୨୮-ଜୁଲାଇ-୨୦୨୪, ରବିବାର


_➡️୧-ପ୍ରଥମ ଥର ମଙ୍ଗଳ ଗ୍ରହରେ ମିଳିଲା ଜୀବନର ସଙ୍କେତ! ଚଟାଣରେ ପ୍ରାଚୀନ ଜୀବଙ୍କ ନମୂନା ଠାବ କଲା NASA l_

_➡️୨-୪୬ତମ ବିଶ୍ୱ ଐତିହ୍ୟ କମିଟି ଅଧିବେଶନରେ ବିଶ୍ୱ ଐତିହ୍ୟ ସ୍ଥଳ ତାଲିକାରେ ୭ଟି ନୂଆ ସ୍ଥାନକୁ କରାଗଲା ସାମିଲ l ଏହି ସମସ୍ତ ସ୍ଥାନକୁ “ସାଂସ୍କୃତିକ” ବର୍ଗରେ ଚୟନ କରାଯାଇଛି।_

_➡️୩-ରାଜ୍ୟପାଳ ନିଯୁକ୍ତିରେ ବଡ଼ ଧରଣର ପରିବର୍ତ୍ତନ କଲେ ରାଷ୍ଟପତି ଦୌପଦୀ ମୁର୍ମୁ। ଛତିଶଗଡ, ରାଜସ୍ଥାନ, ତେଲେଙ୍ଗାନା, ସିକ୍କିମ, ଝାଡଖଣ୍ଡ, ମେଘାଳୟ, ମହାରାଷ୍ଟ୍ର, ପଞ୍ଜାବ ଓ ଚଣ୍ଡିଗଡ ଏବଂ ଆସାମର ନୂଆ ରାଜ୍ୟପାଳ କଲେ ନିଯୁକ୍ତ l_

_➡️୪-ନିତି ଆୟୋଗ ବୈଠକରେ ମୋଦୀ ଦେଲେ ଗୁରୁ ମନ୍ତ୍ର l କହିଲେ ‘ବିକଶିତ ଭାରତ’ ପାଇଁ ସବୁ ରାଜ୍ୟ ଏକାଠି ହୁଅନ୍ତୁ l_

_➡️୫-ପ୍ରଥମ ଥର ବିଦେଶରେ ରାମ ଲାଲାଙ୍କ ଉପରେ ଜାରି ହେଲା ଡାକ ଟିକେଟ୍, ଦକ୍ଷିଣ-ପୂର୍ବ ଏସିୟ ଦେଶ ଲାଓସ୍ ପିଡିଆର ରାମ ଲଲାଙ୍କ ଉପରେ ଏକ ଡାକଟିକେଟ୍ କଲେ ଜାରି l_

_➡️୬-ହୀରାକୁଦ ୭ ନମ୍ବର ସ୍ଲୁଇସ୍‌ ଗେଟ୍‌ରୁ ଛଡା ଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ l ଦିନ ୧୨ଟା ପରେ ଆଉ ୭ଟି ଏବଂ ଅପରାହ୍ନ ୨ଟା ପରେ ଆଉ ୬ଟି ଗେଟ୍‌ ଖୋଲାଯିବ l_

_➡️୭-ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ପରୀକ୍ଷା ହେବ ଦୂରଗାମୀ କ୍ଷେପଣାସ୍ତ୍ର l ଏଥିପାଇଁ ଜୁଲାଇ ୩୧ ତାରିଖ ଠାରୁ ଅଗଷ୍ଟ ୨ ତାରିଖ ଯାଏ ସକାଳ ୯ଟା୩୦ରୁ ଅପରାହ୍ନ ୪ଟା ୩୦ ଯାଏ ସମୁଦ୍ରରେ ନରହିବାକୁ ପରାମର୍ଶ ଦେଲେ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ।_

_➡️୮-ଦିଲ୍ଲୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କଲେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି l ଆଳୁ ଯୋଗାଣ ସମସ୍ୟାର ସମାଧାନ ପାଇଁ କଲେ ଆଲୋଚନା l_

_➡️୯-ସାମ୍ବାଦିକା ମଧୁମିତା ଆତ୍ମହତ୍ୟା ମାମଲାରେ ଚର୍ଚାରେ ଆସିଲେ ଦୁଇ ବାନ୍ଧବୀ l ସ୍ତ୍ରୀ ମଧୁମିତାଙ୍କ ନଜର ଆଢ଼ୁଆଳରେ ସେ କିଭଳି ଅନ୍ୟ ଦୁଇ ଯୁବତୀ(ଖୋଦ୍‌ ମଧୁମିତାଙ୍କ ବାନ୍ଧବୀ)ଙ୍କ ସହ ଅନୈତିକ ସମ୍ପର୍କରେ ଥିଲେ, ତାହାର ପ୍ରମାଣ ଆପାତତଃ ପ୍ରମାଣିତ ହେବା ଉପରେ l_

_➡️୧୦-୨୦୧୮ ମସିହାର ଏକ ମାନହାନି ମାମଲାରେ ସୁଲତାନପୁର କୋର୍ଟରେ ହାଜର ହେଲେ ରାହୁଲ ଗାନ୍ଧୀ l_

_➡️୧୧-ନୂଆଦିଲ୍ଲୀରେ କଂଗ୍ରେସର ନୂଆ ମୁଖ୍ୟାଳୟ ‘ଇନ୍ଦିରା ଭବନ’ର ନିର୍ମାଣ ହେଲା ଶେଷ, ଅଗଷ୍ଟ ୧୫ରେ ହୋଇପାରେ ଉଦଘାଟନ l_

_➡️୧୨-ଦିଲ୍ଲୀର ତିହାର ଜେଲରୁ ଆସିଲା ଚାଞ୍ଚଲ୍ୟକର ଖବର l ୧୨୫ କଏଦୀ HIV ପଜିଟିଭ ଚିହ୍ନଟ, ୨୦୦ ସିଫିଲିସ୍‌ରେ ଆକ୍ରାନ୍ତ l ଏହାକୁ ନେଇ ଜେଲ ପ୍ରଶାସନର ହେଲା ମୁଣ୍ଡବିନ୍ଧା l_

_➡️୧୩-ରାହୁଲ ସାକ୍ଷାତ କରିଥିବା ଜୋତା ଦୋକାନୀଙ୍କ ପାଖକୁ ସିଲେଇ ମେସିନ୍ ପଠାଇଲେ l ଦୋକାନୀ ନିଜ ହାତରେ ତିଆରି ଦେଲେ ଦୁଇଟି ଜୋତା ଦେଲେ ରିଟର୍ନ ଉପହାର l_

_➡️୧୪-ଏଣିକି ସ୍ପେସ୍‌ ଷ୍ଟେସନକୁ ଯିବେ ଭାରତୀୟ ମହାକାଶଯାତ୍ରୀ, ଗଗନଯାନ ମିଶନ ପୂର୍ବରୁ ଇସ୍ରୋର ଆରମ୍ଭ ହେଲା ବଡ଼ ଯୋଜନା l_

_➡️୧୫-ଜମ୍ମୁକାଶ୍ମୀର କୁପୱାଡାରେ ଆତଙ୍କୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ । ଜଣେ ଯବାନ ସହିଦ, ଜଣେ ଆତଙ୍କୀ ନିପାତ l_

_➡️୧୬-ଭାରତର ପ୍ରସିଦ୍ଧ ରାମକଥା ମର୍ମଜ୍ଞ ମୋରାରି ବାପୁ ପ୍ରଥମ ଥର ପାଇଁ ନ୍ୟୁୟର୍କରେ ମିଳିତ ଜାତିସଂଘ ମୁଖ୍ୟାଳୟରେ ଶୁଣାଇବେ ରାମକଥା l_

_➡️୧୭-ତୀର୍ଥଯାତ୍ରୀ ଭିସାରେ ଇରାକ ଯାଇଥିବା ୫୦ ହଜାର ପାକିସ୍ତାନୀ ହେଲେ ନିଖୋଜ l ଚିନ୍ତାରେ ଇରାକ ସରକାର l ପାକିସ୍ତାନ ସରକାରଙ୍କ ଧାର୍ମିକ ବ୍ୟାପାର ମନ୍ତ୍ରୀ ଚୌଧୁରୀ ସାଲିକ ହୁସେନ୍ ଦେଲେ ଏହି ସୂଚନା l_

_➡️୧୮-ପ୍ରଥମ ଟି-୨୦ : ଶ୍ରୀଲଙ୍କାକୁ ୪୩ ରନରେ ହରାଇଲା ଭାରତ l ଭାରତ ପକ୍ଷରୁ ୨୧୪ ରନର ଲକ୍ଷ୍ୟ ରଖାଯାଇଥିବାବେଳେ ଶ୍ରୀଲଙ୍କା ୧୯.୨ ଓଭରରେ ୧୭୦ ରନ କରି ହେଲା ଅଲଆଉଟ l_

_➡️୧୯-ପ୍ୟାରିସ୍ ଅଲିମ୍ପିକ୍ସରେ ଚୀନକୁ ପ୍ରଥମ ଗୋଲ୍ଡ, ନିରାଶ କଲେ ଭାରତୀୟ ଖେଳାଳି l_

_➡️୨୦-ପ୍ୟାରିସ ଅଲମ୍ପିକ୍ସରେ ଭାରତର ପ୍ରଥମ ପଦକ ଆଶା । ମନୁ ଭାକର ରଚିଲେ ଇତିହାସ, ୨୦ ବର୍ଷ ପରେ ୧୦ ମିଟର ଏୟାର ପିସ୍ତଲ ମହିଳା ବର୍ଗ ଫାଇନାଲରେ ପ୍ରବେଶ କଲେ ଭାରତୀୟ ସୁଟର ।_

*_🔅ଆଜି ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ll_*
*_🔅ଆଜି ବିଶ୍ୱ ହେପାଟାଇଟିସ୍ ଦିବସ ll_*
*_🔅ଆଜି ପିତାମାତା ଦିବସ ll_*
*_🔅ଆଜି ମାଉସୀ ଦିବସ ll_*
*_🔅ଆଜି ଜାତୀୟ ଦୁଗ୍ଧ ଚକୋଲେଟ୍ ଦିବସ ll_*
*_🔅ଆଜି ବଫାଲୋ ସୈନିକ ଦିବସ ll_*

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024