୨୦-ଜୁଲାଇ-୨୦୨୪, ଶନିବାର


*_`➡️୧-ସରିଲା ନବଦିନାତ୍ମକ ଯାତ୍ରା, ବଡ ଦେଉଳକୁ ବାହୁଡିଲେ ତିନି ଠାକୁର l ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କଲେ ମହାପ୍ରଭୁ ଶ୍ରୀଜଗନ୍ନାଥ , ମାନଭଞ୍ଜନ ଓ ବଚନିକା ପରେ ଖୋଲିଲା ଦ୍ବାର l ରସଗୋଲା ଭୋଗ କଲେ ନବଦମ୍ପତି l ଆଜିଠୁ ମିଳିବ ନୀଳାଚଳ ଅବଢା`_*

*_`➡️୨-ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଯୁଦ୍ଧାସ୍ତ୍ର ରହିଥିବା ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ବନାଥ ରଥ ଦେଲେ ସୂଚନା l ଯୁଦ୍ଧାସ୍ତ୍ରଗୁଡ଼ିକ ଉପରେ କଳା ଆବରଣ ରହିଥିବାରୁ ତାହା କେଉଁ ଧାତୁରେ ନିର୍ମିତ ତାହା ଜଣାପଡ଼ିନାହିଁ`_*

*_`➡️୩-ଆସନ୍ତା ୨୮ ଜୁଲାଇ ୨୦୨୪ରେ ପ୍ରସାରଣ ହେବାକୁ ଥିବା ମନ କୀ ବାତ କାର୍ଯ୍ୟକ୍ରମ ପାଇଁ ମତାମତ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ଆପଣମାନେ ମଧ୍ୟ ଆପଣଙ୍କ ମତାମତ MyGov କିମ୍ବା NaMo App ରେ ପୋଷ୍ଟ କରିପାରିବେ କିମ୍ବା ଆପଣଙ୍କ ବାର୍ତ୍ତା 1800-11-7800 ରେ ରେକର୍ଡ କରିପାରିବେ`_*

*_`➡️୪-ଆଜି ଆସିବ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ । ପୂର୍ବାହ୍ନ ୧୧ ଟା ୪୫ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଏଥିରେ ମନୋନୀତ ଛାତ୍ରଛାତ୍ରୀମାନେ ୨୨ ତାରିଖରୁ ୨୭ ତାରିଖ ସନ୍ଧ୍ୟା ୬ଟା ମଧ୍ୟରେ ନାମ ଲେଖାଇବେ`_*

*_`➡️୫-ବରିଷ୍ଠ ଆଇନଜୀବୀ ଶ୍ରୀ ଆଚାର୍ଯ୍ୟଙ୍କୁ ମିଳିଲା ବଡ଼ ଦାୟିତ୍ବ, ପୀତାମ୍ବର ଆଚାର୍ଯ୍ୟ ହେଲେ ଆଡଭୋକେଟ୍ ଜେନେରାଲ`_*

*_`➡️୬-୭୬ ବର୍ଷ ବୟସରେ ପଦ୍ମଶ୍ରୀ କମଳା ପୂଜାରୀଙ୍କ କଟକ SCBରେ ଚିକିତ୍ସାଧୀନ ଅବସ୍ଥାରେ ହେଲା ମୃତ୍ୟୁ l ବିଭିନ୍ନ କିସମର ଧାନ ସଂରକ୍ଷଣ ପାଇଁ ତାଙ୍କୁ ମିଳିଥିଲା ପଦ୍ମଶ୍ରୀ ପୁରସ୍କାର`_*

*_`➡️୭-ଏଣିକି ଅନଲାଇନରେ ହେବ ବାବା କାଶୀ ବିଶ୍ୱନାଥଙ୍କ ଦର୍ଶନ, ଏହି ଦିନରୁ ଆରମ୍ଭ ହେବ ସୁବିଧା`_*

*_`➡️୮-ଆଜି ପୁରୀରେ ଆୟୋଜିତ ହେଉଥିବା ଭାଜପା କାର୍ଯ୍ୟକାରିଣୀ ବୈଠକର ଅନ୍ତିମ ଦିନ l ସାମିଲ ହେବେ ରାଜ୍ୟ ଭାଜପାର ସମସ୍ତ ପଦାଧିକାରୀ`_*

*_`➡️୯-ମାଲକାନଗିରି ଜିଲାରେ ଗତକାଲି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଲଘୁଚାପଜନିତ ବର୍ଷାଯୋଗୁଁ ଓଡ଼ିଶା-ଆନ୍ଧ୍ର ସହ ତେଲଙ୍ଗାନାକୁ ଯୋଗାଯୋଗ ହେଲା ବିଚ୍ଛିନ୍ନ`_*

*_`➡️୧୦-ମାଇକ୍ରୋସଫ୍ଟ ସର୍ଭର ଡାଉନ୍‌ର ପ୍ରଭାବରେ ଦେଶରେ ୨୦୦ରୁ ଅଧିକ ବିମାନ ଉଡାଣ ହେଲା ବାତିଲ, ଇଣ୍ଡିଗୋର ୧୯୨ ଫ୍ଲାଇଟ୍ ହେଲା କ୍ୟାନସଲ୍`_*

*_`➡️୧୧-ଐତିହାସିକ ! ରାଜ୍ୟପାଳଙ୍କ ‘ଅଭେଦ୍ୟ ଅଧିକାର’କୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ଶୁଣାଣି ପାଇଁ ସୁପ୍ରିମକୋର୍ଟ ହେଲେ ରାଜି`_*

*_`➡️୧୨-ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଧାମିଙ୍କ ଐତିହାସିକ ନିଷ୍ପତ୍ତି, ଏଣିକି ସମସ୍ତ ସରକାରୀ ତଥା ଘରୋଇ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକର ଛାତ୍ର ସଂସଦ ନିର୍ବାଚନରେ ଛାତ୍ରୀଙ୍କ ପାଇଁ ରହିବ ୫୦% ସଂରକ୍ଷଣ ବ୍ୟବସ୍ଥା`_*

*_`➡️୧୩-ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଜିଓ ପ୍ଲାଟଫର୍ମସର ନେଟ ଲାଭରେ ୧୧.୭ ପ୍ରତିଶତ ହେଲା ବୃଦ୍ଧି`_*

*_`➡️୧୪-ଉତ୍ତରପ୍ରଦେଶର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ରାଷ୍ଟ୍ରିୟ ଶୋଷିତ ସମାଜ ପାର୍ଟିର ସଭାପତି ସ଼୍ବାମୀ ପ୍ରସାଦ ମୌର୍ଯ୍ୟଙ୍କୁ ଲକ୍ଷ୍ନୌ କୋର୍ଟ ପଳାତକ କଲେ ଘୋଷିତ`_*

*_`➡️୧୫-ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କାଉଡ଼ିଆ ଯାତ୍ରା ମାର୍ଗରେ ଥିବା ସମସ୍ତ ଭୋଜନାଳୟକୁ ସେମାନଙ୍କ ମାଲିକଙ୍କ ନାମ ପ୍ରଦର୍ଶନ କରିବାକୁ ଦେଲେ ନିର୍ଦ୍ଦେଶ l ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ ଖାଦ୍ୟ ଦୋକାନ ବୋର୍ଡରେ ମାଲିକଙ୍କ ନାମ ରଖିବାକୁ ପଡିବ`_*

*_`➡️୧୬-ଆମେରିକାରେ ମିଳିଥିବା ଏକ ଡାଇନୋସର କଙ୍କାଳ ୩୭୩ କୋଟି ଟଙ୍କାରେ ହେଲା ନିଲାମ l ଏହାକୁ ୮ଜଣ ବ୍ୟକ୍ତି ମିଶି ଭାରତୀୟ ମୁଦ୍ରାରେ ୩୭୩ କୋଟି ଟଙ୍କାରେ କିଣିଥିଲେ। ଏହି ଡାଇନୋସର ୧୧ ଫୁଟ ଲମ୍ବା ହୋଇଥିବା ବେଳେ ତାହାର ୩୧୯ଟି ହାଡ଼ ରହିଥିଲା`_*

*_`➡️୧୭-ଆମେରିକାର କମେଡିଆନ ବବ ନ୍ୟୁହାର୍ଟଙ୍କ ୯୪ ବର୍ଷ ବୟସରେ ହେଲା ପରଲୋକ l ତାଙ୍କ କମେଡି ଆଲବମ ‘ଦ ବଟନ-ଡାଉନ ମାଇଂଡ ଅଫ୍‌‌ ବବ ନ୍ୟୁହାର୍ଟ’କୁ ଲୋକେ କେବେ ଭୁଲିପାରିବେ ନାହିଁ। ଏହି ଆଲବମକୁ ୧୯୬୧ର ଗ୍ରାମୀ ପୁରସ୍କାର ମିଳିଥିଲା`_*

*_`➡️୧୮-ଟି-୨୦ ମହିଳା ଏସିଆ କପ୍‌ରେ ଗତକାଲି ଶ୍ରୀଲଙ୍କାର ରାଙ୍ଗିରି ଡାମ୍ବୁଲା କ୍ରିକେଟ ଷ୍ଟାଡିୟମରେ ଭାରତ ପାକିସ୍ତାନକୁ ୭ ୱିକେଟ୍‌ରେ କଲା ପରାସ୍ତ`_*

*_`➡️୧୯-ମନୋରଞ୍ଜନ ଜଗତରେ ଟିମ୍‌ ଇଣ୍ଡିଆର ନୂଆ ଉପଅଧିନାୟକ କରିଲେ ଏଣ୍ଟ୍ରି l ପଞ୍ଜାବର ୨୪ ବର୍ଷୀୟ ଯୁବ କ୍ରିକେଟର ଗିଲ୍‌ ପଞ୍ଜାବୀ ଗାୟକ କରନ୍‌ ଔଜଲାଙ୍କ ଗୀତରେ ଆସିଲେ ନଜର`_*

*_`➡️୨୦-ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ଝଟକା ପରେ ଝଟକା । ପୁଅ ଅଗସ୍ତ୍ୟକୁ ନେଇ ଭାରତ ଛାଡିଲେ ପତ୍ନୀ ନତାଶା`_*

*_`🔅ଆଜି ଆନ୍ତର୍ଜାତୀୟ ଚେସ୍ ଦିବସ`_*
*_`🔅ଆଜି ଜାତୀୟ ଚନ୍ଦ୍ର ଦିବସ (୧୯୬୯)`_*
*_`🔅ଆଜି ଅଭିନେତା ନାସିରୁଦ୍ଦିନ ଶାହାଙ୍କ ଜନ୍ମଦିନ`_*
*_`🔅ଆଜି ଶ୍ରୀ ବାଟୁକେଶ୍ୱର ଦତ୍ତ ସ୍ମୃତି ଦିବସ`_*
*_`🔅ଆଜି ଶ୍ରୀ ଗୁଲାମ ମହମ୍ମଦ ଶାହା ଜନ୍ମ ବାର୍ଷିକୀ`_*

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024