୨୨-ଜୁଲାଇ-୨୦୨୪, ସୋମବାର
*_➡️୧-ଆଜି ଶ୍ରାବଣ ପ୍ରଥମ ସୋମବାର, ଜଳାଭିଷେକ ପାଇଁ ପ୍ରତି ଶୈବପୀଠରେ ଲାଗିଲା କାଉଡିଆଙ୍କ ଭିଡ l ଭକ୍ତମାନେ ବିଭିନ୍ନ ଶୈବପୀଠରେ ମହାଦେବଙ୍କ ଉପରେ କଲେ ଜଳାଭିଷେକ l ଶ୍ରାବଣ ମାସରେ ଦେବ ଦେବ ମହାଦେବଙ୍କୁ ଜଳ ଲାଗି କଲେ ମାନସିକ ପୂରଣ ହୁଏ ବୋଲି ବିଶ୍ୱାସ ରହିଛି l_*
*_➡️୨-ରାଜ୍ୟରେ ଆଜିଠାରୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ପୂର୍ବାହ୍ନ ୯ଟା ଠାରୁ ଆରମ୍ଭ ହୋଇ ପୂର୍ବାହ୍ନ ସାଢ଼େ ୧୧ଟା ପର୍ଯ୍ୟନ୍ତ ହେବ।_*
*_➡️୩-ଆଜିଠାରୁ ଆରମ୍ଭ ହେବ ଯୁକ୍ତ୨ ପ୍ରଥମ ପର୍ଯ୍ୟାୟ ନାମଲେଖା l ମୋଟ ୪,୨୬,୪୭୨ ଛାତ୍ରୀଛାତ୍ର ନାମଲେଖା ପାଇଁ ଚୟନ ହୋଇଥିବାବେଳେ ଛାତ୍ରୀଛାତ୍ରମାନେ ୨୭ ତାରିଖ ମଧ୍ୟରେ ନାମ ଲେଖାଇବେ।_*
*_➡️୪-ଆଜିଠାରୁ ମୋହନ ସରକାରଙ୍କ ଆରମ୍ଭ ହେବ ପ୍ରଥମ ବଜେଟ୍ ଅଧିବେଶନ । ଚଳିତ ଅଧିବେଶନରେ ମୋଟ ୨୭ଟି କାର୍ଯ୍ୟ ଦିବସ ରହିଛି । ଆସନ୍ତା ୨୫ ତାରିଖରେ ବଜେଟ ଉପସ୍ଥାପନ କରିବେ ସରକାର l_*
*_➡️୫-ଦିଲ୍ଲୀ ସ୍ଥିତ ଭାରତ ମଣ୍ଡପରେ ଆରମ୍ଭ ହେଲା ବିଶ୍ୱ ଐତିହ୍ୟ କମିଟିର ୪୬ ତମ ଅଧିବେଶନ । ଦେଶରେ ପ୍ରଥମ ଥର ହେଉଥିବା ଏହି ବୈଠକକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ବିଶ୍ୱ ଐତିହ୍ୟ କମିଟିକୁ ୧୦ ଲକ୍ଷ ଡଲାର ସହାୟତା କଲେ ଘୋଷଣା l_*
*_➡️୬-ଆଜି ନିଟ-ୟୁଜି ମାମଲାରେ ସୁପ୍ରିମ କୋର୍ଟରେ ହେବ ଶୁଣାଣି। ସିଜେଆଇ ଡି.ୱାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ ଜେ.ବି ପାର୍ଦ୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର କରିବେ ଶୁଣାଣି।_*
*_➡️୭-ଆଜି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହେଉଥିବାରୁ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି l_*
*_➡️୮-ଆଜି ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟର ସର୍ଭେ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ l ଆସନ୍ତାକାଲି ଲୋକସଭାରେ ଅପରାହ୍ନ 1 ଟାରେ ଏବଂ ରାଜ୍ୟସଭାରେ ଅପରାହ୍ନ 2 ଟାରେ ହେବ 2024-25 ଆର୍ଥିକ ବର୍ଷ ପାଇଁ ସମ୍ପୂର୍ଣ୍ଣ ବଜେଟ୍ ଉପସ୍ଥାପନ l_*
*_➡️୯-ପାରାଦୀପ ଜଟାଧାର ମୁହାଣ ନିକଟ ସମୁଦ୍ରରେ ମାଛ ବଦଳରେ ଜାଲରେ ପଡ଼ିଲା ମଣିଷ ଶବ l ମୃତଦେହଟି କୌଣସି ଏକ ବିଦେଶୀ ନାଗରିକଙ୍କ ହୋଇଥାଇପାରେ ବୋଲି ପୁଲିସ ଅନୁମାନ କରୁଛି।_*
*_➡️୧୦-ରାଜ୍ୟରେ ସକ୍ରିୟ ଲଘୁଚାପ ଯୋଗୁଁ ଆସନ୍ତା ୨୬ ତାରିଖ ଯାଏଁ ଲାଗିରହିବ ବର୍ଷା, ଆଜି ୧୦ ଜିଲାରେ ପ୍ରବଳ ବର୍ଷିବ l_*
*_➡️୧୧-ବିଧାନସଭା ପୂର୍ବରୁ ନବୀନଙ୍କୁ କଲେ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ, ବିଭିନ୍ନ ମହଲରେ ହେଲା ଚର୍ଚ୍ଚା l ଉଭୟ ନବୀନଙ୍କ ସହିତ ବିଧାନସଭା କାର୍ଯ୍ୟରେ ଯୋଗଦେବା ପାଇଁ ହେଲେ କଥାବାର୍ତ୍ତା l_*
*_➡️୧୨-ଲୋକପ୍ରିୟ କନ୍ନଡ ନିର୍ଦ୍ଦେଶକ ବିନୋଦ ଡୋଣ୍ଡଲେ କଲେ ଆତ୍ମହତ୍ୟା, ଆର୍ଥିକ ସମସ୍ୟା ପାଇଁ ହାରିଲେ ଜୀବନ l ମାତ୍ର ୪୯ ବର୍ଷ ବୟସରେ ସେ ଆତ୍ମହତ୍ୟା କରିଛନ୍ତି।_*
*_➡️୧୩-ବଦଳିଲା NCERT ଷଷ୍ଠ ଶ୍ରେଣୀ ବହି, ଏଣିକି ଏବେ ଗୋଟିଏ ପୁସ୍ତକରେ ପିଲାଏ ପଢିବେ ଇତିହାସ, ଭୂଗୋଳ ଓ ନାଗରିକ ଶାସ୍ତ୍ର l_*
*_➡️୧୪-ଚନ୍ଦ୍ରଯାନ-୩ କୁ ମିଳିବ ବିଶ୍ୱ ମହାକାଶ ସମ୍ମାନ l ଏନେଇ ଆନ୍ତର୍ଜାତିକ ମହାକାଶଚାରୀ ସଂଘର କଲେ ଘୋଷଣା l ଇଟାଲୀର ମିଲାନରେ ଅକ୍ଟୋବର ୧୪ରେ ଆୟୋଜିତ ହେବାକୁ ଥିବା ୭୫ତମ ଅନ୍ତର୍ଜାତୀୟ ମହାକାଶଚାରୀ ସମ୍ମିଳନୀରେ ଚନ୍ଦ୍ରଯାନ ୩କୁ ଏହି ପୁରସ୍କାର ପ୍ରଦାନ କରାଯିବ।_*
*_➡️୧୫-ବାଂଲାଦେଶ ନାଗରିକଙ୍କ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଲେ ବଡ଼ ଘୋଷଣା, ଅସହାୟ ବାଂଲାଦେଶୀଙ୍କୁ ବେଙ୍ଗଲରେ ମିଳିବ ଆଶ୍ରୟ l_*
*_➡️୧୬-ନେପାଳର ଓଲି ସରକାର ସଂସଦର ନିମ୍ନ ସଦନ ପ୍ରତିନିଧିସଭାରେ ଗତକାଲି ଆସ୍ଥାଭୋଟରେ ହେଲେ ବିଜୟୀ l ଆସ୍ଥା ଭୋଟରେ ବିଜୟୀ ହେବା ପରେ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି ସବୁ ସାଂସଦଙ୍କୁ ଜଣାଇଲେ କୃତଜ୍ଞତା l_*
*_➡️୧୭-ଆମେରିକାରେ ରାଷ୍ଟ୍ରପତି ଦୌଡ଼ରୁ ଓହରିଲେ ବାଇଡେନ୍: କମଲା ହାରିସ୍ ହେବେ ଡେମୋକ୍ରାଟିକ୍ ପ୍ରାର୍ଥୀ l ଆସନ୍ତା ନଭେମ୍ବର ୫ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟିରୁ ସେ ଲଢ଼ିବେ ନାହିଁ l_*
*_➡️୧୮-ଟିମ ଇଣ୍ଡିଆର ଶ୍ରୀଲଙ୍କା ଗସ୍ତ ପାଇଁ ନୂଆ ବୋଲିଂ କୋଚ୍ ହେବେ ସାଇରାଜ ବହୁତୁଲେ l_*
*_➡️୧୯-LPL Final 2024: ଜାଫନା କିଙ୍ଗସ ଗୈଲୈ ମାର୍ବଲ୍ସଙ୍କୁ ହରାଇ ସାଜିଲା ଲଙ୍କା ପ୍ରିମିୟର ଲିଗର ଚାମ୍ପିଅନ l ଟ୍ରଫିର ଏହି ମହାଲଢେଇରେ ଜାଫନା କିଙ୍ଗସ ୯ ୱିକେଟରେ ହେଲା ବିଜୟୀ । ଏହା ଟୁର୍ଣ୍ଣାମେଣ୍ଟର ୫ ତମ ସଂସ୍କରଣ ଥିଲା l_*
*_➡️୨୦-ଭାରତ-ପାକ୍ ଖେଳିବେ T-20 ସିରିଜ? ବଡ଼ ପ୍ଲାନ କରୁଛି ପାକିସ୍ତାନ କ୍ରିକେଟ ବୋର୍ଡ l ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଭାରତ ପାକିସ୍ତାନ ଗସ୍ତ କରୁ ନଥିବା ବେଳେ ଦ୍ୱିପାକ୍ଷିକ ସିରିଜ ଖେଳିବା ନେଇ ଚିନ୍ତା କରୁଛି ପାକିସ୍ତାନ ।_*
*_🔅ଆଜି ଶ୍ରାବଣ ପ୍ରଥମ ସୋମବାର ll_*
*_🔅ଆଜିଠାରୁ ଶ୍ରାବଣ ବ୍ରତାରମ୍ଭ ll_*
*_🔅ଆଜି ଶ୍ରୀ ସାଇବାବା ଉତ୍ସବ ସମାପ୍ତ (ସିରିଡ଼ି) ll_*
*_🔅ଆଜି ବିଶ୍ୱ ମସ୍ତିଷ୍କ ଦିବସ ll_*
*_🔅ଆଜି ଜାତୀୟ ଆମ୍ବ ଦିବସ ll_*
*_🔅ଆଜି ମହାନ ଗାୟକ ଶ୍ରୀ ମୁକେଶ ଜୟନ୍ତୀ ll_*
*_🔅ଆଜି ଜାତୀୟ ପତାକା ଗ୍ରହଣ ଦିବସ ll_*
*_🔅ଆଜି ଯୁଗ ପରିବର୍ତ୍ତନ ଦିବସ (ଜୈନ) ll_*
Comments
Post a Comment