୨୫-ଜୁଲାଇ-୨୦୨୪, ଗୁରୁବାର


_➡️୧-ଆଜି ଆସିବ ରାଜ୍ୟ ବଜେଟ୍, ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ପ୍ରଥମ ଥର ପାଇଁ ବିଜେପି ସରକାର ରାଜ୍ୟରେ ଶାସନକୁ ଆସିବା ପରେ ଆସୁଛି ବଜେଟ୍ ।_

_➡️୨-ଆସନ୍ତାକାଲି ନୂଆଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ଶନିବାର ଦିନ ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗର ବୈଠକରେ ରାଜ୍ୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବେ l_

_➡️୩-ଆସୁଛି ଆଉ ଏକ ଲଘୁଚାପ, ୨୮ରେ ଓଡ଼ିଶା ଓ ଛତିଶଗଡ଼ ଉପରେ ରହିବ । ଲଘୁଚାପ ପ୍ରଭାବରେ ୨୭ରୁ ୨୯ ଯାଏ ଅଧିକ ବର୍ଷା ହେବ ।_

_➡️୪-ପ୍ରକୃତିର ଗନ୍ତାଘର ଭିତରକନିକା ଜାତୀୟ ଉଦ୍ୟାନ ଅଗଷ୍ଟ ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ମେ ୧ରୁ ଜୁଲାଇ ୩୧ ଯାଏ ବଉଳା କୁମ୍ଭୀର ପ୍ରଜନନ ପାଇଁ ଭିତରକନିକା ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିଛି।_

_➡️୫-୨୫୪୫ଟି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କଲେ ରାଜ୍ୟ ସରକାର: ନିଯୁକ୍ତି ପାଇବେ ଅଙ୍ଗନବାଡ଼ି ୱାର୍କର ଓ ହେଲପର l ଜୁଲାଇ ୭ରୁ ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଅଗଷ୍ଟ ୮ ଆବେଦନର ଅନ୍ତିମ ତାରିଖ ରହିଛି ।_

_➡️୬-ରାୟଗଡ଼ାର ମା’ ମଝିଘରିଆଣୀ ମନ୍ଦିର ହୁଣ୍ଡିରୁ ମିଳିଲା ପ୍ରାୟ କୋଟିଏ ଟଙ୍କାର ଦାନ ଅର୍ଥ । ପ୍ରାୟ ୪ ମାସ ପରେ ଗତକାଲି ହୁଣ୍ଡି ଖୋଲା ଯାଇଥିବା ବେଳେ ଏହି ଦାନ ଅର୍ଥ ମିଳିଛି।_

_➡️୭-ବଢିଲା ହୀରାକୁଦ ଜଳସ୍ତର, ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ବର୍ତ୍ତମାନ ଜଳସ୍ତର ୬୦୪ ଫୁଟକୁ ଛୁଇଁଲାଣି।_

_➡️୮-ପ୍ରତିରକ୍ଷା କ୍ଷେତ୍ରରେ ଆଉ ପାଦେ l ଦମ୍ ଦେଖାଇଲା ବାଲିଷ୍ଟିକ୍ ମିସାଇଲ ଡିଫେନ୍ସ, ଚାନ୍ଦିପୁର ଅବଦୁଲ କଲାମ ଦ୍ୱୀପରୁ ସୋଦେଶୀ ଜ୍ଞାନକୌଶଳରେ ବିକଶିତ କରାଯାଇଥିବା ପୃଥ୍ୱୀ-୨ ମିସାଇଲ ହେଲା ସଫଳ ପରୀକ୍ଷଣ l_

_➡️୯-ରାସନ କାର୍ଡ ହିତାଧିକାରୀଙ୍କ ଆଧାର ଯାଞ୍ଚ କରିବେ ସରକାର l ନୂଆ କାର୍ଡ ପାଇଁ ଆବେଦନ କରିଛନ୍ତି ୬.୧୯ଲକ୍ଷ ପରିବାର l_

_➡️୧୦-ରାଜ୍ୟରେ ଘୁଞ୍ଚିଲା ଓଟିଇଟି ତାରିଖ । ଅଗଷ୍ଟ ୧୭ ତାରିଖରେ ଅନୁଷ୍ଠିତ ହେବ ଓଟିଇଟି ପରୀକ୍ଷା । ଏନେଇ ପୂର୍ବରୁ ଅଗଷ୍ଟ ୯ ତାରିଖରେ ପରୀକ୍ଷା କରାଯିବା ନେଇ ତାରିଖ ଧାର୍ୟ୍ୟ ହୋଇଥିଲା ବେଳେ ବର୍ତ୍ତମାନ ତାହାକୁ ପରିବର୍ତ୍ତନ କରାଯାଇଛି।_

_➡️୧୧-ତିନି ଦିନର ହଙ୍ଗାମା ପରେ, ଆଜି ସ୍ୱାଭାବିକ ଚାଲିଛି ବିଧାନସଭା । ଗୃହରେ ଚାଲିଛି ପ୍ରଶ୍ନତ୍ତୋର l ବିଧାନସଭାରେ ପ୍ରଶ୍ନ କରୁଛନ୍ତି ବିଧାୟକ, ଆଉ ଉତ୍ତର ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।_

_➡️୧୨-ପୁଣିଥରେ ଆରମ୍ଭ ହେଲା ଭାରତ-ବାଂଲାଦେଶ ମଧ୍ୟରେ ବାଣିଜ୍ୟ ସେବା l ହିଂସା ଯୋଗୁ ଦୁଇ ଦିନ ପାଇଁ ବନ୍ଦ ରହିଥିଲା l_

_➡️୧୩-ନାସାର ତଥ୍ୟ ଅନୁସାରେ ଆଜି ପୃଥିବୀକୁ ଅତିକ୍ରମ କରିବ ଏକ ବଡ ଗ୍ରହାଣୁ । ଗ୍ରହାଣୁଟି ଘଣ୍ଟାପ୍ରତି ୨୮,୯୪୬ କିମି ବେଗରେ ପୃଥିବୀ ଆଡ଼କୁ ମାଡ଼ିଆସୁଛି ।_

_➡️୧୪-ବିବାଦୀୟ ଟ୍ରେନି ଆଇଏଏସ୍‌ ଅଫିସର ପୂଜା ଖେଡକର ନିଖୋଜ ହୋଇଯାଇଥିବା ନେଇ ହେଲା ଚର୍ଚ୍ଚା l ସିଭିଲ୍‌ ସର୍ଭିସ ପରୀକ୍ଷାରେ ମନୋନୀତ ହେବା ଲାଗି ବିଭିନ୍ନ ପ୍ରକାର ଜାଲିଆତି କରିଥିବାର ଅଭିଯୋଗ ତାଙ୍କ ବିରୋଧରେ ଅଛି l_

_➡️୧୫-ଭାରତରେ ଲଞ୍ଚ ହେଲା Apple Watchର ନୂଆ ଫିଚର l ଏଣିକି ପିଲାଙ୍କର ଲୋକେସନ ଟ୍ରାକ୍ କରିପାରିବେ ଅଭିଭାବକ, କଥାବାର୍ତ୍ତା ମଧ୍ୟ କରିପାରିବେ l_

_➡️୧୬-ଦକ୍ଷିଣ ଇଥିଓପିଆର କେନ୍‌ଚୋ ସାଚା ଗୋଡ୍‌ଜି ଜିଲାରେ ପ୍ରବଳ ବର୍ଷା ଯୋଗୁଁ ଧସିଲା ମାଟି ଅତଡ଼ା l ଅତିକମ୍‌ରେ ୨୨୯ଜଣଙ୍କ ଜୀବନ ଯାଇଥିବା ବେଳେ ବହୁ ଲୋକ ନିଖୋଜ ମଧ୍ୟ ଅଛନ୍ତି। ୫ଜଣ ଲୋକଙ୍କୁ ମାଟି ଅତଡ଼ା ତଳୁ ଜୀବନ୍ତ ଅବସ୍ଥାରେ କରାଗଲା ଉଦ୍ଧାର l_

_➡️୧୭-ପ୍ରକାଶ ପାଇଲା ବିଶ୍ୱର ଶକ୍ତିଶାଳୀ ପାସପୋର୍ଟ ତାଲିକା: ଏକ ନମ୍ବରରେ ରହିଛି ସିଙ୍ଗାପୁର, ୧୯୫ଟି ଦେଶରେ ଭ୍ରମଣ ପାଇଁ ଆବଶ୍ୟକ ପଡିବନି ଭିସା l ତାଲିକାରେ ଦ୍ବିତୀୟ ସ୍ଥାନରେ ଅଛନ୍ତି ଫ୍ରାନ୍ସ, ଇଟାଲୀ, ଜର୍ମାନୀ, ସ୍ପେନ ଓ ଜାପାନ। ଏସବୁ ଦେଶର ପାସପୋର୍ଟ ଥିଲେ ୧୯୨ଟି ଦେଶରେ ଭିସାର ଆବଶ୍ୟକତା ପଡିବନି।_

_➡️୧୮-ଆସନ୍ତାକାଲି ପ୍ୟାରିସ୍ ଅଲିମ୍ପିକ୍ସର ଉଦ୍‌ଘାଟନୀ ଉତ୍ସବ l ସିନ୍ ନଦୀ ଭିତରେ ହେବ ସମାରୋହ, ଦୁଲୁକିବ କ୍ରୀଡ଼ାଗ୍ରାମ l ୧୦୦ ଡଙ୍ଗାରେ ଆସିବେ ୨୦୬ ଦେଶର କ୍ରୀଡ଼ାବିତ୍ । ୧୬ଟି କ୍ରୀଡ଼ାରେ ଦମ ଦେଖାଇବେ ୧୧୭ ଭାରତୀୟ ଖେଳାଳି l_

_➡️୧୯-ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତର ଡେବ୍ୟୁ ଆଜି ଠାରୁ ହେବ ଆରମ୍ଭ l ଭାରତ ତୀରନ୍ଦାଜରୁ ଅଭିଯାନ କରିବ ଆରମ୍ଭ। ଜିଓ ସିନେମା ମାଧ୍ୟମରେ ଲାଇଭ୍ ଷ୍ଟ୍ରିମିଂ ହେବ, ଯାହାକୁ ଆପଣ ସମ୍ପୂର୍ଣ୍ଣ ‘ମାଗଣା’ ଦେଖିପାରିବେ।_

_➡️୨୦-ସର୍ବସମ୍ମତି କ୍ରମେ ‘ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି’ର ସଦସ୍ୟା ଭାବରେ ନିର୍ବାଚିତ ହେଲେ ନୀତା ଅମ୍ବାନୀ l ସମୁଦାୟ ୯୩ ଭୋଟର ସେମାନଙ୍କର ଭୋଟ୍ ଦେଇଛନ୍ତି ଏବଂ ସମସ୍ତ ୯୩ ଭୋଟ୍ ନୀତା ଅମ୍ବାନୀଙ୍କ ସପକ୍ଷରେ ରହିଛି, ଅର୍ଥାତ୍ ୧୦୦ ପ୍ରତିଶତ ସମର୍ଥନ ।_

*_🔅ଆଜି ମନସା ପଞ୍ଚମୀ ll_* 
*_🔅ଆଜି ଜାତୀୟ ଚିଲି କୁକୁର ଦିବସ ll_*
*_🔅ଆଜି ଜାତୀୟ ସତେଜ ଦିବସ ll_*
*_🔅ଆଜି ଜାତୀୟ ମଦ ଏବଂ ପନିର ଦିବସ ll_*
*_🔅ଆଜି ଲାଲ୍ ଜୋତା ଦିବସ ll_*
*_🔅ଆଜି ଦୁନିଆର ପ୍ରଥମ ଟେଷ୍ଟ୍ ଟ୍ୟୁବ୍ ଶିଶୁ_*
      *_ଲୁଇସ୍ ବ୍ରାଉନ୍ ଙ୍କ ଜନ୍ମଦିନ ll_*
*_🔅ଆଜି ଶ୍ରୀ ଗୋଦାବରୀଶ ମିଶ୍ର ସ୍ମୃତି ଦିବସ ll_*
*_🔅ଆଜି ବିଶ୍ୱ ବୁଡ଼ିଯିବା ପ୍ରତିରୋଧ ଦିବସ ll_*

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024