ବିରୋଧୀ ନଛୋଡବନ୍ଦା ।_*

*_୧୮-ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ରିଷବ ସେଟ୍ଟୀ ଶ୍ରେଷ୍ଠ ଅଭିନେତା, ନିତ୍ୟା ମେନନ୍‌ ଓ ମାନସୀ ପାରେଖ ଶ୍ରେଷ୍ଠ ଅଭିନେତ୍ରୀ।_*

*_୧୯-ଡାକ୍ତରଙ୍କୁ ଆକ୍ରମଣର ୬ ଘଣ୍ଟା ମଧ୍ୟରେ ରୁଜୁ ହେବ ଏତଲା – ନିର୍ଦ୍ଦେଶ ଦେଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ।_*

*_୨୦-ମୁମ୍ବାଇ:ସାମ୍ପୋ ବୋତଲରେ ୨୦ କୋଟିର କୋକେନ, କେନିୟା ମହିଳା ଅଟକ।_*

*_୨୧-ରାଜସ୍ଥାନ:ଫୋନରେ ତିନି ତଲାକ ଦେଇ ଯୁବକ ଗିରଫ।ତିନି ତଲାକ୍ ଦେଇଥିବାରୁ ରେହମାନଙ୍କ ବିରୋଧରେ ଏତଲା ଥିଲା।_*

*_୨୨-ବାଂଲାଦେଶ ବଦଳରେ ୟୁଏଇରେ ହେବ ମହିଳା ଟି-୨୦ ବିଶ୍ବକପ୍।_*

*_୨୩-ଭାରତ ଗସ୍ତରେ ଆସିବେ ବାଂଲାଦେଶ ଅନ୍ତରୀଣ ପ୍ରଧାନମନ୍ତ୍ରୀ ମୋହମ୍ମଦ ୟୁନୁସ।_*

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024