୨୬-ଜୁଲାଇ-୨୦୨୪, ଶୁକ୍ରବାର


_➡️୧-ବିଧାନସଭାରେ ୨୦୨୪-୨୫ଆର୍ଥିକ ବର୍ଷ ଲାଗି ବିଶାଳ ତଥା ସର୍ବକାଳୀନ ବଡ଼ ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ବଜେଟ୍‌ର ଆକାର ୨ଲକ୍ଷ ୬୫ ହଜାର କୋଟି ଟଙ୍କା ରହିଛି। ୨୦୨୩-୨୪ବଜେଟ୍‌ ଠାରୁ ଏହା ୧୫% ଅଧିକ।_

_➡️୨-ଦୁଇ ବର୍ଷ ପୂରିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳ l ରାଷ୍ଟ୍ରପତି ଭବନରେ ଛାତ୍ରଛାତ୍ରୀଙ୍କୁ ଗ୍ଲୋବାଲ୍ ୱାର୍ମିଂ ଓ ପରିବେଶ ସୁରକ୍ଷା ବିଷୟରେ ପଢ଼ାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l_

_➡️୩-୨୦୨୭ ସୁଦ୍ଧା ରାଜ୍ୟରେ ଚାଲିବ ମେଟ୍ରୋ ଟ୍ରେନ୍,ବଜେଟ୍ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ଚଳିତ ଆର୍ଥିକ ବର୍ଷରେ ପ୍ରକଳ୍ପ ପାଇଁ ୧ ହଜାର କୋଟିର ହେଲା ବ୍ୟୟବରାଦ ।_

_➡️୪-ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆସନ୍ତାକାଲି ନୀତି ଆୟୋଗର ବୈଠକ ବସିବାର ଅଛି, ସେଥିରେ ସେ ଯୋଗଦେବେ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଦିଲ୍ଲୀ ଗସ୍ତ କରିପାରନ୍ତି।_

_➡️୫-ଆସନ୍ତା ଅଗଷ୍ଟ ମାସ ୩ ତାରିଖ (ଶନିବାର) ଦିନ ଫାର୍ମାସିଷ୍ଟ ଓ ମଲ୍ଟିପର୍ପୋଜ ସ୍ୱାସ୍ଥ୍ୟ କର୍ମୀ (ପୁରୁଷ) ପଦ ପାଇଁ ଲିଖିତ ପରୀକ୍ଷା ଆୟୋଜିତ ହେବ । OSSSC ପକ୍ଷରୁ ନୋଟିସ୍ ହେଲା ଜାରି l_

_➡️୬-ରେକର୍ଡ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଗୋଟିଏ ସ୍ଥାନରେ ଛିଡ଼ା ହୋଇ ନିରବଚ୍ଛିନ୍ନ ଭାବେ ୨ ଘଣ୍ଟା ୮ ମିନିଟ୍ ଧରି ପଢ଼ିଲେ ପୂର୍ଣ୍ଣାଙ୍ଗ ବଜେଟ୍ । ଗରିବ, କୃଷକ, ମହିଳା, ଯୁବକଙ୍କ ଉପରେ ରହିଲା ଫୋକସ l_

_➡️୭-ଆଜି କାର୍ଗିଲ ବିଜୟ ଦିବସ l ୨୫ ବର୍ଷରେ ଏହି ବିଜୟ ଦିବସର ବୀରତ୍ବର କାହାଣୀ ଆଜି ମଧ୍ୟ ରହିଛି ଭାରତ ମାତାର ହୃଦୟରେ l_

_➡️୮-ରାଜ୍ୟରେ ଦୈନିକ ଦୁଗ୍ଧ ଉତ୍ପାଦନକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ ଖୁବଶୀଘ୍ର ଅମ୍ବ୍ରେଲା ସ୍କିମ୍‌ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ ହେବ ଆରମ୍ଭ। ଏହା ଅଧୀନରେ ପ୍ରତିବର୍ଷ ୨,୦୦୦ ହିତାଧିକାରୀଙ୍କୁ ୨ଟି କ୍ରସ୍‌ବ୍ରିଡ୍‌ ଗାଈ ରଖିବା ପାଇଁ କ୍ଷୁଦ୍ର ଦୁଗ୍ଧ ୟୁନିଟ୍‌ ପ୍ରତିଷ୍ଠା କରାଯିବ_

_➡️୯-ପ୍ରବଳ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଳୀ, ସବୁଠି ପାଣି । ଟ୍ରାଫିକ ସମସ୍ୟା ସହ ବର୍ଷାରେ ଜନଜୀବନ ହେଲା ପ୍ରବାହିତ ।_

_➡️୧୦-ରାଜ୍ୟରେ ଲାଗୁ ହେଲା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା l ଏଥି ପାଇଁ ସରକାର ୨୧ ହଜାର ୨ ଶହ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରଖିଛନ୍ତି।_

_➡️୧୧-ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆସନ୍ତା ଅଗଷ୍ଟ ୧ତାରିଖରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ଏଥର ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କୁ ବିଶେଷ ଭାବେ ଆକୃଷ୍ଟ କରିବ ସ୍କାଏ ୱାକ୍ ବା ୱାକ୍ ୱେ।_

_➡️୧୨-ପଶ୍ଚିମବଙ୍ଗରୁ ଆଳୁ ପରିବହନ ସେବା ହେଲା ବନ୍ଦ, ବାଲେଶ୍ୱର ଜିଲା ଜଳେଶ୍ୱର ବଜାରରେ ଆଳୁ କିଲୋ ପ୍ରତି ମୂଲ୍ୟ ଛୁଇଁଲା ୫୦ ଟଙ୍କା l ୬ଦିନ ହେଲାଣି ପଶ୍ଚିମବଙ୍ଗ ଆଳୁ ମହାସଂଘ ରପ୍ତାନୀ ବନ୍ଦ ରଖିଛି l_

_➡️୧୩-ବଦଳିଲା ରାଷ୍ଟ୍ରପତି ଭବନରେ ଥିବା ଦୁଇଟି ଗୁରୁତ୍ୱପୂର୍ଣ୍ଣ ନାଁ । ଦରବାର ହଲ ହେଲା ଗଣତନ୍ତ୍ର ମଣ୍ଡପ ଓ ଅଶୋକ ହଲର ନାଁ ହେଲା ଅଶୋକ ମଣ୍ଡପ l_

_➡️୧୪-ଜେଡିୟୁ ରାଷ୍ଟ୍ରୀୟ ପ୍ରବକ୍ତା ରାଜୀବ ରଞ୍ଜନଙ୍କ ହେଲା ପରଲୋକ l ମୃତ୍ୟୁ ବେଳକୁ ରାଜୀବଙ୍କ ୬୫ ବର୍ଷ ବୟସ ହୋଇଥିଲା ।_

_➡️୧୫-ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଲାଗିଲା ଝଟକା l ଏଣିକି ନ୍ୟାୟିକ ହେପାଜତ ଅଗଷ୍ଟ ୮ରେ ଶୁଣାଣି ହେବ ।_

_➡️୧୬-ପ୍ୟାରିସ୍ ଅଲିମ୍ପିକ୍ସରେ ପରଫର୍ମ କରିବେ ୫୬ ବର୍ଷୀୟ ହଲିଉଡ ସିଙ୍ଗର ସେଲିନ୍ ଡିଅନ୍(Celin Dion) l ହଲିଉଡ଼ର ଫେମସ୍ ଫିଲ୍ମ ‘ଟାଇଟାନିକ୍’ର ଗୀତ ‘ମାୟ ହାର୍ଟ ୱିଲ୍ ଗୋ ଅନ୍’ ଗୀତ ଗାଇଥିଲେ ସେଲିନ୍ ଡିଅନ୍ ।_

_➡️୧୭-ସୀମା ବିବାଦର ତତ୍କାଳ ସମାଧାନ ପାଇଁ ଭାରତ ଏବଂ ଚୀନ ମଧ୍ୟରେ ହେଲା ସହମତ, ଲାଓସରେ ଜୟଶଙ୍କର ଏବଂ ୱାଙ୍ଗ ୟିଙ୍କ ମଧ୍ୟରେ ହେଲା ବୈଠକ l ଚଳିତ ମାସରେ ଦ୍ୱିତୀୟ ଥର ଭେଟିଥିବା ଦୁଇ ନେତା ସୈନିକଙ୍କୁ ପଛକୁ ହଟାଇବା ପ୍ରକ୍ରିୟାକୁ ପୂରା କରିବା ପାଇଁ କଡ଼ା ମାର୍ଗଦର୍ଶିକାର ଆବଶ୍ୟକତା ଉପରେ କଲେ ସହମତ ବ୍ୟକ୍ତ ।_

_➡️୧୮-ବହୁପ୍ରତୀକ୍ଷିତ ପ୍ୟାରିସ୍ ଅଲିମ୍ପିକ୍ସ ଆଜି ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହେବ। ୧୦୦ଟି ନୌକାରେ ୧୦,୦୦୦ ଖେଳାଳି ପରେଡ୍ କରିବେ l ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ପାଇଁ ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ଷ୍ଟାଡିୟମ୍ ବାହାରେ ଏବଂ ନଈ ମଝିରେ ଅନୁଷ୍ଠିତ ହେବ।_

_➡️୧୯-ଜୁଲାଇ ୩୧ ତାରିଖରେ ବସିବ ଆଇପିଏଲ୍‌ର ସମସ୍ତ ୧୦ ଫ୍ରାଞ୍ଚାଇଜ୍‌ ମାଲିକମାନଙ୍କ ସହିତ ବିସିସିଆଇର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ l ଆଇପିଏଲ୍ ପାଇଁ ଖେଳାଳି ନିଲାମ ସମ୍ଭବତଃ ଡିସେମ୍ବର ମାସରେ ହୋଇପାରେ l_

_➡️୨୦-କ୍ରୀଡ଼ାବିତ୍‌ଙ୍କ ଟାର୍ଗେଟ୍‌ରେ ଇରାନ ଆତଙ୍କୀ: ଅଲମ୍ପିକ୍ସ ସମୟରେ ହମ୍‌ଲା ନେଇ ଇସ୍ରାଏଲ ଦେଲା ଚେତାବନୀ l ସୁରକ୍ଷା ବ୍ୟବସ୍ଥା ହେଲା କଡ଼ାକଡ଼ି l_

_➡️୨୧-ପ୍ୟାରିସ୍ ଅଲିମ୍ପିକ୍ସ : କ୍ବାର୍ଟର ଫାଇନାଲରେ ପ୍ରବେଶ କଲେ ଭାରତର ଉଭୟ ପୁରୁଷ ଓ ମହିଳା ତୀରନ୍ଦାଜୀ ଦଳ l_

*_🔅ଆଜି କାରଗିଲ ବିଜୟ ଦିବସ ll_*
*_🔅ଆଜି ଜାତୀୟ ବିଳାପ ଦିବସ ll_*
*_🔅ଆଜି ଜାତୀୟ ଜଳ ବନ୍ଧୁକ ସଂଗ୍ରାମ ଦିବସ ll_*
*_🔅ଆଜି ଜାତୀୟ ସ୍କଚ୍ ଦିବସ ll_*
*_🔅ଆଜି କ୍ରସ୍ ଆଟଲାଣ୍ଟିକ୍ ଯୋଗାଯୋଗ ଦିବସ ll_*
*_🔅ଆଜି ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ଗୁରୁଦାସ ବାନାର୍ଜୀ ଜୟନ୍ତୀ ll_*

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024