୨୭-ଜୁଲାଇ-୨୦୨୪, ଶନିବାର


_➡️୧-ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ନୀତି ଆୟୋଗ ବୈଠକ l ବିକଶିତ ଭାରତ ଉପରେ ହେବ ଚର୍ଚ୍ଚା, ବୈଠକରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେବେ ଯୋଗ।_

_➡️୨-ନିଟ୍ ୟୁଜି ସଂଶୋଧିତ ରେଜଲ୍ଟ ୱେବସାଇଟରେ ହେଲା ଜାରି, କମିଲା ୪.୨୦ ଲକ୍ଷ ପିଲାଙ୍କ ମାର୍କ, ଟପ୍ପର୍ସଙ୍କ ସଂଖ୍ୟା ୬୧ରୁ କମି ହେଲା ୧୭ l ପ୍ରାର୍ଥୀ neet.ntaonline.inରେ ନିଜ ସଂଶୋଧିତ ସ୍କୋରକାର୍ଡ ଏବଂ ଏନଟିଏର ଅଫିସିଆଲ୍ ୱେବସାଇଟ୍ nta.ac.inରୁ ଫାଇନାଲ ମାର୍କ ଡାଉନଲୋଡ୍ କରିପାରିବେ ।_

_➡️୩-ଏଣିକି ବିଇଓ ମାସକୁ ଅନ୍ୟୁନ ୧୨ ଦିନ ସ୍କୁଲ ପରିଦଶର୍ନରେ ଯାଇ ୫୦ଟି ଶିକ୍ଷାନୁଷ୍ଠାନ ଯାଞ୍ଚ କରିବେ। ବିଇଓଙ୍କ ଅବହେଳାକୁ ଦୃଷ୍ଟିରେ ରଖି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ କଲେ ନୂଆ ନିର୍ଦ୍ଦେଶାନାମା ଜାରି l_

_➡️୪-ରାଜ୍ୟରେ ସୁଭଦ୍ରା ଯୋଜନା ନେଇ ଗଣମାଧ୍ୟମକୁ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା l କହିଲେ ସୁଭଦ୍ରା ଯୋଜନା ନେଇ ସରକାର ଏଯାଏଁ କୌଣସି ବିଜ୍ଞପ୍ତି ପ୍ରକାଶ କରିନାହାନ୍ତି କିମ୍ବା ଏହାର କୌଣସି ଫର୍ମ ବାହାରି ନାହିଁ। ସେପ୍ଟେମ୍ବର ୧୭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନରେ ସୁଭଦ୍ରା ଯୋଜନା ଲାଗୁ ହେବ।_

_➡️୫-ଆସନ୍ତାକାଲି ଖୋଲିବ ହୀରାକୁଦ ଜଳଭଣ୍ଡାରର ଗେଟ୍, ନିଷ୍କାସିତ ହେବ ବର୍ଷର ପ୍ରଥମ ବନ୍ୟାଜଳ। ଏହା ପୂର୍ବରୁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ହେବାରେ ଲାଗିଛି।_

_➡️୬-SSC ଷ୍ଟେନୋଗ୍ରାଫର ଗ୍ରେଡ-C ଓ D ନିଯୁକ୍ତି ୨୦୨୪ ପ୍ରକ୍ରିୟା ରେ ୨୦୦୬ଟି ପଦ ପୂରଣ ପାଇଁ ଅନଲାଇନ୍ ରେ ଆବେଦନ ପ୍ରକ୍ରିୟା ହେଲା ଆରମ୍ଭ l ଅଗଷ୍ଟ ୧୭ରେ ଏହା ସମାପ୍ତ ହେବ । ପ୍ରାର୍ଥୀମାନେ ଅଗଷ୍ଟ ୧୮ ତାରିଖ ସୁଦ୍ଧା ଅନଲାଇନରେ ପେମେଣ୍ଟ କରିପାରିବେ ।_

_➡️୭-ଅଗ୍ନିବୀରଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ ୧୦ ପ୍ରତିଶତ ସଂରକ୍ଷଣ କଲେ ଘୋଷଣା l_

_➡️୮-ଓଡ଼ିଶା ବଜାରରେ ଆଳୁର ଅଭାବ, ଭୁବନେଶ୍ବର ୧ନମ୍ବର ହାଟରେ ଆଳୁ ଦରର ହେଲା ରିଆଲିଟୀ ଚେକ୍ । ବୋର୍ଡରେ ଲେଖା ଅଛି ୩୫, ହେଲେ ୪୫ଟଙ୍କାରେ ମିଳୁଛି ଆଳୁ l_

_➡️୯-ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଲୋୟର ସୁକତେଲ ପ୍ରକଲ୍ପର ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ସୁନୀଲ ରାଉତ ହେଲେ ଗିରଫ l_

_➡️୧୦-ମନୋରଞ୍ଜନ ଶିଳ୍ପରେ ଆସିଲା ଏକ ବଡ ଝଟକା, ପ୍ରସିଦ୍ଧ କୋରିଓଗ୍ରାଫର ଫରାହ ଖାନଙ୍କ ମାଙ୍କର ୭୯ ବର୍ଷ ବୟସରେ ହେଲା ଦେହାନ୍ତ l_

_➡️୧୧-ମହାରାଷ୍ଟ୍ର କୋହ୍ଲାପୁରରେ ବନ୍ୟା; ବିପଦ ସଙ୍କେତ ଉପରେ ପଞ୍ଚଗଙ୍ଗା ନଦୀ, ୫,୮୦୦ରୁ ଅଧିକ ଲୋକଙ୍କୁ କରାଗଲାଣି ସ୍ଥାନାନ୍ତର l ରାଜାରାମ ୱିରଠାରେ ପଞ୍ଚଗଙ୍ଗା ନଦୀର ଜଳସ୍ତର ମଧ୍ୟାହ୍ନରେ ୪୬.୪ ଫୁଟ ଥିଲା, ଯାହା ବିପଦ ସଙ୍କେତ ୪୩ ଫୁଟ ଉପରେ ରହିଛି।_

_➡️୧୨-ଇଲେକ୍ଟ୍ରିକ ଗାଡ଼ି ତିଆରି କରିବାରେ ଆସିଲା ଭଲ ଖବର l ଜାମ୍ମୁ-କାଶ୍ମୀର ପରେ ଏବେ କର୍ଣ୍ଣାଟକରେ ୧୬୦୦୦ ଟନ୍‌ର ଲିଥିୟମ ଭଣ୍ଡାର ଥିବା ନେଇ ସୂଚନା ଦେଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଓ ଭୂବିଜ୍ଞାନ ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ l_

_➡️୧୩-ସୁଲତାନପୁରରେ ପ୍ରଶିକ୍ଷଣ ନେଇ ଜୋତା ସିଲେଇ ଶିଖିଲେ ରାହୁଲ ଗାନ୍ଧୀ, ନିଜ ଜୋତାକୁ କଲେ ମରାମତି l ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।_

_➡️୧୪-ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ୧୩ ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୁଚନା l_

_➡️୧୫-ଆମେରିକାରେ ନକଲି କ୍ୟାନସର୍‌ ଔଷଧ ବିକି ବନ୍ଧାହେଲେ ବିହାରର ବ୍ୟକ୍ତି, ହୋଇପାରେ ୧୦୦ ବର୍ଷ ଜେଲ୍‌ l_

_➡️୧୬-ଆଖିରେ ପଟି ବାନ୍ଧି ଗୋଟିଏ ମିନିଟ୍‌ରେ ୯ଟି ଟମାଟୋ କାଟି କାନାଡାର ସେଫ୍‌ ଓ୍ବାଲେସ ଓ୍ବଙ୍ଗ ପାଇଲେ ବିଶ୍ବ ରେକର୍ଡରେ ସ୍ଥାନ l_

_➡️୧୭-ଆମେରିକାରେ ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ହେଲେ କମଳା ହାରିସ । ଏନେଇ ସୋସିଆଲ ମିଡିଆରେ ଉପରାଷ୍ଟ୍ରପତି ହାରିସ ଦେଲେ ସୂଚନା l_

_➡️୧୮-ବାଂଲାଦେଶକୁ ୧୦ ୱିକେଟରେ ହରାଇ ମହିଳା ଏସିଆ କପ ଫାଇନାଲରେ ପହଞ୍ଚିଲା ଭାରତ। ଦମବୁଲ୍ଲାରେ ଗତକାଲି ଅନୁଷ୍ଠିତ ପ୍ରଥମ ସେମିଫାଇନାଲ ମ୍ୟାଚରେ ନବମଥର ପାଇଁ ଫାଇନାଲରେ ପହଂଚିଲା ଦଳ l_

_➡️୧୯-ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଆଜିଠାରୁ ଆରମ୍ଭ ହେବ ୩ ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ । ଭାରତୀୟ ସମୟ ରାତି ୭ଟାରେ ମ୍ୟାଚ୍‌ ଆରମ୍ଭ ହେବ ।_

_➡️୨୦-ଶହେ ବର୍ଷ ପ୍ରତୀକ୍ଷାର ହେଲା ଅନ୍ତ । ପ୍ରାଚ୍ୟୁର୍ଯ୍ୟ ଭରା ପ୍ୟାରିସର ସେନ୍ ନଦୀ ଗର୍ଭରେ ମହାଆଡ଼ମ୍ବରରେ ବାଜିଲା ବିଗୁଲ, ଆରମ୍ଭ ହେଲା ୩୩ତମ ସଂସ୍କରଣ ଅଲିମ୍ପିକ୍ସ କ୍ରୀଡ଼ା । ୨୦୬ ରାଷ୍ଟ୍ରର ୭୦୦୦ କ୍ରୀଡ଼ାବିତ ଡଙ୍ଗା ପରେଡରେ ଛଅ କିଲୋ ମିଟର ଯାଏଁ କଲେ ଯାତ୍ରା l_

*_🔅ଆଜି ୧୮ତମ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ (MoES) ଫାଉଣ୍ଡେସନ୍ ଦିବସ ll_*
*_🔅ଆଜି ଅଭିନେତା ଅମଜାଦ ଖାନ ସ୍ମୃତି ଦିବସ ll_*
*_🔅ଆଜି ଶ୍ରୀ ଉଦ୍ଧବ ଠାକରେଙ୍କ ଜନ୍ମଦିନ ll_*
*_🔅ଆଜି ସେଣ୍ଟ୍ରାଲ ରିଜର୍ଭ ପୋଲିସ୍ ଫୋର୍ସ (CRPF) ଫାଉଣ୍ଡେସନ୍ ଦିବସ ll_*

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024