୧୬-ଅଗଷ୍ଟ-୨୦୨୪, ଶୁକ୍ରବାର


_➡️୧-କ୍ରମାଗତ ୧୧ ଥର ପାଇଁ ଲାଲକିଲ୍ଲାରୁ ତ୍ରିରଙ୍ଗା ଉଡ଼ାଇ ଦେଶବାସୀଙ୍କୁ ଭାରତର ଭବିଷ୍ୟତ ପାଇଁ ମହତ୍ୱାକାଂକ୍ଷୀ ଦୃଷ୍ଟିକୋଣ ଉପସ୍ଥାପନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ୯୮ ମିନିଟର ଅଭିଭାଷଣ ଦେଇ କଲେ ନୂଆ ରେକର୍ଡ l_

_➡️୨-ମହିଳାଙ୍କ ପାଇଁ ଆସିଲା ଆଶ୍ୱସ୍ତିକର ଖବର। ଓଡିଶାରେ ଏଣିକି ପିରିୟଡ ପାଇଁ ଗୋଟିଏ ଦିନ ଛୁଟି ପାଇବେ ମହିଳା। ଏନେଇ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା।_

_➡️୩-ଲଘୁଚାପର ରୂପ ନେଇପାରେ ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ଘୂର୍ଣ୍ଣିବଳୟ; ୨୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା , ୧୨ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ l_

_➡️୪-ମହାତ୍ମା ଗାନ୍ଧୀ ମାର୍ଗରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଜାତୀୟ ପତାକା ଉତ୍ତୋଳନ କଲେ ମୋହନ ଚରଣ ମାଝୀ l_

_➡️୫-ଉଲ୍ଲେଖନୀୟ, ବିଶିଷ୍ଟ ସେବା ଓ ସାହସିକତା ନିମନ୍ତେ ମୋଟ ୯୪ ଜଣଙ୍କୁ ପଦକ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକସେବା ଭବନ କନଭେନସନ୍ ହଲରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କଠାରୁ ସମସ୍ତେ ପଦକ କଲେ ଗ୍ରହଣ l_

_➡️୬-ଆସନ୍ତାକାଲି ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ଦେଶବ୍ୟାପୀ ଧର୍ମଘଟନେଇ କଲେ ଘୋଷଣା l କୋଲକାତାରେ ମହିଳା ଡାକ୍ତରଙ୍କ ହତ୍ୟାକୁ ନେଇ ଆଇଏମଏ ଧର୍ମଘଟ କରିବ।_

_➡️୭-ଆଡ଼ପ ପହଣ୍ଡି ବେଳେ ବଡଭାଇ ବଳଭଦ୍ର ପଡ଼ିଯିବା ଘଟଣାର ଆସିଲା ରିପୋର୍ଟ l ତିନି ଜଣିଆ କମିଟି ତଦନ୍ତ ଶେଷ କରି ଏହାର ରିପୋର୍ଟ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କୁ କଲେ ପ୍ରଦାନ l_

_➡️୮-ଆସନ୍ତା ସପ୍ତାହରେ ଜାତିସଂଘର ଏକ ଫ୍ଯାକ୍ଟ ଫାଇଣ୍ଡିଂ ଟିମ୍ ବାଂଲାଦେଶ ଗସ୍ତ କରି ସେଠାକାର ସ୍ଥିତି କରିବ ଅନୁଧ୍ଯାନ। ସେଠାରେ ଅରାଜକତା ଚାଲିଥିବା ବେଳେ ବ୍ଯାପକ ମାନବ ଅଧିକାରର ଉଲ୍ଲଂଘନ ହୋଇଥିବାର ହୋଇଛି ଅଭିଯୋଗ l_

_➡️୯-ଆଜିଠାରୁ ଆରମ୍ଭ ହେବ ବିଜେଡିର ଜନଜାଗରଣ ଅଭିଯାନ, ପ୍ରତି ପଞ୍ଚାୟତରେ ଲୋକଙ୍କୁ ସଚେତନ କରିବ ଦଳ l_

_➡️୧୦-ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ତାଇଓ୍ବାନ କୋଷ୍ଟ; ରିକ୍ଟର ସ୍କେଲରେ ତୀବ୍ରତା ୬.୩ ହେଲା ରେକର୍ଡ l ୨୪ ଘଣ୍ଟା ମଧ୍ୟରେ ୨ଥର କମ୍ପନ ଅନୁଭୂତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ରିପୋର୍ଟ ମିଳିନାହିଁ ।_

_➡️୧୧-ପ୍ରଖ୍ୟାତ ଡିଆର୍‌ଡିଓ ମିସାଇଲ ତଥା ଅଗ୍ନି ମିଶାଇଲ୍‌ର ଜନକ ବୈଜ୍ଞାନିକ ରାମ ନାରାୟଣ ଅଗରୱାଲଙ୍କର ହେଲା ପରଲୋକ l_

_➡️୧୨-ପାକିସ୍ତାନର ସୁନ୍ଦର ତଥା ପ୍ରସିଦ୍ଧ ଅଭିନେତ୍ରୀ ନିମ୍ରା ଖାନଙ୍କୁ ଅପହରଣ ଉଦ୍ୟମ କଲେ କିଛି ଅସାମାଜିକ ଯୁବକ | ଭିଡିଓ ହେଲା ଭାଇରାଲ l_

_➡️୧୩-ଭୂସ୍ଖଳନ ପରେ ବୈଷ୍ଣୋ ଦେବୀ ଯାତ୍ରା ହେଲା ବନ୍ଦ, ଖୋଲାଗଲା ବିକଳ୍ପ ରାସ୍ତା l ଗତ ୨୪ ଘଣ୍ଟା ମଧ୍ୟରେ ପାହାଡ଼ରେ ୧୩ ସେମି ବର୍ଷା ହେଲା ରେକର୍ଡ l_

_➡️୧୪-ଫ୍ରାନ୍ସରେ ଆକାଶରେ ଦୁଇ ରାଫେଲ ବିମାନ ମୁହାଁମୁହିଁ ହେଲେ ଧକ୍କା, ୨ ପାଇଲଟ୍ ମୃତ_

_➡️୧୫-ବରିଷ୍ଠ ଆଇପିଏସ୍ ଅଫିସର ନଳିନ ପ୍ରଭାତ ହେବେ ଜମ୍ମୁ କାଶ୍ମୀରର ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ (ଡିଜିପି)। ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ହେଲା ଜାରି l ସେ ଅକ୍ଟୋବର ୧ ତାରିଖରେ ଜମ୍ମୁ ଓ କଶ୍ମୀରର ନୂଆ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବେ l_

_➡️୧୬-କଙ୍ଗୋ ପରେ ସ୍ୱିଡେନ୍‌କୁ ମାଡ଼ିଲା ଏମପକ୍ସ ଭୂତାଣୁ: କଙ୍ଗୋରେ ୧୭ ହଜାର ସଂକ୍ରମିତ, ବର୍ଷକରେ ଗଲାଣି ୫୦୦ ଜଣଙ୍କର ଜୀବନ l_

_➡️୧୭-ରୁଷର ସୁର୍ସ୍କ କ୍ଷେତ୍ରରେ ସୁଦଜା ସହର ଉପରେ କବଜା କଲେ ୟୁକ୍ରେନ ସୈନିକ, ରାଷ୍ଟ୍ରପତି ଜେଲେନସ୍କି କଲେ ବଡ଼ ଘୋଷଣା l_

_➡️୧୮-ପ୍ୟାରିସ ଅଲିମ୍ପିକ୍ସରେ ଆମ ଦେଶର ପ୍ରତିନିଧିତ୍ୱ କରିଥିବା ଭାରତୀୟ ଦଳଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ l କହିଲେ ଅଲିମ୍ପିକ୍ସକୁ ଯାଇଥିବା ପ୍ରତ୍ୟେକ ଖେଳାଳି ଚାମ୍ପିୟନ l_

_➡️୧୯-ପୂର୍ବତନ ଭାରତୀୟ ଦଳର ଭେଟେରାନ କ୍ରିକେଟର ଭିଭଏସ ଲକ୍ଷ୍ମଣ ବାଙ୍ଗାଲୋରର ଜାତୀୟ କ୍ରିକେଟ ଏକାଡେମୀ (ଏନସିଏ) ର ହେବେ ମୁଖ୍ୟ, ମିଳିଲା ବଡ ଅଫର l_

_➡️୨୦-ଜାତୀୟ ଆକ୍ୱାଟିକ୍ ଚାମ୍ପିଅନ୍‌ସିପ୍ ୨୦୨୪ରେ ମହାରାଷ୍ଟ୍ର ପାଇଁ ଗୌରବ ଆଣିଲେ ସାନ୍‌ଭି ଓ ଆନ୍‌ଭି ଦେଶୱାଲ୍‌ l ଭୁବନେଶ୍ୱରରେ ଅନୁଷ୍ଠିତ ୪୦ତମ ସବ୍‌-ଜୁନିଅର ଓ ୫୦ତମ ଜୁନିଅର ଜାତୀୟ ଆକ୍ୱାଟିକ୍ ଚାମ୍ପିଅନ୍‌ସିପ୍‌ରେ ମହାରାଷ୍ଟ୍ରର ଯମଜ ଭଉଣୀ ଉଭୟ ସାନ୍‌ଭି ଓ ଆନ୍‌ଭି ଜିତିଲେ ୪ଟି ସ୍ୱର୍ଣ୍ଣ ଓ ୪ଟି ରୌପ୍ୟ ପଦକ l_

*_🔅ଆଜି ପୁତ୍ରଦା ଏକାଦଶୀ ଉପବାସ ଓ ହଳ ନିଷେଧ ll_*
*_🔅ଆଜି ସିଂହ ସଂକ୍ରାନ୍ତି ll_*
*_🔅ଆଜି ପାର୍ଶୀ ନବବର୍ଷ ll_*
*_🔅ଆଜି ଶ୍ରୀ ରାମକୃଷ୍ଣ ପରମହଂସ ସମାଧି ଦିବସ ll_*
*_🔅ଆଜି ଶ୍ରୀ ଅଟଳ ବିହାରୀ ବାଜପେୟୀ ସ୍ମୃତି ଦିବସ ll_*
*_🔅ଆଜି ଜାତୀୟ ବାୟୁସେନା ଦିବସ ll_*
*_🔅ଆଜି ତଦାରଖ ଦିବସ ll_*

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024