୨୩-ଜୁଲାଇ-୨୦୨୪, ମଙ୍ଗଳବାର
_➡️୧-ଆଜି ଉପସ୍ଥାପନ ହେବ କେନ୍ଦ୍ର ବଜେଟ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିର ଏହା ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣ ସପ୍ତମ ଥର ପାଇଁ ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷର ବ୍ୟୟ ବରାଦ ଉପସ୍ଥାପନ କରିବେ ।_
_➡️୨-ଆଜି ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନ ; ବିରୋଧୀଙ୍କୁ ମୁକାବିଲା କରିବା ନୂଆ ସରକାରଙ୍କ ପାଇଁ ହୋଇପାରେ ଚ୍ୟାଲେଞ୍ଜ l_
_➡️୩-ଏଣିକି ଦିଲ୍ଲୀରୁ ସିଧାସଳଖ ଆମେରିକା ଯାଏଁ ଉଡିବ ବିମାନ l ଏନେଇ ଏୟାର ଇଣ୍ଡିଆ କଲା ଘୋଷଣା l_
_➡️୪-ଆସନ୍ତାକାଲି ରାତିରେ ଦୃଶ୍ୟମାନ ହେବ ମହାଜାଗତିକ ଦୃଶ୍ୟ, ଚନ୍ଦ୍ର ପଛରେ ଲୁଚିଯିବ ଶନି ଗ୍ରହ l ଅନେକ ସ୍ଥାନରେ ୩୦ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ଶନି ଗ୍ରହ ଲୁଚିରହିବ ବୋଲି ପଠାଣୀ ସାମନ୍ତ ପ୍ଲାନେଟୋରିୟମର ପୂର୍ବତନ ଉପନିର୍ଦ୍ଦେଶକ ତଥା ବୈଜ୍ଞାନିକ ଡ. ଶୁଭେନ୍ଦୁ ପଟ୍ଟନାୟକ ଦେଲେ ସୂଚନା l_
_➡️୫-ରାଜ୍ୟ ସରକାରଙ୍କ ପକ୍ଷରୁ ବୌଦ୍ଧର ବିଧାୟକ ସରୋଜ କୁମାର ପ୍ରଧାନଙ୍କୁ ସରକାରୀ ଦଳ ମୁଖ୍ୟ ସଚେତକ ଭାବେ କରାଗଲା ନିଯୁକ୍ତ l_
_➡️୬-ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗିରହିଛି ବର୍ଷା, ୨୬ ତାରିଖ ଯାଏ ଭିଜିବ ଉତ୍ତର ଓ ଦକ୍ଷିଣ ଓଡ଼ିଶା l_
_➡️୭-ଯୋଗୀ ସରକାରଙ୍କୁ ଲାଗିଲା ଝଟକା । ଦୋକାନରେ ମାଲିକଙ୍କ ନାମ ଲେଖିବା ନିର୍ଦ୍ଦେଶ ଉପରେ ଲାଗିଲା ରୋକ । ସେପଟେ କୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧୀ କଲେ ସ୍ୱାଗତ l_
_➡️୮-ଅଗଷ୍ଟ ପ୍ରଥମ ସପ୍ତାହରେ ନନ୍ଦନକାନନକୁ ଆସିବ ନୂଆ ଅତିଥି: ପ୍ରଥମଥର ମା’ ହେବ ଧଳା ବାଘୁଣୀ ‘ମୌସୁମୀ’ l_
_➡️୯-ଚନ୍ଦ୍ରରେ କେତେ ପରିମାଣର ଜଳ ଗଚ୍ଛିତ ରହିଛି ସେ ସମ୍ପର୍କରେ ଅନୁଧ୍ୟାନ କରିବାକୁ ଅଣ୍ଟା ଭିଡିଲେ ଆମେରିକା ଓ ଚୀନ। ଏନେଇ ସ୍ପଷ୍ଟ ଚିତ୍ର ହାସଲ କରିବାକୁ ଖୁବ୍ଶୀଘ୍ର କରିବେ ସ୍ବତନ୍ତ୍ର ଅନୁଧ୍ୟାନ l_
_➡️୧୦-ବିଜେଡି ନେତାଙ୍କୁ ଦାୟିତ୍ୱ ହେଲା ବଣ୍ଟନ, ୧୬ ଜଣ ପ୍ୟାନେଲିଷ୍ଟଙ୍କ ନାମ ଘୋଷଣା କଲେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ l_
_➡️୧୧-ଗିରଫକୁ ଖଣ୍ଡନ କଲେ ପାକିସ୍ତାନୀ ଗାୟକ ରାହତ ଫତେହ ଅଲୀ ଖାନ, କହିଲେ-ଗୁଜବକୁ ବିଶ୍ୱାସ କରନ୍ତୁନି l ପାକିସ୍ତାନୀ ଗାୟକ ରାହତ ଫେତହ ଅଲୀ ଖାନ ଗିରଫ ହୋଇଥିବା ଖବର ଏବେ ବିଶ୍ୱରେ ଭାଇରାଲ ହେଉଛି l_
_➡️୧୨-ଭାରତୀୟ ନୌସେନାର ଜାହାଜ ଆଇଏନଏସ୍ ବ୍ରହ୍ମପୁତ୍ରରେ ନିଆଁ ଲାଗିବା ଯୋଗୁଁ ହେଲା ବ୍ୟାପକ କ୍ଷତି । ଏହି ନିଆଁ ଜାହାଜର ମଲ୍ଟି ରୋଲ୍ ଫ୍ରିଗେଟରେ ଲାଗିଥିଲା । ଭାରତୀୟ ନୌସେନାର ଜାହାଜ ବ୍ରହ୍ମପୁତ୍ରକୁ ମରାମତି ପାଇଁ ନିଆଯିବା ବେଳେ ନିଆଁ ଲାଗି ଯାଇଥିଲା ।_
_➡️୧୩-ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବଡ଼ ଘୋଷଣା l ୨୧ରୁ ୫୦ ବର୍ଷ ବୟସର ମହିଳାଙ୍କୁ ମଳିବ ଏଣିକି ପ୍ରତି ମାସରେ ୧୦୦୦ ଟଙ୍କା l ହିତାଧିକାରୀ ଚୟନ ଏବଂ ଚିହ୍ନଟ ପାଇଁ ସାରା ରାଜ୍ୟରେ ହେବ କ୍ୟାମ୍ପର ଆୟୋଜନ l_
_➡️୧୪-ନିଟ୍ ପ୍ରସଙ୍ଗରେ ସଂସଦରେ ହେଲା ହଙ୍ଗାମା । ରାହୁଲ-ଧର୍ମେନ୍ଦ୍ର ହେଲେ ମୁହାଁମୁହିଁ । ଧର୍ମେନ୍ଦ୍ର କହିଲେ ପେପର ଲିକର ନାହିଁ ପ୍ରମାଣ l ଗତ ୭ ବର୍ଷରେ ପ୍ରଶ୍ନପତ୍ର ଲିକ ନେଇ କୌଣସି ପ୍ରମାଣ ମିଳିନାହିଁ।_
_➡️୧୫-ବିହାରକୁ ଦିଆଯିବନି ସ୍ବତନ୍ତ୍ର ରାଜ୍ୟ ମାନ୍ୟତା । ଏନେଇ ଜେଡିୟୁକୁ ସ୍ପଷ୍ଟ କଲେ କେନ୍ଦ୍ର ସରକାର । ସ୍ବତନ୍ତ୍ର ରାଜ୍ୟମାନ୍ୟତା ପାଇଁ ଦୀର୍ଘଦିନରୁ ଦାବି କରି ଆସୁଥିଲେ ଏନଡିଏର ସହଯୋଗୀ ଦଳ ଜେଡିୟୁ ।_
_➡️୧୬-୨୦୨୪-୨୫ରେ ଭାରତର ବାସ୍ତବ ଜିଡିପି ୬.୫ ରୁ ୭ ପ୍ରତିଶତ ମଧ୍ୟରେ ରହିବ ବୋଲି ହେଲା ଆକଳନ l_
_➡️୧୭-ଋଣ ସଙ୍କଟର ସମ୍ମୁଖୀନ ହେଉଥିବା ମାଳଦ୍ୱୀପ ଅର୍ଥନୈତିକ ସଂସ୍କାର ପାଇଁ ପୁଣିଥରେ ଚୀନ୍ ଠାରୁ ଲୋଡ଼ିଲା ସାହାଯ୍ୟ l ସୂଚନା ଅନୁଯାୟୀ, ଚୀନ୍ ପ୍ରତି ମାଳଦ୍ୱୀପର ଋଣ ୧.୩ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ରହିଛି l_
_➡️୧୮-ଯଦି ରୋହିତ ଏବଂ କୋହଲି ଇଚ୍ଛା କରନ୍ତି ତେବେ ୨୦୨୭ ଓ୍ବାନ ଡେ’ ବିଶ୍ୱକପ ଖେଳିବେ ଏନେଇ ଗୌତମ ଗମ୍ଭୀର ଦେଲେ ସଙ୍କେତ l_
_➡️୧୯-ଶ୍ରୀଲଙ୍କାରେ ପହଞ୍ଚିଲା ଟିମ୍ ଇଣ୍ଡିଆ, ଜୁଲାଇ ୨୭ରୁ ମ୍ୟାଚ୍ ଖେଳିବ ଭାରତୀୟ ଦଳ l ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଭାବରେ ଏହା ଗମ୍ଭୀରଙ୍କ ପ୍ରଥମ କାର୍ଯ୍ୟକାଳ ହେବ।_
_➡️୨୦-ଏଥିର ଅଲିମ୍ପିକ୍ସ ଇତିହାସରେ ପ୍ରଥମଥର ଦେଖିବାକୁ ମିଳିବ ଅଦ୍ଭୁତ ଦୃଶ୍ୟ l ଜୁଲାଇ ୨୬ରେ ଅଲିମ୍ପିକ୍ସର ଉଦଘାଟନୀ ସମାରୋହ ଏଥର କୌଣସି ଷ୍ଟାଡିୟମରେ ଆୟୋଜିତ ହେବ ନାହିଁ, ବରଂ ଏହା ସହରର ମଧ୍ୟଭାଗରେ ସେଇନ ନଦୀ କୂଳରେ ଅନୁଷ୍ଠିତ ହେବ।_
*_🔅ଆଜି ଜାତୀୟ ପ୍ରସାରଣ ଦିବସ ll_*
*_🔅ଆଜି ଜାତୀୟ ଜଙ୍ଗଲ ପ୍ରୋତ୍ସାହନ ଦିବସ ll_*
*-🔅ଆଜି ଲୋକମାନ୍ୟ ଶ୍ରୀ ବାଲଗଙ୍ଗାଧର ତିଲକଙ୍କ_*
*_ଜନ୍ମ ବାର୍ଷିକୀ ll_*
*_🔅ଆଜି ମିଶରର ବିପ୍ଳବ ଦିବସ ll_*
*_🔅ଆଜି ସୁନ୍ଦର ଜେଜେମା ଦିବସ ll_*
*_🔅ଆଜି ଜାତୀୟ ଭାନିଲା ଆଇସ୍କ୍ରିମ୍ ଦିବସ ll_*
*_🔅ଆଜି ମଶା ଦିବସ ll_*
Comments
Post a Comment