୨୯-ଜୁଲାଇ-୨୦୨୪, ସୋମବାର
_➡️୧-ରତ୍ନଭଣ୍ଡାର ସ୍ଥିତି ଓ ସ୍ଥାୟୀତ୍ୱ ନେଇ ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ l ଏହି ବୈଠକରେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ ଅଧ୍ୟକ୍ଷତା କରିବେ।_
_➡️୨-ପ୍ରକାଶ ପାଇଲା CUET UG ଫଳାଫଳ, ପରୀକ୍ଷାର୍ଥୀ ଅଫିସିଆଲ୍ ୱେବସାଇଟ୍ ଯଥା exam.nta.ac.in କିମ୍ବା nta.ac.in ପରିଦର୍ଶନ କରି ନିଜର ରେଜଲ୍ଟ ଦେଖି ପାରିବେ l_
_➡️୩-ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଦେଲେ ବଡ଼ ବୟାନ । ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ନେବେ ରାଜ୍ୟ ସରକାର, କହିଲେ ଖୁବଶୀଘ୍ର ରତ୍ନଭଣ୍ଡାରର ହେବ ମରାମତି l_
_➡️୪-ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ୧୦୦ ଦିନ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ପୃଷ୍ଟିକର ‘ତିଥି ଭୋଜନ’ l_
_➡️୫-ଡିସେମ୍ବର ୩୧ ସୁଦ୍ଧା ଶେଷ ହେବ ଅଯୋଧ୍ୟା ‘ରାମ ଦରବାର ‘ ନିର୍ମାଣ କାର୍ଯ୍ୟ l ଏ ନେଇ ରାମ ମନ୍ଦିର କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ଦେଲେ ସୂଚନା l_
_➡️୬-୩ଟି ପର୍ଯ୍ୟାୟରେ ଖୋଲିଲା ହୀରାକୁଦର ୨୦ଟି ଗେଟ୍ । ନିଷ୍କାସିତ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ବଢିଲା ବନ୍ୟା ଭୟ l_
_➡️୭-ଖୁବ୍ଶୀଘ୍ର ଭୂ-ପୃଷ୍ଠକୁ ଫେରିବେ ସୁନିତା ଓ୍ବିଲିୟମ୍ସ, ଷ୍ଟାରଲାଇନ ସ୍ପେସ୍କ୍ରାଫ୍ଟର ହେଲା ଗୁରୁତ୍ବପୂର୍ଣ୍ଣ ପରୀକ୍ଷଣ l_
_➡️୮-ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଚାଲୁ ରହିଥିବାରୁ ଆଜି ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ତଥା ଅଭିଯୋଗ ଶୁଣାଣି ବନ୍ଦ ରହିବ ।_
_➡️୯-ଭୁଶୁଡ଼ିଲା ଧର୍ମଶାଳା ବିଜେଡି ଗଡ଼ l ଏକାବେଳେ ହାତ ଛାଡ଼ିଲେ ୧୩ ସମିତିସଭ୍ୟ, ୮ ଜଣ ସରପଞ୍ଚ l_
_➡️୧୦-ଭାରତୀୟ ସିନେମାକୁ ପଛରେ ପକାଇ ଦେଲା Deadpool and Wolverine, ହଲିଉଡ ମୁହାଁ ଭାରତୀୟ ଦର୍ଶକ l ମାତ୍ର ୨ ଦିନରେ ସିନେମାଟି ପ୍ରାୟ ୪୩ କୋଟି ରୋଜଗାର କରି ସାରିଲାଣି ।_
_➡️୧୧-ରାଜନୀତି ମଇଦାନକୁ ଓହ୍ଲାଇବେ ରଣନୀତିକାର ପ୍ରଶାନ୍ତ କିଶୋର। ପୂର୍ବରୁ ସବୁ ଦଳ ପାଇଁ ନିର୍ବାଚନ ଷ୍ଟ୍ରାଟେଜୀ ତିଆରି କରୁଥିଲେ। ହେଲେ ଏବେ ସେ ରାଜନୈତିକ ଦଳ ଗଠନ କରିବେ ବୋଲି କଲେ ଘୋଷଣା l ୨୦୨୫ରେ ଲଢ଼ିବେ ବିଧାନସଭା ଫାଇଟ୍ l_
_➡️୧୨-ମହଙ୍ଗା ରିଚାର୍ଜ ପ୍ଲାନ ଯୋଗୁଁ ସିମ୍ ପୋର୍ଟ କରିବାରେ ଭାଙ୍ଗିଲା ରେକର୍ଡ, ୬ ଜୁଲାଇ ସୁଦ୍ଧା ହେଲା ୧୦୦ କୋଟି ପାର l_
_➡️୧୩-ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଆମେରିକାକୁ ଦେଲେ ବଡ ଧମକ l ଯଦି ଆମେରିକା ଜର୍ମାନୀ କିମ୍ବା ୟୁରୋପର କୌଣସି ଅଞ୍ଚଳରେ କ୍ଷେପଣାସ୍ତ୍ର ଲଗାଇବାକୁ ଚେଷ୍ଟା କରେ, ତେବେ ସେ ପୁଣିଥରେ ମଧ୍ୟମ ଧରଣର ପରମାଣୁ ଅସ୍ତ୍ରଶସ୍ତ୍ର ଉତ୍ପାଦନ ଆରମ୍ଭ କରିବେ l_
_➡️୧୪-ପେରୁରେ ମିଳିଥିବା ୩ ଆଙ୍ଗୁଠି ଥିବା 'ଏଲିୟନ ମମି'ର ମିଳିଲା ରହସ୍ୟ, ମାନବୀୟ ଢାଞ୍ଚା ନଥିବା କହିଲେ ଗବେଷକ l_
_➡️୧୫-ପ୍ୟାରିସରେ ଭାରତର ପ୍ରଥମ କଣ୍ଟ୍ରି ହାଉସ ଅର୍ଥାତ୍ ଇଣ୍ଡିଆ ହାଉସ୍ ର ଭାରତୀୟ ଶୈଳୀରେ ଦୀପ ଜାଳି ଶୁଭ ଉଦଘାଟନ କଲେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଏମ ଅମ୍ବାନୀ l_
_➡️୧୬-ଲେବାନନ୍ର ବିଦ୍ରୋହୀ ସଂଗଠନ ହେଜବୁଲ୍ଲାର ରକେଟ୍ ଆକ୍ରମଣରେ ଇସ୍ରାଏଲ ଅଧିକୃତ ଗୋଲାନ୍ ହାଇଟ୍ସର ଏକ ଖେଳପଡ଼ିଆରେ ଖେଳୁଥିବା ୧୨ ଶିଶୁଙ୍କର ହେଲା ମୃତ୍ୟୁ l_
_➡️୧୭-ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲି ଖାମେନେ ମାସୁଦ ପେଜେଶକିଆନଙ୍କୁ ନୂଆ ରାଷ୍ଟ୍ରପତି ଭାବେ କଲେ ନିଯୁକ୍ତ l_
_➡️୧୮-ଡକ ଓ୍ଵର୍ଥ ଲୁଇସ ନିୟମ ହିସାବରେ ୭ ଓ୍ଵିକେଟ୍ ରେ ଶ୍ରୀଲଙ୍କାକୁ ହରାଇଲା ଭାରତ l ଏଥିସହ ଭାରତ ୨-୦ରେ ଅଗ୍ରଣୀ ରହି ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଜିତି ନିଜ ନାଁ ରେ କଲା କବ୍ଜା l_
_➡️୧୯-ପ୍ୟାରିସ୍ ଅଲିମ୍ପିକ୍ସର ଦ୍ବିତୀୟ ଦିନରେ ଭାରତକୁ ମିଳିଲା ଐତିହାସିକ ସଫଳତା l ମହିଳା ୧୦ ମିଟର ଏୟାର ପିସ୍ତଲ୍ରେ ମନୁ ଭାକର କାଂସ୍ୟ ପଦକ ଜିତି ୧୪୪ କୋଟି ଭାରତୀୟଙ୍କୁ ଚଳିତ ସଂସ୍କରଣର ପ୍ରଥମ ପଦକ ଦେଲେ ଭେଟି l ଦୀର୍ଘ ୧୨ ବର୍ଷ ପରେ ଭାରତକୁ ବଂଧୁକ ଚାଳନାରୁ ମିଳିଲା ପଦକ l_
_➡️୨୦-ଆଇକନିକ୍ କ୍ରୀଡ଼ା ଆଇକନ୍ ପୁରସ୍କାର ଆସନ୍ତା ଅଗଷ୍ଟ ୧୯ରେ ଅନୁଷ୍ଠିତ ହେବ। ଏହି ଉତ୍ସବରେ କ୍ରୀଡ଼ା ଉତ୍ସାହୀ, କିମ୍ବଦନ୍ତୀ, ଉଦୀୟମାନ ତାରକା ଏବଂ ଦିବ୍ୟାଙ୍ଗ ଏକତ୍ର ହେବେ l_
_➡️୨୧-ମହିଳା ଏସିଆ କପ୍ କ୍ରିକେଟରେ ଭାରତକୁ ହରାଇ ଶ୍ରୀଲଙ୍କା ହେଲା ଚାମ୍ପିଅନ l ଭାରତୀୟ ମହିଳା ଦଳକୁ ୮ ଉଇକେଟରେ ପରାଜିତ କରି ଚାମ୍ପିଅନ ଆଖ୍ୟା କଲା ଅର୍ଜନ l_
*_🔅ଆଜି ଶ୍ରାବଣ ଦ୍ୱିତୀୟ ସୋମବାର ll_*
*_🔅ଆଜି ବିଶ୍ୱ ବର୍ଷା ଦିବସ ll_*
*_🔅ଆଜି ଶ୍ରୀ ଇଶ୍ୱର ଚନ୍ଦ୍ର ବିଦ୍ୟାସାଗର ସ୍ମୃତି ଦିବସ ll_*
*_🔅ଆଜି ଆନ୍ତର୍ଜାତୀୟ ବାଘ ଦିବସ ll_*
*_🔅ଆଜି ଶ୍ରୀ ଏଡୱାର୍ଡ ଗୋବର୍ଟ ଜନ୍ମ ବାର୍ଷିକୀ ll_*
*_🔅ଆଜି ଶ୍ରୀ ଜାହାଙ୍ଗୀର ରତନଜୀ ଦାଦାଭାଇ ଟାଟା ଜୟନ୍ତୀ ll_*
*_🔅ଆଜି ଜାତୀୟ ଲାସାଗ୍ନା ଦିବସ ll_*
*_🔅ଆଜି ଜାତୀୟ ଲିପଷ୍ଟିକ୍ ଦିବସ ll_*
*_🔅ଆଜି ଆନ୍ତର୍ଜାତୀୟ ଚିକେନ୍ ୱିଙ୍ଗ୍ ଦିବସ ll_*
Comments
Post a Comment