୧୭-ଜୁଲାଇ-୨୦୨୪, ବୁଧବାର


*_➡️୧-ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ବିଶ୍ବନିୟନ୍ତାଙ୍କ ହେବ ସୁନାବେଶ। ମହଣ ମହଣ ଅଳଙ୍କାରରେ ବିଭୂଷିତ ହୋଇ ରଥ ଉପରେ ଦର୍ଶନ ଦେବେ ଚତୁର୍ଦ୍ଧା ମୂରତି । ପୁରି ଉଠିବ ସିଂହଦ୍ବାର, ଉଛୁଳିବ ବଡ଼ଦାଣ୍ଡ।_*

*_➡️୨-ଜୁଲାଇ ୨୧ରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ହେବ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା l ଛାତ୍ରଛାତ୍ରୀମାନେ ବୋର୍ଡ ୱେବସାଇଟ୍‌ www.bseodisha.ac.in କୁ ଯାଇ ସେମାନଙ୍କ ଆଡ୍‌ମିଟ୍ କାର୍ଟ ଡାଉନ୍‌ଲୋଡ୍ କରିପାରିବେ। ଏଥର ୯୭୨ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ।_*

*_➡️୩-ଆସନ୍ତା ୨୦ ତାରିଖରେ ପ୍ରକାଶ ପାଇବ ଯୁକ୍ତ-ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖାର ପ୍ରଥମ ମେଧା ତାଲିକା l ସାମ୍ସ ପୋର୍ଟାଲ ଜରିଆରେ ଅନଲାଇନ୍ ମାଧ୍ୟମରେ ସମୁଦାୟ ୫,୪୮,୩୧୩ ସିଟ୍ ପାଇଁ ୪,୭୬,୦୭୪ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି l_*

*_➡️୪-ଆଗାମୀ ୬ ବର୍ଷ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରତିଷ୍ଠା ହେବ ମଡେଲ ଆଣ୍ଟି ରେବିଜ୍ କ୍ଲିନିକ୍ l ସମସ୍ତ ଆଣ୍ଟି ରେବିଜ୍ କ୍ଲିନିକରେ ଡ୍ରେନେଜ୍ ସୁବିଧା ସହ ଏକ ଉତ୍ସର୍ଗୀକୃତ ପଶୁ କାମୁଡ଼ା କ୍ଷତ ଧୋଇବା କର୍ଣ୍ଣର ଖୋଲାଯିବ।_*

*_➡️୫-ତେଜିଲା କଟକ ଏସସିବି ମେଡିକାଲରେ ନର୍ସିଂ ଷ୍ଟାଫ୍ ଓ ହାଉସ୍ ସର୍ଜନ ମଧ୍ୟରେ ବିବାଦ। ଆଜିଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ ହାଉସ୍ ସର୍ଜନ।_*

*_➡️୬-ଆଗାମୀ ୭ ଦିନ ଯାଏଁ ବର୍ଷାରେ ଭିଜିବ ଓଡ଼ିଶା। ୧୯ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେଉଥିବାରୁ ଏହାର ପ୍ରଭାବରେ ପ୍ରବଳ ବର୍ଷା ନେଇ ଆଜି ପାଇଁ ୬ ଜିଲ୍ଲାକୁ ଜାରି ହେଲା ୟେଲୋ ୱାର୍ଣ୍ଣିଂ।_*

*_➡️୭-ଆସନ୍ତା କାଲି ପୁଣି ଖୋଲିବ ରତ୍ନଭଣ୍ଡାର, ସକାଳ ୯ଟା ୫୧ ଶୁଭ ମୁହୂର୍ତ୍ତ ; ଭିତର ଭଣ୍ଡାରରୁ ମହାପ୍ରଭୁଙ୍କ ରତ୍ନ ଅଳଙ୍କାରର କରାଯିବ ସ୍ଥାନାନ୍ତର l_*

*_➡️୮-ପୁଣି ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହେଲେ ଭକ୍ତ । ଘଟଗାଁ ମା ତାରିଣୀ ମନ୍ଦିରରେ ଗୁଜବକୁ ବିଶ୍ୱାସ କରି ନିଜ ଜିଭ କାଟିଦେଲେ ଭକ୍ତ l ଭକ୍ତଙ୍କର ନାମ ବିଜୟ ପ୍ରଧାନ ଏବଂ ଘର ଗଞ୍ଜାମ ଜିଲ୍ଲାର l_*

*_➡️୯-ଦେଶର ଅନ୍ୟ ଚିଡିଆଖାନାରୁ ସମ୍ବଲପୁର ଚିଡ଼ିଆଖାନାକୁ ଆସିବେ ମହାବଳ ବାଘ, ମିଳିଲା ଅନୁମତି l ପ୍ରଥମ ପର୍ଯ୍ୟାୟରେ ଗୋଟିଏ ମାଈ ଏବଂ ଗୋଟିଏ ଅଣ୍ଡିରା ମହାବାଳ ବାଘ ଆସିବାକୁ ମିଳିଲା ଅନୁମତି l_*

*_➡️୧୦-ସରକାରୀ କର୍ମଚାରୀଙ୍କର ଲାଗିଲା ଲଟେରୀ, ଖୁବଶୀଘ୍ର ୨୭ ହଜାରକୁ ବୃଦ୍ଧି ହେବ ସର୍ବନିମ୍ନ ବେତନ l ମୂଳ ବେତନ ଓ ପେନସନରେ ୫୮.୫୦ ପ୍ରତିଶତ ହେବ ବୃଦ୍ଧି l_*

*_➡️୧୧-ବଜେଟ୍ ପୂର୍ବରୁ ଅନୁଷ୍ଠିତ ହେଲା ପାରଂପରିକ ହାଲୱା ସେରିମନି । ନର୍ଥ ବ୍ଲକରେ ହାଲୱା ବାଣ୍ଟିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଜୁଲାଇ ୨୩ରେ ଲୋକସଭାରେ ଉପସ୍ଥାପିତ ହେବ କେନ୍ଦ୍ର ବଜେଟ l_*

*_➡️୧୨-ଏଣିକି ଖୁବଶୀଘ୍ର ଅନଲାଇନରେ ମିଳିବ ମଦ । ଘରେ ବସି ମଦ ଅର୍ଡର କରିପାରିବେ ଲୋକେ। ଏନେଇ ଦେଶରେ ଆରମ୍ଭ ହେଲା ପାଇଲଟ୍ ପ୍ରୋଜେକ୍ଟ । ପରୀକ୍ଷଣ ସଫଳ ହେଲେ ୧୦ ମିନିଟରେ ଘରେ ମଦ ପହଞ୍ଚିବେ ୪ ଅନଲାଇନ୍ ଡେଲିଭରି ଆପ୍ ।_*

*_➡️୧୩-ଆସନ୍ତାକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନାମରେ ନିଖିଳ ଓଡ଼ିଶା ଠିକାଦାର ମହାସଂଘ ମଞ୍ଚେଶ୍ବର ଥାନାରେ ମିଥ୍ୟା ପ୍ରତିଶ୍ରୁତି ଓ ପ୍ରତାରଣା କରିବା ଅଭିଯୋଗରେ ଦେବେ ଏତଲା ।_*

*_➡️୧୪-ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁ ସରକାର ମହିଳାଙ୍କ ପାଇଁ ମାଗଣା ବସ୍ ସେବା, ଅଗଷ୍ଟ ୧୫ରୁ କରିବେ ଲାଗୁ l ମହିଳାମାନେ ରାଜ୍ୟ ସୀମା ମଧ୍ୟରେ ଏହି ବସ୍‌ ଯୋଗେ ଯାତ୍ରା କରିପାରିବେ।_*

*_➡️୧୫-ବାଂଲାଦେଶରେ ପୁଣି ଆରମ୍ଭ ହେଲା ହିଂସା-ଆନ୍ଦୋଳନ। ଛାତ୍ରଗୋଷ୍ଠୀ ମଧ୍ୟରେ ହେଲେ ମୁହାଁମୁହିଁ l ସ୍କୁଲ କଲେଜ ହେଲା ବନ୍ଦ l ଏଥିରେ ତିନି ଜଣ ଛାତ୍ରଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି। ୧୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି।_*

*_➡️୧୬-ରିପବ୍ଲିକାନ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଡୋନାଲ୍ଡ ଟ୍ରମ୍ପ୍ ଆନୁଷ୍ଠାନିକଭାବେ ମନୋନୀତ ହେବା ପରେ ନିଜର ରନିଂ ମେଟ୍ ବା ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ୩୯ ବର୍ଷୀୟ ଓହିଓ ସିନେଟର ଜେଡି ଭାନ୍ସଙ୍କ ନାମ କଲେ ଘୋଷଣା l_*

*_➡️୧୭-ଆସନ୍ତା ସେପ୍ଟେମ୍ବର ୨୧ରୁ ମିଳିତ ଜାତିସଂଘର ୭୯ତମ ସାଧାରଣ ସଭା ବା ୟୁଏନଜିଏ(UN General Assembly) ବୈଠକ ହେବ ଆରମ୍ଭ l ବୈଠକରେ ଅନେକ ଦେଶର ମୁଖିଆ, ନୀତି ନିର୍ଧାରକ ଓ ବିଶେଷଜ୍ଞ ହେବେ ସାମିଲ l_*

*_➡️୧୮-ଚଳିତ ମାସ ଶେଷରେ ଶ୍ରୀଲଙ୍କା ଗସ୍ତରେ ଯିବ ଟିମ ଇଣ୍ଡିଆ । ଖେଳିବେନି ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା l ଦିନିକିଆ ସିରିଜରୁ ବ୍ରେକ ନେବା ପାଇଁ ବୋର୍ଡକୁ ମାଗିଲେ ଅନୁମତି l_*

*_➡️୧୯-ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର, ଚୟନ କମିଟି ଓ ବିସିସିଆଇ ମଧ୍ୟରେ ସମସ୍ତ ଆଲୋଚନା ହେଲା ଶେଷ l ଆଗାମୀ ଶ୍ରୀଲଙ୍କା ଗସ୍ତ ପାଇଁ ଆଜି ଘୋଷଣା ହେବ ଦଳ l_*

*_➡️୨୦-ବେଙ୍ଗାଲୁରୁରେ ଗତକାଲିଠାରୁ ଆରମ୍ଭ ‌ହୋଇଥିବା ୧୩ତମ ଜାତୀୟ କନିଷ୍ଠ ଓ ଉପକନିଷ୍ଠ ‌ପାରା ଦୌଡ଼କୁଦ ପ୍ରତିଯୋଗିତାର ପ୍ରଥମ ଦିନରେ ଓଡ଼ିଶାକୁ ‌ଗୋଟିଏ ସ୍ବର୍ଣ୍ଣ ଓ ୨ କାଂସ୍ୟ ସହ ମିଳିଲା ମୋଟ ୩ ପଦକ l_*

*_🔅ଆଜି ରଥ ଉପରେ ସୁନାବେଶ ll_*
*_🔅ଆଜି ହରିଶୟନ ଏକାଦଶୀ ll_*
*_🔅ଆଜି ଶ୍ରୀ ବିଷ୍ଣୁ ଶାୟୋନୋତ୍ସଭ ll_*
*_🔅ଆଜି ମହରମ ll_*
*_🔅ଆଜି ଆନ୍ତର୍ଜାତୀୟ ଅପରାଧିକ ନ୍ୟାୟ ଦିବସ ll_*
*_🔅ଆଜି ପରମବୀର ଚକ୍ର ପୁରସ୍କାର ପ୍ରାପ୍ତ ଫ୍ଲାଇଙ୍ଗ୍ ଅଫିସର ଶ୍ରୀ ନିର୍ମଲଜିତ୍ ସିଂ ସେଖନ୍ ଜୟନ୍ତୀ ll_*

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024