୨୪-ଜୁଲାଇ-୨୦୨୪, ବୁଧବାର
_➡️୧-ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି l ସନ୍ଧ୍ୟା ୬ରୁ ରାତି ୯ଟା ଯାଏ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। କେବଳ ପାର୍ଶ୍ୱ ଦେବାଦେବୀଙ୍କ ଦର୍ଶନ କରିପାରିବେ ଭକ୍ତ। ଜୟ ବିଜୟ ଦ୍ୱାର ବନ୍ଦ ରହିବ।_
_➡️୨-ଆଜି ରାତିରେ ଦେଖାଯିବ ମହାଜାଗତିକ ଦୃଶ୍ୟ ; ଚନ୍ଦ୍ର ପଛରେ ଲୁଚିଯିବ ଶନି, ଆକାଶ ମେଘ ମୁକ୍ତ ରହିଲେ ଓଡ଼ିଶାର ସବୁ ଅଞ୍ଚଳରୁ ଆଜି ମଧ୍ୟରାତ୍ର ପରେ ପ୍ରାୟ ସାଢ଼େ ଗୋଟାଏରୁ ୨ଟା ୩୭ମିନିଟ ମଧ୍ୟରେ ଏହାକୁ ଖାଲି ଆଖିରେ ଦେଖିହେବ।_
_➡️୩-ସରଗରମ ହେଲା ବିଧାନସଭା ବଜେଟ୍ ଅଧିବେଶନ। ହୁଲୁସ୍ତୁଲ ହେଉଛି ଗୃହ । ଆଜି ହେବ ଉପବାଚସ୍ପତି ନିର୍ବାଚନ l ବିରୋଧୀ ଦଳ ନେତା ଗୃହର ନିୟମ ଭଙ୍ଗ କରିଥିବା କହିଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।_
_➡️୪-ଆଜି ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି LC -3ରେ ହେବ କ୍ଷେପଣାସ୍ତ୍ର ପରୀକ୍ଷଣ l ୪ ଗୋଟି ଅସ୍ଥାୟୀ ଆଶ୍ରୟସ୍ଥଳୀରେ ୧୦ଗାଁର ମୋଟ୍ ୧୦,୫୮୧ ଜଣଙ୍କୁ କରାଗଲା ସ୍ଥାନାନ୍ତର l_
_➡️୫-ଆଜି ଲୋକ ସେବା ଭବନରେ ରାତି ୮ଟା ୩୦ରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ l ମୋହନ ସରକାରଙ୍କ ଏହା ହେବ ତୃତୀୟ କ୍ୟାବିନେଟ ବୈଠକ ।_
_➡️୬-ଏଣିକି ବିନା ଫିଟନେସ ଓ ପଞ୍ଜିକରଣରେ ଚାଲୁଥିବା ଗାଡି ରାସ୍ତାରେ ଆଉ ଗଡି ପାରିବ ନାହିଁ । ଜରିମାନା ସହ ଗାଡ଼ିକୁ ଅଟକାଇବାକୁ ହେଲା ନିର୍ଦ୍ଦେଶ l_
_➡️୭-ଆଜିଠାରୁ ଆରମ୍ଭ ହେବ ନିଟ୍ କାଉନସେଲିଂ ପ୍ରକ୍ରିୟା । ଏହା ୩ଟି ରାଉଣ୍ଡରେ ହେବ ଏବଂ ଏହା ପରେ ଷ୍ଟ୍ରେ ଭାକାନ୍ସି ରାଉଣ୍ଡ କରାଯିବ।_
_➡️୮-ବାଲେଶ୍ୱର ଜିଲା ବାହାନଗା ବ୍ଲକ ସାଉଡୁ ପଞ୍ଚାୟତ ଥାଲସଡା ଗ୍ରାମସ୍ଥିତ ଦାମୋଦର ଉଚ୍ଚବିଦ୍ୟାଳୟରେ ୫-ଟି ଓ ମୋ ସ୍କୁଲ ଅଭିଯାନରେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ହୋଇଥିବା ଆସିଲା ଅଭିଯୋଗ l ବିଦ୍ୟାଳୟରେ ପହଞ୍ଚିଲେ ଭିଜିଲାନ୍ସ ଟେକ୍ନିକାଲ ଟିମ୍ l_
_➡️୯-ସାଂସଦ ଅପରାଜିତା ଷଡ଼ଙ୍ଗୀ ହେଲେ ଏସିଆ ପାସିଫିକ୍ ଗ୍ରୁପ ଆଇପିୟୁ ଉପସଭାପତି। ଏନେଇ ସେ ସୋସିଆଲ ମିଡିଆ ଏକ୍ସରେ ଟ୍ବିଟ କରି ଦେଲେ ଏହି ଖବର l_
_➡️୧୦-ପାରାଦୀପ ପୌରାଞ୍ଚଳର ଅଠରବାଙ୍କୀ ପାରାଦୀପ ପୌରାଞ୍ଚଳର ଅଠରବାଙ୍କୀ ଲକ୍ପଡା ସରକାରୀ ବିଦ୍ୟାଳୟରେ ଏକ୍ସପାଏରି ଔଷଧ ଖାଇ ଛାତ୍ରୀଛାତ୍ର ଅସୁସ୍ଥ ହେବା ଘଟଣାରେ ୨ ଜଣ ଶିକ୍ଷୟିତ୍ରୀ ହେଲେ ନିଲମ୍ବିତ l_
_➡️୧୧-ହଠାତ୍ ବିଗିଡିଲା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ଵାସ୍ଥ୍ୟବସ୍ଥା, ଦିଲ୍ଲୀ ଏମ୍ସରେ ହେଲେ ଭର୍ତ୍ତି l_
_➡️୧୨-ଦିଲ୍ଲୀର ଏକ ପ୍ଲାଷ୍ଟିକ୍ କାରଖାନାରେ ହେଲା ଭୟଙ୍କର ଅଗ୍ନିକାଣ୍ଡ, ଘଟଣାସ୍ଥଳରେ ଦମକଳର ୨୩ ଗାଡି ହେଲେ ନିୟୋଜିତ l ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଖବର ଆସିନାହିଁ।_
_➡️୧୩-ସରିଲା ଟନେଲ୍ ଖୋଳା, ଖୁବ୍ଶୀଘ୍ର ସରିବ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ କାମ l ବର୍ତ୍ତମାନ ପର୍ଯ୍ୟନ୍ତ ଖୋର୍ଦ୍ଧା ରୋଡରୁ ଦଶପଲ୍ଲା ପର୍ଯ୍ୟନ୍ତ ୧୦୫.୮ କିଲୋମିଟର ଏବଂ ବଲାଙ୍ଗୀରରୁ ସୋନପୁର ପର୍ଯ୍ୟନ୍ତ ୪୭ କିଲୋମିଟର କାର୍ଯ୍ୟ ଶେଷ ହୋଇଛି ।_
_➡️୧୪-ଚାଷୀ ଆନ୍ଦୋଳନ ପାଇଁ ବନ୍ଦ ଥିବା ଶମ୍ଭୁ ବର୍ଡର ଖୋଲିବା ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି। ପୂର୍ବରୁ ମାମଲାରେ ତୁରନ୍ତ ଶୁଣାଣି କରିବାକୁ ଦାବି କରିଥିଲେ ହରିଆଣା ସରକାର।_
_➡️୧୫-ନିଟ୍-ୟୁଜି ପରୀକ୍ଷା ବାତିଲ କରି ପୁଣି ପରୀକ୍ଷା କରିବା ଲାଗି ଆଗତ ପିଟିସନକୁ ସୁପ୍ରିମ୍କୋର୍ଟ କଲେ ଖାରଜ l ବ୍ୟବସ୍ଥାଗତ ଉଲ୍ଲଂଘନ ନେଇ କୌଣସି ପ୍ରମାଣ ନାହିଁ, ତେଣୁ ପୁନଃ ପରୀକ୍ଷା ହେବନାହିଁ l_
_➡️୧୬-ପୁଣିଥରେ କାନାଡ଼ାର ଏଡିମୋନଟନ୍ରେ ଥିବା ସ୍ବାମୀ ନାରାୟଣ ମନ୍ଦିରରେ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିବା ସହ କାନ୍ଥରେ ପ୍ରଧାନମନ୍ତ୍ରୀ ମୋଦୀ ଓ କାନାଡ଼ା ସାଂସଦ ଚନ୍ଦ୍ର ଆର୍ଯ୍ୟଙ୍କ ବିରୋଧରେ ଦେଲେ ଘୃଣାପୂର୍ଣ୍ଣ ମନ୍ତବ୍ୟ l_
_➡️୧୭-୨୬ ଜୁଲାଇରେ ପ୍ୟାରିସ ଅଲିମ୍ପିକ୍ ରେ ବହିବ ରକ୍ତର ନଦୀ, ହମାସ ଆତଙ୍କବାଦୀ ଚେତାବନୀ ଜାରି କରି ସେୟାର କଲେ ଭିଡିଓ l_
_➡️୧୮-ଗୃହୀତ ହେଲା ଚାମ୍ପିଅନ୍ସ ଟ୍ରଫି ୨୦୨୫ର ବଜେଟ୍ l ୧୨୮୦ କୋଟି ଟଙ୍କାର ବଡ଼ ଅର୍ଥ ରାଶିକୁ ମିଳିଲା ମଞ୍ଜୁରୀ l_
_➡️୧୯-କେନ୍ଦ୍ର ବଜେଟରେ କ୍ରୀଡ଼ା ମନ୍ତ୍ରଣାଳୟ ପାଇଁ ୩,୪୪୨.୩୨ କୋଟିରୁ ଖେଲୋ ଇଣ୍ଡିଆ ପାଇଁ ୯୦୦ କୋଟି ଟଙ୍କା ହେଲା ଆବଣ୍ଟନ l ଗତ ଆର୍ଥିକ ବର୍ଷରେ ୮୮୦ କୋଟି ଟଙ୍କା ସଂଶୋଧିତ ଆବଣ୍ଟନଠାରୁ ଏହି ପରିମାଣ ୨୦ କୋଟି ଟଙ୍କା ଅଧିକ ।_
_➡️୨୦-ଦୀର୍ଘ ୬ ବର୍ଷ ପରେ IPLକୁ ଫେରିବେ ଯୁବରାଜ ସିଂହ l ରିପୋର୍ଟ ଅନୁଯାଇ ଗୁଜୁରାଟ ଟାଇଟନ୍ସରୁ ହୋଇପାରନ୍ତି ପରବର୍ତ୍ତୀ ହେଡ କୋଚ୍ l_
*🔅ଆଜି ୧୬୫ତମ ଭାରତ ଆୟକର ଦିବସ ll*
*🔅ଆଜି ସମ୍ପର୍କୀୟ ଦିବସ ll*
*🔅ଆଜି ଆନ୍ତର୍ଜାତୀୟ ସ୍ୱୟଂ ଯତ୍ନ ଦିବସ ll*
*🔅ଆଜି ଜାତୀୟ ତାପଜ ଇଞ୍ଜିନିୟର୍ସ ଦିବସ ll*
*🔅ଆଜି ଦେଶଭକ୍ତ ଚଳଚ୍ଚିତ୍ରର ରାଜା ଶ୍ରୀ ମନୋଜ କୁମାର ଜୀଙ୍କର ଜନ୍ମଦିନ ll*
Comments
Post a Comment