୧୯-ଜୁଲାଇ-୨୦୨୪, ଶୁକ୍ରବାର
*_`➡️୧-ସରିଲା ଲୀଳାଖେଳା, ଆଜି ନୀଳାଦ୍ରି ବିଜେ l ବଡ଼ଦାଣ୍ଡ ଛାଡ଼ି ଗୋଟି ପହଣ୍ଡିରେ ନୀଳକନ୍ଦରକୁ ଯିବେ ନୀଳାଦ୍ରିନାଥ l ମାନଭଂଜନ ପାଇଁ ମା' ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇବେ କାଳିଆ ସାଆନ୍ତ l ଆସନ୍ତାକାଲି ଠାରୁ ହେବ ରତ୍ନସିଂହାସନରେ ନୀତିକାନ୍ତି, ଭକ୍ତଙ୍କୁ ମିଳିବ ଅବଢ଼ା`_*
*_`➡️୨-ଗ୍ରୁପ-ବି ଓ ଗ୍ରୁପ ସି ସ୍ପେଶାଲିଷ୍ଟ ପଦ/ସେବା-୨୦୨୩ର ମିଳିତ ସ୍ନାତକ ସ୍ତରୀୟ ନିଯୁକ୍ତି ପରୀକ୍ଷା ଆସନ୍ତା ଅଗଷ୍ଟ ମାସ ୪ ତାରିଖ (ରବିବାର) ଦିନ ହେବ l ଏନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ସୂଚନା ହେଲା ଜାରି`_*
*_`➡️୩-ଆଜି ରସଗୋଲା ଦିବସ, ନୀଳାଦ୍ରି ବିଜେରେ ପ୍ରତିବର୍ଷ ପାଳନ ହୁଏ ରସଗୋଲା ଦିବସ। ୨୦୧୫ରୁ ଓଡ଼ିଶାରେ ଏହି ଦିବସ ପାଳନ କରାଯାଇଆସୁଛି। ଏହି ନୀଳାଦ୍ରି ବିଜେରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନିକଟରେ ଭୋଗ ହୋଇଥାଏ ରସଗୋଲା`_*
*_`➡️୪-ଆଜିଠୁ ବିଜେପିର ଦୁଇ ଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ। ପ୍ରସ୍ତୁତ ହେବ ନୂଆ ସରକାରଙ୍କ ରୋଡମ୍ୟାପ୍ । ପୁରୀରେ ଆୟୋଜିତ କାର୍ଯ୍ୟକାରିଣୀକୁ ଉଦଘାଟନ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା`_*
*_`➡️୫-ବନ୍ଦ ହେବନି ଆହାର କେନ୍ଦ୍ର, ଉନ୍ନତ ମାନର ଖାଦ୍ୟ ଯୋଗାଇବାକୁ ଏବଂ ଖାଦ୍ୟରେ ପରିବା କମ୍ ଥିବା ଅନୁଭବ କରି ସ୍ୱୟଂ ସହାୟକ ମାଆ ମାନଙ୍କୁ ସେବା ଉଦେଶ୍ୟରେ ଶ୍ରଦ୍ଧାରେ ଖାଦ୍ୟ ପରିବେଷଣ କରିବାକୁ ପରାମର୍ଶ ଦେଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର`_*
*_`➡️୬-ଲଘୁଚାପ ଆଣୁଛି ବଡ଼ ବର୍ଷା, ଆସନ୍ତା ୨୪ ଘଣ୍ଟାରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଅବପାତ। ଏହାର ପ୍ରଭାବରେ ରାଜ୍ୟରେ ୪ ଦିନ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କଲା ଆଞ୍ଚଳିକ ପାଣିପାଗ ବିଭାଗ।`_*
*_`➡️୭-ଏଣିକି ଜାଣିଶୁଣି ଗାଡ଼ିର ସାମ୍ନା ୱିଣ୍ଡସିଲ୍ଡରେ ଫାସ୍ଟ୍ୟାଗ୍ ଲଗାଉନଥିବା ଲୋକମାନଙ୍କୁ ଅବହେଳା ମହଙ୍ଗା ପଡ଼ିବ। ଫାସ୍ଟ୍ୟାଗ୍ ନଥିବା ଗାଡ଼ିରୁ ଦୁଇ ଗୁଣା ଶୁଳ୍କ ସଂଗ୍ରହ କରିବାକୁ ହେଲା ନିର୍ଦେଶ`_*
*_`➡️୮-ଚଳିତ ବର୍ଷ ଧବଳେଶ୍ବର ପୀଠକୁ ଆସୁଥିବା କାଉଡ଼ିଆମାନଙ୍କୁ ପ୍ଲାଷ୍ଟିକ୍ କଳସ ବଦଳରେ ପିତଳ, ତମ୍ବା କିମ୍ବା ମାଟି କଳସରେ ପାଣି ଆଣିବା ପାଇଁ ଦିଆଗଲା ପରାମର୍ଶ l ପୀଠରେ ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ୍ କଳସଘଡ଼ିକୁ କରାଗଲା ନିଷିଦ୍ଧ l ଚଳିତ ବର୍ଷ ଶ୍ରାବଣ ମାସରେ ୫ଟି ସୋମବାର ପଡୁଥିବା ବେଳେ ଦୀର୍ଘ ୨୭ ବର୍ଷ ପରେ ଏଥିର ପୀଠରେ ହେବ ବ୍ୟାପକ ପ୍ରସ୍ତୁତି`_*
*_`➡️୯-ବିଭିନ୍ନ ବାଦବିବାଦ ପରେ ବିଏମ୍ସିରେ ଆରମ୍ଭ ହୋଇଥିବା କୁକୁର ବନ୍ଧ୍ୟାକରଣ ପୁଣି ଥରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ହେଲା ବନ୍ଦ l ବିଏମ୍ସିକୁ ପ୍ରୋଜେକ୍ଟ ରେକଗ୍ନାଇଜେସନ ସାର୍ଟିଫିକେଟ୍ (ପିଆରସି) ଧାର୍ଯ୍ୟ ସମୟରେ ନ ଦେବାରୁ ଏହି ପ୍ରକ୍ରିୟା ହେଲା ବନ୍ଦ`_*
*_`➡️୧୦-ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ପରେ ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟା ହେଲା ଶେଷ l ସମସ୍ତ ଅଳଙ୍କାର ଆଲମିରାରେ ଭର୍ତ୍ତି କରି ଶ୍ରୀମନ୍ଦିର ଭିତରକାଠ ନିକଟରେ ଥିବା ଖଟଶେଜ ଘର ଅସ୍ଥାୟୀ ରତ୍ନଭଣ୍ଡାର ବା ଷ୍ଟ୍ରଙ୍ଗରୁମରେ ରଖାଗଲା`_*
*_`➡️୧୧-ପୁଣି ଥରେ ଅସୁସ୍ଥ ହୋଇ ଏସ୍ସିବିରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ l ତାଙ୍କର ୟୁରିଆ କ୍ରେଟାଇନ୍ ବଢିଯାଇଛି। ଦାନ୍ତରେ ସଂକ୍ରମଣ ହୋଇଛି`_*
*_`➡️୧୨-ଗୁଜରାଟରେ ଚାନ୍ଦିପୁରା ଭୂତାଣୁ ସଂକ୍ରମଣ ମୃତ୍ୟୁସଂଖ୍ୟା ୧୪କୁ ହେଲା ବୃଦ୍ଧି, ୨୬ ସନ୍ଦିଗ୍ଧ ଆକ୍ରାନ୍ତ ହେଲେ ଚିହ୍ନଟ`_*
*_`➡️୧୩-ଏଣିକି ୧୬ ମନ୍ତ୍ରୀଙ୍କୁ ଜଗିବେ ୫୦ ବିଜେଡି ବିଧାୟକ । ବିଭାଗୱାରୀ ଦାୟିତ୍ୱ ବାଣ୍ଟିଲେ, ନଜର ରଖିବାକୁ ନିର୍ଦ୍ଦେଶ ଦେଲେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ`_*
*_`➡️୧୪-ପୂରଣ ହେଲା ଯାଜପୁରବାସୀଙ୍କ ସ୍ବପ୍ନ, ଯାଜପୁର ମେଡିକାଲ କଲେଜକୁ ମିଳିଲା ମଞ୍ଜୁରୀ l ଚଳିତବର୍ଷ ୫୦ ସିଟରେ ହେବ ନାମଲେଖା`_*
*_`➡️୧୫-ଆସାମ ସରକାର ନେଲେ ବଡ଼ ନିଷ୍ପତ୍ତି, ରାଜ୍ୟରେ ମୁସ୍ଲିମ ବିବାହ ଓ ଛାଡପତ୍ର ଆଇନ ହେଲା ରଦ୍ଦ l ଖୁବଶୀଘ୍ର ଆସିବାକୁ ଥିବା ନୂଆ ଆଇନରେ ମୁସଲମାନ ବିବାହ ପଞ୍ଜିକରଣ ୧୮ରୁ ୨୧ ବର୍ଷର ଆଇନଗତ ସୀମା ମଧ୍ୟରେ ସରକାରୀ କାର୍ଯ୍ୟାଳୟରେ ହେବ`_*
*_`➡️୧୬-ଦୁବାଇର ଶାସକ ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ରାସିଦ ଅଲ୍ ମକତୁମଙ୍କ ଝିଅ ଶେଖା ମାହରା ସ୍ୱାମୀ ଶେଖ୍ ମନା ବିନ୍ ମହମ୍ମଦ ବିନ୍ ରାସିଦ ବିନ ମାନା ଅଲ୍ ମକତୁମଙ୍କୁ ସୋସିଆଲ୍ ମିଡିଆରେ ଦେଲେ ତଲାକ୍`_*
*_`➡️୧୭-ଆମେରିକାରେ ବିଶ୍ୱକପ ଆୟୋଜନ କରି ୧୬୭ କୋଟି ହରାଇଲା ଆଇସିସି l ମ୍ୟାଚ୍ରୁ ଆଇସିସି ଯେତିକି ଆଶା କରିଥିଲା, ସେହି ଅନୁସାରେ ଫଳ ପାଇନାହିଁ`_*
*_`➡️୧୮-ଶ୍ରୀଲଙ୍କା ଟୁର୍ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ । ତିନିଟି ଟି-ଟ୍ବେଣ୍ଟି ଓ ତିନିଟି ୱାନଡେ ପାଇଁ ଘୋଷଣା ହେଲା ଦଳ । ସୂର୍ଯ୍ୟ କୁମାର ଯାଦବ ତୁଲାଇବେ ଟି-୨୦ ଅଧିନାୟକ ଦାୟିତ୍ବ`_*
*_`➡️୧୯-ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ଡବଲ ଝଟକା l ପ୍ରଥମେ ଟିମ୍ ଇଣ୍ଡିଆ ଅଧିନାୟକତ୍ୱ କରିବାର ସୁଯୋଗ ପାଣ୍ଡ୍ୟାଙ୍କଠାରୁ ଛଡ଼ାଇ ନିଆଯାଇଥିବା ବେଳେ ଏବେ ପତ୍ନୀ ନତାଶା ଦେଲେ ତଲାକ`_*
*_`➡️୨୦-ରୋହିତ୍ ଶର୍ମାଙ୍କ ପରେ ଏବେ ବିରାଟ କୋହଲି ମଧ୍ୟ ନିଜ ଛୁଟିକୁ କଲେ କ୍ୟାନ୍ସଲ l ଟିମ୍ର ଏହି ଦୁଇ ବରିଷ୍ଠ ଖେଳାଳି ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ ଖେଳିବେ`_*
*_`🔅ଆଜି ନୀଳାଦ୍ରି ବିଜେ`_*
*_`🔅ଆଜି ଆଜି ରସଗୋଲା ଦିବସ`_*
*_`🔅ଆଜି ଶିବ ଶୟନ`_*
*_`🔅ଆଜି ଶିବ ଚତୁର୍ଦଶୀ ଉପବାସ ଓ ବେଢା ପରିକ୍ରମା`_*
*_`🔅ଆଜି ଜାତୀୟ ରସବେରୀ କେକ୍ ଦିବସ`_*
*_`🔅ଆଜି ନୂତନ ବନ୍ଧୁ ଦିବସ`_*
*_`🔅ଆଜି ବ୍ୟାଙ୍କ ଜାତୀୟକରଣ ଦିବସ`_*
*_`🔅ଆଜି ପ୍ରଥମ ସ୍ୱାଧୀନତା ସଂଗ୍ରାମୀ`_*
*_`ଶ୍ରୀ ମଙ୍ଗଲ ପାଣ୍ଡେଙ୍କ ଜନ୍ମ ବାର୍ଷିକୀ`_*
Comments
Post a Comment