୨୧-ଜୁଲାଇ-୨୦୨୪, ରବିବାର
*_➡️୧-‘ ଗୁରୁବ୍ରହ୍ମା ଗୁରୁର୍ବିଷ୍ଣୁ ଗୁରୁଃର୍ଦେବ ମହେଶ୍ଵରଃ , ଗୁରୁ ସାକ୍ଷାତ ପରଂ ବ୍ରହ୍ମମ ତସ୍ମାଇ ଶ୍ରୀ ଗୁରବେ ନମଃ l ଆଜି ହେଉଛି ପବିତ୍ର ଗୁରୁ ପୂର୍ଣିମା l ପ୍ରତିବର୍ଷ ବେଦ ଶିକ୍ଷା ମହର୍ଷି ବେଦବ୍ୟାସଙ୍କ ଜନ୍ମ ତିଥିକୁ ବ୍ୟାସ ପୂର୍ଣିମା ବା ଗୁରୁ ପୂର୍ଣିମା ଭାବରେ ପାଳନ କରାଯାଏ l_*
*_➡️୨-ଏଣିକି ସ୍କୁଲରେ ଯୋଗଶିକ୍ଷା ହେବ ବାଧ୍ୟତାମୂଳକ । ପ୍ରାର୍ଥନା ପରେ ୧୦ ମିନିଟ କରିବେ ଯୋଗ ବା ପ୍ରାଣାୟମ । ଦଣ୍ଡାୟମାନ ଅବସ୍ଥାରେ କରିବେ ଯୋଗ । ଏ ନେଇ ଶିକ୍ଷା ନିର୍ଦ୍ଦେଶାୟଳ ପକ୍ଷରୁ ଜାରି ହେଲା ଗାଇଡଲାଇନ ।_*
*_➡️୩-ଖୁବ ଶୀଘ୍ର ରତ୍ନଭଣ୍ଡାରର ମରାମତି କାମ ହେବ। ଏନେଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପରେ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ।_*
*_➡️୪-ଦୀର୍ଘ ଏକ ମାସ ପରେ ଚଳଚଞ୍ଚଳ ହେଲା ଶ୍ରୀମନ୍ଦିର । ହଜାର ହଜାର ଭକ୍ତ ଶ୍ରୀମନ୍ଦିର ଯାଇ ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଦର୍ଶନ ସହ ପାଇଲେ ପ୍ରଥମ ନୀଳାଚଳ ଅବଢା l ସେପଟେ ଆରମ୍ଭ ହେଲା ରଥ ଫିଟାଇବା କାର୍ଯ୍ୟ l_*
*_➡️୫-ଏଣିକି ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ତିଥି ଭୋଜନ, ପୁଷ୍ଟିକର ଖାଦ୍ୟ ଖାଇବେ ପିଲା l ଖୁବଶୀଘ୍ର ପିଏମ ପୋଷଣ ଯୋଜନା ଅଧୀନରେ କାର୍ଯ୍ୟକାରୀ l ୧୦୦ ଦିନ ଭିତରେ ଥରେ ମିଳିବ ଏହି ତିଥି ଭୋଜନ । ଯେ କୌଣସି ଓ ବ୍ୟକ୍ତି ଓ ଅନୁଷ୍ଠାନ ଚାହିଁଲେ ପିଲାଙ୍କୁ ଖୁଆଇପାରିବେ ତିଥି ଭୋଜନ ।_*
*_➡️୬-ଦୁର୍ବଳ ହେଉଛି ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଅବପାତ l ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି , ଆହୁରି ୪ ଦିନ ବର୍ଷିବ l ବିଶେଷ କରି ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି।_*
*_➡️୭-ପ୍ରକାଶ ପାଇଲା ୨୦୨୪-୨୫ ଶିକ୍ଷା ବର୍ଷ ନିମନ୍ତେ ପ୍ରଥମ ମେଧା ତାଲିକା l କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲ୍ ଶୀର୍ଷରେ ରହିଛି । କଳାରେ ୭୫.୧୭%, ବିଜ୍ଞାନରେ ୯୧.୫୦%, ବାଣିଜ୍ୟରେ ୭୭% କଟ୍ ଅଫ୍ ମାର୍କ ରହିଛି ।_*
*_➡️୮-ପଦ୍ମଶ୍ରୀ କମଳାଙ୍କ ବିୟୋଗରେ ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , କହିଲେ ମନେରହିବ ଅମୂଲ୍ୟ ଅବଦାନ l_*
*_➡️୯-ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦ ଅଧିବେଶନ l ଆଜି ବସିବ ସର୍ବଦଳୀୟ ବୈଠକ, ୨୩ରେ ଉପସ୍ଥାପିତ ହେବ କେନ୍ଦ୍ର ବଜେଟ l_*
*_➡️୧୦-ଜମ୍ମୁ ଅଞ୍ଚଳରେ ଆତଙ୍କୀ କାର୍ଯ୍ୟକଳାପକୁ ବଢାଇବାକୁ ପ୍ରବେଶ କରିଥିବା ୫୦ରୁ ୫୫ ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ମୁତୟନ ହେଲେ ୫୦୦ ପାରା କମାଣ୍ଡୋ l_*
*_➡️୧୧-ସାରା ବିଶ୍ୱରେ ମାଇକ୍ରୋସଫ୍ଟ ଆଉଟେଜ ଘଟଣାରେ ୮.୫ ମିଲିଅନ ମାଇକ୍ରୋସଫ୍ଟ ଡିଭାଇସ୍ ହେଲା ପ୍ରଭାବିତ l ଯାହା ମୋଟ କାର୍ଯ୍ୟରତ ଥିବା ସମସ୍ତ ୱିଣ୍ଡୋସରୁ ମାତ୍ର ଏକ ପ୍ରତିଶତ।_*
*_➡️୧୨-ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନଙ୍କ ସହ ଟେଲିଫୋନ୍ ଯୋଗେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ଦୁଇ ନେତା ପରସ୍ପର ସହ ଯୋଗାଯୋଗରେ ରହିବାକୁ କଲେ ସହମତି ପ୍ରକାଶ l_*
*_➡️୧୩-ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ମାଷ୍ଟରମାଇଣ୍ଡ ସହ ଆଉ ୩ ଜଣ ହେଲେ ଗିରଫ , ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ଡାକ୍ତରୀ ଛାତ୍ର l ଏମାନେ ସବୁ ନିଟ୍ ପ୍ରଶ୍ନପତ୍ରର ଉତ୍ତର ପ୍ରସ୍ତୁତ କରିଥିଲେ।_*
*_➡️୧୪-ସ୍ବାଧୀନତା ଦିବସରୁ ଚେନ୍ନାବ ବ୍ରିଜରେ ଗଡ଼ିବ ଟ୍ରେନ୍ l ଜମ୍ମୁ-କାଶ୍ମୀରର ରିଆସୀ ଜିଲ୍ଲାରେ ନିର୍ମାଣ ହୋଇଥିବା ଏହି ବ୍ରିଜ୍ ରିଆସୀ ଓ ସଙ୍ଗଲଦାନ୍କୁ ସଂଯୋଗ କରିବ । ପୂର୍ବରୁ ବିଶ୍ବର ଉଚ୍ଚତମ ପୋଲ ଉପରେ ସରିଛି ଟ୍ରାଏଲ୍ ରନ୍ l_*
*_➡️୧୫-ବାଂଲାଦେଶରେ ଦେଶବ୍ୟାପୀ କର୍ଫ୍ୟୁ ଓ ଭୟଙ୍କର ହିଂସା ଯୋଗୁଁ ୭୭୮ ଜଣ ଭାରତୀୟ ଛାତ୍ର ଫେରିଲେ ସ୍ୱଦେଶ l ମନ୍ତ୍ରାଳୟଙ୍କ ଅନୁସାରେ ଏବେବି ଶହଶହ ଛାତ୍ର ଭାରତ ଫେରିବା ପାଇଁ ଦୂତାବାସଙ୍କ ସମ୍ପର୍କରେ ଅଛନ୍ତି।_*
*_➡️୧୬-ମାଲେସିଆର ନୂଆ ଅରବପତି (ବିଲେନିୟର) ସମ୍ରାଟ ସୁଲତାନ ଇବ୍ରାହିମ୍ ଇସ୍କନ୍ଦର ଗତକାଲି ପରମ୍ପରା ଅନୁସାରେ ତୋପ ସଲାମୀ ସହ ବସିଲେ ରାଜଗାଜିରେ l ୧୭ତମ ସମ୍ରାଟ ଭାବେ ହେଲା ରାଜ୍ୟାଭିଷେକ l_*
*_➡️୧୭-ପ୍ରବଳ ବର୍ଷାରେ ଚୀନ ବେହାଲ। ଏକ ବ୍ରିଜ ଭୁଶୁଡ଼ି ପଡ଼ିବାରୁ ଅତି କମରେ ୧୧ ଜଣଙ୍କର ହେଲା ମୃତ୍ୟୁ l ୩୦ ନିଖୋଜ ଲୋକଙ୍କୁ ଉଦ୍ଧାର ପାଇଁ ଖୋଜା ଚାଲିଛି।_*
*_➡️୧୮-ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ବଦଳି ହେଲା ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ l ଏ ନେଇ କ୍ରୀଡ଼ା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ହେଲା ଘୋଷଣା l ପ୍ରତିବର୍ଷ ଓଡ଼ିଶାର ସଫଳ କ୍ରୀଡ଼ାବିତ୍ଙ୍କୁ ମିଳିଥାଏ ଏହି କ୍ରୀଡ଼ା ପୁରସ୍କାର l_*
*_➡️୧୯-ଭାରତୀୟ ଫୁଟ୍ବଲ୍ ଟିମ୍ର ନୂଆ ମୁଖ୍ୟ କୋଚ୍ ହେଲେ ସ୍ପେନ୍ର ମନୋଲୋ ମାର୍କେଜ, AIFF କଲା ଘୋଷଣା l_*
*_➡️୨୦-ଖେଳର ମହାକୁମ୍ଭ ଅଲମ୍ପିକ୍ସର ୩୩ ତମ ସଂସ୍କରଣ ପ୍ୟାରିସରେ ଆଉ ୫ ଦିନ ପରେ ହେବ ଆୟୋଜିତ l_*
*_🔅ଆଜି ଗୁରୁ ପୂର୍ଣ୍ଣିମା ll_*
*_🔅ଆଜି ବ୍ୟାସ ପୂର୍ଣ୍ଣିମା ll_*
*_🔅ଆଜି ଆଇନଗତ ପାନୀୟ ବୟସ ଦିବସ ll_*
*_🔅ଆଜି ମାଙ୍କଡ଼ ଦିବସ ll_*
*_🔅ଆଜି ଜାତୀୟ ଆଇସକ୍ରିମ ଦିବସ ll_*
*_🔅ଆଜି ଜାତୀୟ ଜଙ୍କ ଫୁଡ଼ ଦିବସ ll_*
*_🔅ଆଜି ଶ୍ରୀ ଉମାଶଙ୍କର ଯୋଶୀ ଜୟନ୍ତୀ ll_*
*_🔅ଆଜି ଶ୍ରୀ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଜନ୍ମଦିନ ll_*
*_🔅ଆଜି ଗୁରୁ ଶ୍ରୀ ପ୍ରେମାନନ୍ଦ ଜୀଙ୍କର ଜନ୍ମ ବାର୍ଷିକୀ ll_*
*_🔅ଆଜି ଶ୍ରୀ ରାମକୃଷ୍ଣ ମୁନିବାବାଙ୍କ ମୃତ୍ୟୁ ବାର୍ଷିକୀ ll_*
Comments
Post a Comment