୧୮-ଜୁଲାଇ-୨୦୨୪, ଗୁରୁବାର


*_➡️୧-ଆଜି ଆଜି ଦ୍ୱାଦଶୀ ତିଥିରେ ମହାପ୍ରଭୁଙ୍କ ପବିତ୍ର ଅଧରପଣା ନୀତି ହେବ । ସନ୍ଧ୍ୟା ବେଳେ ରଥାରୁଢ଼ ଠାକୁରଙ୍କ ପାଖରେ ଲାଗି ହେବ ଅଧରପଣା। ସର, କଦଳୀ, ଛେନା, ଗୋଲମରିଚ, ଗୁଣ୍ଡ କର୍ପୁର, ଜାଇଫଳ ଆଦି ସାମଗ୍ରୀରେ ପ୍ରସ୍ତୁତ ୯ଟି ଅଧର ହାଣ୍ଡିକୁ ରଥରେ ଥିବା ପାର୍ଶ୍ବ ଦେବଦେବୀ ଓ ଚଣ୍ଡି ଚାମଣ୍ଡାଙ୍କ ତୃପ୍ତି ଉଦ୍ଦେଶ୍ୟରେ ଭଙ୍ଗାଯିବ l_*

*_➡️୨-ଆଜି ପୁଣି ଥରେ ଖୋଲାଯିବ ଭିତର ରତ୍ନ ଭଣ୍ଡାର। ଆଜି ସକାଳ ୯ ଟା ୫୨ ରୁ ୧୨ଟା ୧୫ ପର୍ଯ୍ୟନ୍ତ ଶୁଭ ବେଳା ରହିଛି। ସିଂହଦ୍ବାରକୁ ଛାଡ଼ି ଅନ୍ୟ ୩ ଦ୍ବାର ବନ୍ଦ କରାଯିବ l ପ୍ରକୃତରେ ଭିତରେ କଣ ଜିନିଷ ରହିଛି ତାହାର ରହସ୍ୟ ଆଜି ଜଣାପଡିବ।_*

*_➡️୩-ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ।_*

*_➡️୪-ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ପୂର୍ବରୁ ଆଜି ବସିବ କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ।_*

*_➡️୫-ତୁଟିଲା ନର୍ସିଂ ଅଫିସର ଏବଂ ହାଉସ୍ ସର୍ଜନ ସଂଘ ବିବାଦ l ଆଜିଠାରୁ ପୁଣି ଏସସିବି ମେଡିକାଲରେ ସ୍ୱାଭାବିକ ହେବ ରୋଗୀ ସେବା l ସମସ୍ତେ ରୋଗୀ ସେବାରେ ସହଯୋଗ କରିବେ ।_*

*_➡️୬-ବହୁ ପ୍ରତୀକ୍ଷା ଓ ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଲେ ଅରିନ୍ଦମ ଡାକୁଆ ଏବଂ ଅତିରିକ୍ତ ସଚିବ ହେଲେ ଅନୁପମ ଶାହା ।_*

*_➡️୭-ଓଡ଼ିଶାକୁ ମିଳିପାରେ ସ୍ୱତନ୍ତ୍ର ଆର୍ଥିକ ଅନୁଦାନ । ୬ ରାଜ୍ୟକୁ ସ୍ୱତନ୍ତ୍ର ଅନୁଦାନ ପାଇଁ କେନ୍ଦ୍ର ସରକାର ଚିନ୍ତା କରୁଥିବା ନେଇ ହେଲା ଚର୍ଚ୍ଚା ।_*

*_➡️୮-ବିଜେପି ସଭାପତି ତଥା ଦଳର ବରିଷ୍ଠ ନେତା ମନମୋହନ ସାମଲଙ୍କୁ ମିଳିବ ବଡ ଦାୟିତ୍ବ। ସେ ପ୍ରଥମ ଥର ପାଇଁ ହେବେ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ।_*

*_➡️୯-ଏଣିକି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଉପରେ ରଖିବେ ନଜର ବିଜେଡିର ୫୦ ବିଧାୟକ l ବିଧାୟକଙ୍କୁ ବିଭାଗ ବାଣ୍ଟିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ l_*

*_➡️୧୦-ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତି ପଞ୍ଚାୟତକୁ ମିଳିଥିବା ୫୦ ଲକ୍ଷ ଅନୁଦାନର ଖୋଳତାଡ କରିବେ ରାଜ୍ୟସରକାର । ଏହି ଅର୍ଥ କିପରି ଖର୍ଚ୍ଚ ହୋଇଛି କିଏ ୱାର୍କ ଅଡର ଇସ୍ୟୁ କରିଛି ସେସବୁର ହେବ ଖୋଳତାଡ଼ ।_*

*_➡️୧୧-ଷ୍ଟେସନାରୀ ବ୍ରାଣ୍ଡ କାମଲିନର ପ୍ରତିଷ୍ଠାତା ସୁଭାଷ ଦାଣ୍ଡେକର ହେଲା ଦେହାନ୍ତ l ସୁଭାଷ ଦାଣ୍ଡେକର ଜଣେ ଗୁଣାତ୍ମକ ଷ୍ଟେସନାରୀ ଏବଂ ଶିକ୍ଷାଗତ ସାମଗ୍ରୀ ସହିତ ସମକକ୍ଷ ଏକ ଘରୋଇ ନାମ ଭାବରେ କାମଲିନ୍ ପ୍ରତିଷ୍ଠା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।_*

*_➡️୧୨-ଏନ୍‌ସିପି ମୁଖ୍ୟ ଅଜିତ ପାୱାରଙ୍କୁ ଲାଗିଲା ବଡ଼ ଝଟ୍‌କା l ୪ ଜଣ ଶୀର୍ଷ ନେତାଙ୍କ ସମେତ ୨୫ ଜଣ ଦେଲେ ଦଳରୁ ଇସ୍ତଫା l ସେମାନେ ଏବେ ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପିରେ ଯୋଗଦେବା ସମ୍ଭାବନା ରହିଛି l_*

*_➡️୧୩-ଓମାନ ନିକଟରେ ସମୁଦ୍ରରେ ବୁଡ଼ିଯାଇଥିବା ତେଲ ଟ୍ୟାଙ୍କରରେ ଫସିଥିବା ୨୫ କ୍ରୁ ମେମ୍ବରଙ୍କ ମଧ୍ୟରୁ ୧୬ ଜଣଙ୍କୁ କରାଗଲା ଉଦ୍ଧାର l ଜାହାଜରେ ମୋଟ ୧୬ ଜଣ ଥିବା ବେଳେ ୭ ଜଣଙ୍କ ପତ୍ତା ମିଳୁ ନାହିଁ।_*

*_➡️୧୪-ଛତିଶଗଡ଼ରେ କମ୍ବିଂ ଅପରେସନ ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଯୋଗୁଁ ୨ ଯବାନ ହେଲେ ଶହୀଦ, ୪ ଜଣ ଗୁରୁତର l ବିଜାପୁର ଜିଲ୍ଲା ତାରେମ ଥାନା ମାଣ୍ଡିମାର୍କା ଜଙ୍ଗଲରେ ନକ୍ସଲମାନେ ଏହି ବିସ୍ଫୋରଣ ଘଟାଇଛନ୍ତି।_*

*_➡️୧୫-ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ ମହାକାଶ ବିଜ୍ଞାନ ସହିତ ସଂଗୀତର ଏକ ଅପୂର୍ବ ସଂଗମର ନିଦର୍ଶନ ସ୍ବରୂପ ଜଣେ ମହିଳା ସଂଗୀତଜ୍ଞଙ୍କ ହିପ୍‌-ହପ୍‌ ଗୀତକୁ ପୃଥିବୀଠାରୁ ୧୫.୮ କୋଟି ମାଇଲ୍‌ ଦୂରରେ ଅବସ୍ଥିତ ଶୁକ୍ର ଗ୍ରହକୁ କଲା ପ୍ରସାରଣ l ‘ଦି ବିଟଲ୍‌ସ’ ବ୍ୟାଣ୍ଡ୍‌ର ‘ଏକ୍ରସ୍ ଦି ୟୁନିଭର୍ସ’ ପରେ ଏହା ହେଉଛି ଦ୍ବିତୀୟ ଗୀତ ଯାହାକୁ ମହାକାଶକୁ ପ୍ରେରଣ କରାଯାଇଛି।_*

*_➡️୧୬-କୋଭିଡରେ ସଂକ୍ରମିତ ହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ୮୧ ବର୍ଷ ବୟସ୍କ ରାଷ୍ଟ୍ରପତି ବାଇଡେନ କୋଭିଡ ସଂକ୍ରମିତ ଥିବା ନେଇ ସୂଚନା ଦେଲେ ହ୍ବାଇଟ ହାଉସ ପ୍ରେସ ସଚିବ କାରିନ ଜାଁ ପିଏରେ।_*

*_➡️୧୭-ଯୁଦ୍ଧକ୍ଷେତ୍ର ପାଲଟିଛି ଦକ୍ଷିଣ ଚୀନ୍ ସାଗର l ଚୀନ୍-ରୁଷିଆ ପକ୍ଷରୁ ଆରମ୍ଭ ହେଲା ମିଳିତ ନୌଭ୍ୟାସ l_*

*_➡️୧୮-ଅଗ୍ନିବୀରଙ୍କ ପାଇଁ ହରିୟାଣା ସରକାର ନେଲେ ବଡ଼ ନିଷ୍ପତ୍ତି, ଏଣିକି ଚାକିରିରେ ୧୦% ସଂରକ୍ଷଣ ହେଲା ଘୋଷଣା l_*

*_➡️୧୯-ଶ୍ରୀଲଙ୍କା ପାଇଁ ଅନେକ ମ୍ୟାଚ୍ ଖେଳିଥିବା ପୂର୍ବତନ କ୍ରିକେଟର ଧମ୍ମିକା ନିରୋଶନଙ୍କୁ ପରିବାର ସାମନାରେ ଦୁର୍ବୃତ୍ତମାନେ ସ୍ତ୍ରୀ ଏବଂ ପିଲାଙ୍କ ସାମନାରେ କଲେ ଗୁଳି କରି କଲେ ହତ୍ୟା l_*

*_➡️୨୦-ପ୍ୟାରିସରେ ଖେଳାଯିବାକୁ ଥିବା ଅଲିମ୍ପିକ୍ସ ଜୁଲାଇ ୨୬ ରୁ ଆରମ୍ଭ ହେବ ଏବଂ ଦୁନିଆର ବିଭିନ୍ନ ଦେଶର ଖେଳାଳିମାନେ ଏହି କୁମ୍ଭ କ୍ରୀଡାରେ ଅଂଶଗ୍ରହଣ କରିବେ l_*

*_🔅ଆଜି ଶ୍ରୀଜୀଉଙ୍କ ଅଧରପଣା ll_*
*_🔅ଆଜି ଗରୁଡ଼ ଶୟନ ll_*
*_🔅ଆଜି ନେଲସନ ମାଣ୍ଡେଲା ଦିବସ ll_*
*_🔅ଆଜି ଶ୍ରୀ ରାଜେଶ ଖାନ୍ନା ସ୍ମୃତି ଦିବସ ll_*
*_🔅ଆଜି ବିଶ୍ୱ ଶ୍ରବଣ ଦିବସ ll_*
*_🔅ଆଜି ପରଫେକ୍ଟ ପରିବାର ଦିବସ ll_*

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024