୩୧-ଜୁଲାଇ-୨୦୨୪, ବୁଧବାର


_➡️୧-ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯଜୋନା, ଗ୍ରୀନ ଜବ ସେକ୍ଟର ପାଇଁ ରୋଡ୍ ମ୍ୟାପ୍ ହେଲା ପ୍ରସ୍ତୁତ l କହିଲେ ଏହା ମୋର ତୃତୀୟ ପାଳିରେ ଭାରତ ବିଶ୍ୱର ତୃତୀୟ ବୃହତ ଅର୍ଥନୀତିର ହେବ ଦେଶ l ଏହି ନିଷ୍ପତ୍ତି ଦେଶରେ ଏକ ବିପ୍ଳବ ଆଣିବ ବୋଲି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।_

_➡️୨-ନିଟ୍-ୟୁଜି କାଉନସେଲିଂ ନେଇ ଆସିଲା ବଡ ଖବର, ଅଗଷ୍ଟ ୧୪ ତାରିଖରୁ ଆରମ୍ଭ ହେବ ପଞ୍ଜୀକରଣ l ଏନେଇ କାଉନସେଲିଂର ବିସ୍ତୁତ ବିବରଣୀ ଏମଏମସି ୱେବସାଇଟରେ ହେଲା ଜାରି ।_

_➡️୩-ଅଗଷ୍ଟ ରେ ଶ୍ରୀମନ୍ଦିର ପରିଚାଳନା କମିଟିର ହେବ ନବକଳେବର । ମହାପ୍ରଭୁଙ୍କ ସେବାପୂଜା ସହ ଅଧିକ ସଂଶ୍ଳିଷ୍ଟ ଥିବା ତଥା ଉତ୍ତମ ବ୍ୟବହାର ସମ୍ପନ୍ନ ସେବାୟତଙ୍କୁ ପରିଚାଳନା କମିଟି ଚୟନରେ ଦିଆଯିବ ଗୁରୁତ୍ବ ।_

_➡️୪-ଆଜିଠୁ ବଡ଼ ବର୍ଷା, ବନ୍ୟା ଆଶଙ୍କା: ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷିବ, ୫ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ହେଲା ଜାରି l_

_➡️୫-ଜାତୀୟ ଆପ୍ରେଣ୍ଟିସିପ୍ ପ୍ରଶିକ୍ଷଣ ଯୋଜନା ୨.୦ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l ଛାତ୍ରବୃତ୍ତି ଆକାରରେ ୧୦୦ କୋଟି ଟଙ୍କା କଲେ ଜାରି l_

_➡️୬-ପିଇବା ପାଣି ସମସ୍ୟା ନେଇ ବିଧାନସଭାରେ ଉଭୟ ଶାସକ, ବିରୋଧୀଙ୍କ ସ୍ୱର ହେଲା ଏକ୍। ନୂଆ ମନ୍ତ୍ରୀଙ୍କୁ କଲେ ପ୍ରଶ୍ନ, ୨୪ ବର୍ଷ କ୍ଷମତାରେ ଥିବା ବିଜେଡି ସରକାରର ଫିଟାଇଲେ ଗୁମର । ଅଣଓଡ଼ିଆ ଠିକାଦାର କଥା କହି ଅସହାୟ ପ୍ରକାଶ କଲେ ମନ୍ତ୍ରୀ।_

_➡️୭-ରାଜ୍ୟ ଉନ୍ନୟନ କମିଶନର-ତଥା -ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବିଭାଗର ବରିଷ୍ଠ ଯନ୍ତ୍ରୀଙ୍କ ସହ ବନ୍ୟା ପରିଚାଳନା ସମ୍ପର୍କରେ ବିସ୍ତୃତ ଭାବେ କଲେ ସମୀକ୍ଷା l_

_➡️୮-ଖୁସି କରିଦେଲା ନନ୍ଦନକାନନ ବାଘୁଣୀ ମୌସୁମୀ,ବିଶ୍ୱ ବାଘ ଦିବସ ଜୁଲାଇ ୨୯ସୋମବାର ୮ଟା ୫୧ମିନିଟରେ ଛୁଆ ଜନ୍ମ କରିଥିଲା। ଏହି ଛୁଆ ସହ ନନ୍ଦନକାନନରେ ଏବେ ବାଘ ସଂଖ୍ୟା ୨୬କୁ ହେଲା ବୃଦ୍ଧି l_

_➡️୯-ସୁପରଷ୍ଟାର ବାବୁସାନ ମହାନ୍ତିଙ୍କ ଜନ୍ମଦିନ ଅବସରରେ ତାଙ୍କ ଆଗାମୀ ଚଳଚିତ୍ରର ଶୀର୍ଷକ ହେଲା ଘୋଷଣା l ଦଶହରାରେ ମୁକ୍ତିଲାଭ କରିବାକୁ ଥିବା ଏହି ଚଳଚ୍ଚିତ୍ରର ଶୀର୍ଷକ ରହିଛି ‘ସୋନକ’ ।_

_➡️୧୦-ମୁମ୍ବାଇରେ ଆୟୋଜିତ ମିସ ୱାଲର୍ଡ ବ୍ୟୁଟି ପେଜେଣ୍ଟରେ ଭାରତୀୟ ଶାଢ଼ି ପିନ୍ଧି ଚର୍ଚ୍ଚାରେ ଅଷ୍ଟ୍ରେଲିୟାର କ୍ରିଷ୍ଟିନା ରାଇଟ। କାର୍ଯ୍ୟକ୍ରମରେ ବସିଥିବା ପ୍ରତିଟି ଦର୍ଶକଙ୍କ ମନକୁ ଖୁସି କରାଇ ଦେଇଥିଲା।_

_➡️୧୧-ସିନିୟର IPS ଅଫିସର ତଥା ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ଥିବା ପଣ୍ଡିତ ରାଜେଶ ଉତ୍ତମରାଓ ଓରଫ୍ ରାଜେଶ ପଣ୍ଡିତଙ୍କୁଚାକିରିରୁ ସସପେଣ୍ଡ କଲେ ରାଜ୍ୟ ସରକାର। ଜୁଲାଇ ୨୭ ତାରିଖ ରାତିରେ କ୍ୟାପିଟାଲ୍ ଥାନା ଅଞ୍ଚଳରେ ଘଟିଥିବା ଏକ ଘଟଣା ପାଇଁ ନିଆଗଲା ଆକ୍ସନ।_

_➡️୧୨-ଉତ୍ତର ପ୍ରଦେଶ ବିଧାନସଭାରେ ଲଭ୍‌-ଜିହାଦ ସଂଶୋଧନ ବଧେୟକ ୨୦୨୪ ବିଲ୍ ହେଲା ପାସ୍ l ଏଣିକି ଯଦି କେହି ବ୍ୟକ୍ତି ଧର୍ମ ପରିବର୍ତ୍ତନ କରିବା ପାଇଁ ଅନ୍ୟଜଣେ ବ୍ୟକ୍ତିଙ୍କ ଉପରେ ଅର୍ଥ ବଳ, ବାହୁ ବଳ, ଆକ୍ରମଣ, କିମ୍ବା ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇ ଷଡ଼ଯନ୍ତ୍ର କରେ ତେବେ ତାଙ୍କୁ ଆଜୀବନ କାରାଦଣ୍ଡ ସହିତ ଜରିମାନା ମଧ୍ୟ ଦେବାକୁ ପଡ଼ିବ ।_

_➡️୧୩-ଅଧ୍ୟୟନରୁ ଜଣାପଡିଲା ଭାରତରେ ବଢୁଛି ମୁଣ୍ଡ ଓ ବେକ କର୍କଟ ରୋଗୀଙ୍କ ସଂଖ୍ୟା । ଯାହା ଦେଶର ମୋଟ କର୍କଟ ରୋଗୀଙ୍କ ସଂଖ୍ୟାର ପ୍ରାୟ ୨୬ ପ୍ରତିଶତ l ଯୁବପୀଢିଙ୍କ ମଧ୍ୟରେ ତମାଖୁ ସେବନ ବୃଦ୍ଧି ଏହାର ମୁଖ୍ୟ କାରଣ ବୋଲି କୁହାଯାଇଛି l_

_➡️୧୪-ଏଣିକି ଘର ନିର୍ମାଣ ପାଇଁ ଗରିବଙ୍କୁ ମାଗଣାରେ ବାଲି ଯୋଗାଇବେ ଝାଡ଼ଖଣ୍ଡ ସରକାର l ବିରୋଧୀଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କଲେ ବଡ ଘୋଷଣା l_

_➡️୧୫-କେରଳ ୱାୟନାଡ ଭୂସ୍ଖଳନ ମୃତ୍ୟୁ ସଂଖ୍ୟା ୧୨୨କୁ ହେଲା ବୃଦ୍ଧି, କେରଳ ପାଇଁ ୫ କୋଟି ସହାୟତା ଘୋଷଣା କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ l_

_➡️୧୬-ପୁଣିଥରେ ମାଇକ୍ରୋସଫ୍ଟରେ ସମସ୍ୟା, ଅଫିସ ଓ କ୍ଲାଉଡ୍ ସର୍ଭିସରେ ହେଲା ତ୍ରୁଟି l ଏହା ଫଳରେ ସାରା ବିଶ୍ବର ଲକ୍ଷ ଲକ୍ଷ ୟୁଜର୍ସ ସମସ୍ୟାର ହେଲେ ସମ୍ମୁଖୀନ l_

_➡️୧୭-ଉତ୍ତର କୋରିଆର ସୁପ୍ରିମ ଲିଡର କିମ ଜଙ୍ଗ ଉନଙ୍କ ପାଇଁ କାଳ ହେଲା ମୋଟାପଣ l ହୋଇପାରେ ହାର୍ଟ ଆଟାକ୍‌ ! ବିଦେଶରେ ଚାଲିଛି ମେଡିସିନ୍‌ ଖୋଜା l ଏଭଳି ଚାଞ୍ଚଲ୍ୟକର ସୂଚନା ଦେଲେ ଦକ୍ଷିଣ କୋରିଆର ସିକ୍ରେଟ ଏଜେନ୍ସି।_

_➡️୧୮-ତୃତୀୟ ଟି-୨୦ : ମାଟି କାମୁଡିଲା ଶ୍ରୀଲଙ୍କା, ସୁପର ଓଭରରେ ଜିତିଲା ଭାରତ l ସିରିଜ୍ ୩-୦ରେ କଲା କ୍ଲିନ ସୁଇପ l_

_➡️୧୯-ପ୍ୟାରିସ୍‌ ଅଲିମ୍ପିକ୍ସର ଚତୁର୍ଥ ଦିନରେ ଭାରତକୁ ମିଳିଲା ଆଉ ଏକ ଐତିହାସିକ ସଫଳତା । ୧୦ମିଟର ଏୟାର ପିସ୍ତଲ ମିଶ୍ରିତ ବର୍ଗରେ କାଂସ୍ୟ ଜିତିଲେ ମନୁ ଭାକର। ସ୍ୱାଧୀନତା ପରେ ମନୁ ହେଲେ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଥିବା ପ୍ରଥମ ଭାରତୀୟ ଆଥଲେଟ୍ l_

_➡️୨୦-ପ୍ୟାରିସ୍‌ ଅଲିମ୍ପିକ୍ସର କ୍ବାର୍ଟରଫାଇନାଲ୍‌ରେ ପ୍ରବେଶ କଲା ଭାରତୀୟ ହକି ଦଳ l ଗ୍ରୁପ୍‌ ବି’ ମ୍ୟାଚ୍‌ରେ ଗତକାଲି ଆୟର୍ଲାଣ୍ଡକୁ ୨-୦ ଗୋଲ୍‌ରେ ହରାଇବା ଏବଂ ଏହି ଗ୍ରୁପ୍‌ରେ ଆର୍ଜେଣ୍ଟିନାଠାରୁ ନ୍ୟୁଜିଲାଣ୍ଡ ହାରିବା ଯୋଗୁଁ ହର୍ମନପ୍ରୀତ ସିଂହଙ୍କ ଦଳ କ୍ବାର୍ଟରଫାଇନାଲ୍‌ କୁ କଲେ ପ୍ରବେଶ l ଗ୍ରୁପ୍‌ ଟପ୍ପର୍‌ ହେବାଲାଗି ଭାରତକୁ ନିଜ ପରବର୍ତ୍ତୀ ଦୁଇ ମ୍ୟାଚ୍‌କୁ ଜିତିବାକୁ ପଡ଼ିବ।_

*_🔅ଆଜି କାମଦା ଏକାଦଶୀ ll_*
*_🔅ଆଜି ବିଶ୍ୱ ରେଞ୍ଜର ଦିବସ ll_*
*_🔅ଆଜି ମହାନ ସାହିତ୍ୟିକ ଶ୍ରୀ ମୁନ୍ସି ପ୍ରେମଚାନ୍ଦଙ୍କ ଜନ୍ମ ବାର୍ଷିକୀ ll_*
*_🔅ଆଜି ଖଣ୍ଡିଆ ଗହମ ଦିବସ ll_*
*_🔅ଆଜି ଅସାଧାରଣ ଯନ୍ତ୍ରଗୁଡ଼ିକ ସଚେତନତା ଦିବସ ll_*
*_🔅ଆଜି ଶ୍ରୀ ଅମରସିଂ ଚୌଧୁରୀ ଜନ୍ମ ବାର୍ଷିକୀ ll_*
*_🔅ଆଜି ପ୍ଲେବ୍ୟାକ୍ ଗାୟକ ଶ୍ରୀ ମହମ୍ମଦ ରଫି ସ୍ମୃତି ଦିବସ ll_*

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024