୧୬-ଜୁଲାଇ-୨୦୨୪, ମଙ୍ଗଳବାର


*_➡️୧-ଜନ୍ମବେଦିରେ ଲୀଳାଖେଳା ସାରି ବାହୁଡ଼ିଲେ ଶ୍ରୀଜିଉ l ଭାବ ଓ ଭକ୍ତିରେ ବୁଡ଼ିଲା ଶ୍ରୀକ୍ଷେତ୍ର l ବାଟରେ ମାଉସୀ ମା’ ମନ୍ଦିରରରେ ଅଟକି ତିନି ଠାକୁର ଖାଇଲେ ପୋଡପିଠା l ଆସନ୍ତାକାଲି ଜଗତ୍‌ଜନଙ୍କୁ ମହଣ ମହଣ ସୁନାରେ ଆଭୂଷିତ ହୋଇ ଦର୍ଶନ ଦେବେ ଜଗତଠାକୁର ।_*

*_➡️୨-ଆଜି ଦଶମୀ ସହ ସଂକ୍ରାନ୍ତି ଥିବାରୁ ରଥ ଉପରେ ହେବ ନୀତିକାନ୍ତି । ରାତିରେ ବଡ଼ ସିଂହାର ବେଶ ପରେ ବଡ଼ ସିଂହାର ଭୋଗ ଲାଗି ହେବ l ରାତି ୧୧ଟାରେ ପଡ଼ିବ ପହୁଡ଼ ।_*

*_➡️୩-ତୁଳସୀକ୍ଷେତ୍ରର କ୍ଷେତାଧିପତି ଶ୍ରୀବଳଦେବଜୀଉଙ୍କର ଆଜି ହେବ ବାହୁଡ଼ା ଯାତ୍ରା। ନବଦିନାତ୍ମକ ଲୀଳା ଖେଳା ସାରି ଜନ୍ମବେଦିରୁ ରତ୍ନବେଦିକୁ ବାହୁଡ଼ିବେ ଆରାଧ୍ୟ ଦେବତା ସିଦ୍ଧ ବଳଦେବଜୀଉ। ଅପରାହ୍ନ ୨ଟାରେ ହେବ ଶ୍ରୀଜୀଉଙ୍କ ରଥଟଣା l_*

*_➡️୪-୨୦୨୪-୨୫ ଶିକ୍ଷାବର୍ଷରେ ଯୁକ୍ତ୩ ନାମଲେଖା ପାଇଁ ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ତୃତୀୟ ପର୍ଯ୍ୟାୟ ମେଧା ତାଲିକା । ଏଥିରେ ମନୋନୀତ ଛାତ୍ରୀଛାତ୍ର ଛୁଟିଦିନ ବ୍ୟତୀତ ୧୮ ତାରିଖ ସକାଳ ୯ଟାରୁ ୨୨ତାରିଖ ସନ୍ଧ୍ୟା ୬ଟା ମଧ୍ୟରେ ନାମ ଲେଖାଇବେ।_*

*_➡️୫-ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଏଣିକି ପ୍ରତି ଜିଲ୍ଲାରେ ଖୋଲିବ ପରିବା ମଣ୍ଡି, କେହି ରହିବେନି ମଧ୍ୟସ୍ଥି l ଉପଯୁକ୍ତ ଦାମରେ ସାମଗ୍ରୀ ବିକ୍ରି କରିବେ ଚାଷୀ l_*

*_➡️୬-୧୯ରେ ହେବ ସିୟୁଇଟି-ୟୁଜି ପୁନଃପରୀକ୍ଷା l କମ୍ପ୍ୟୁଟର ଆଧାରିତ ମୋଡ୍‌ରେ କରାଯିବ ଏହି ପରୀକ୍ଷା l_*

*_➡️୭-ସିଇଓ ଭାବରେ ମାଇକ୍ରୋସଫ୍ଟରେ ୧୦ ବର୍ଷ ପୂରଣ କଲେ ଭାରତୀୟ ବଂଶୋଦ୍ଭବ ସତ୍ୟ ନଡେଲ୍ଲା, ସେ ମାତ୍ର ୨୦ ମିନିଟରେ କରିଥିଲେ ୭ ବିଲିୟନ ଡଲାରଠାରୁ ବଡ଼ ଡିଲ୍‌ l_*

*_➡️୮-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମୁଦ୍ରିକ ବିଜ୍ଞାନ ବିଭାଗର ପୁରାତନ ଛାତ୍ରୀ ଶ୍ବେତା ବେଉରା ସାର୍କ ପ୍ରଜାତିର ଏକ ନୂତନ ମାଛ ର କଲେ ଚିହ୍ନଟ l ଆରବସାଗର କୂଳ ଭାରତ ସୀମାରୁ ସେ ଏହି ସାର୍କ ପ୍ରଜାତିର ମାଛକୁ କଲେ ଆବିଷ୍କାର l_*

*_➡️୯-ଦେଶରେ ଖୁବଶୀଘ୍ର ଆଳୁ, ଟମାଟୋ, ପିଆଜ ଏବଂ ଆଳୁ ମୂଲ୍ୟରେ ହ୍ରାସ ପରିଲକ୍ଷିତ ହେବ । କେନ୍ଦ୍ର ଦେଲା ଖୁସି ଖବର l_*

*_➡️୧୦-ବଲିଉଡ୍ ଅଭିନେତ୍ରୀ ରକୁଲପ୍ରୀତ ସିଂହଙ୍କ ଭାଇ ଅମନପ୍ରୀତ ସିଂହ ଓ ଅନ୍ୟ ୪ ଜଣଙ୍କୁ ହାଇଦ୍ରାବାଦ ପୁଲିସ ଡ୍ରଗ୍ସ ମାମଲାରେ କଲା ଗିରଫ l_*

*_➡️୧୧-ଚଳିତ ଜୁଲାଇ ୧୯ ତାରିଖରୁ ଆମେରିକାର ଉତ୍ତର କାଲିଫର୍ଣ୍ଣିଆ ଅନ୍ତର୍ଗତ ସାନ୍‌ଫ୍ରାନ୍ସିସ୍କୋ ଉପସାଗରରେ ବିଶ୍ବର ପ୍ରଥମ ଉଦ୍‌ଜାନ ଚାଳିତ ତରୀ ଯାତ୍ରୀ ପରିବହନ କରିବ l_*

*_➡️୧୨-ବର୍ଷା ଲାଗି ମହାରାଷ୍ଟ୍ର, ଗୋଆ, କେରଳକୁ ହେଲା ରେଡ୍‌ ଆଲର୍ଟ, ଆସନ୍ତାକାଲି ଯାଏଁ ସବୁ ହେଲା ସ୍କୁଲ ବନ୍ଦ l_*

*_➡️୧୩-ଚର୍ଚ୍ଚାରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭେଟଘାଟ । ଜେଲ୍‌ରୁ ବାହାରି ସିଧା ମୋଦୀଙ୍କୁ କଲେ ସୌଜନମୂଳକ ସାକ୍ଷାତ୍‌ l ଯାହାକୁ ନେଇ ଏବେ ଚର୍ଚ୍ଚା ବଢିବାରେ ଲାଗିଛି । ପୂର୍ବରୁ ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇ ଇଡି ଦ୍ୱାରା ଗିରଫ ହୋଇଥିଲେ ହେମନ୍ତ ସୋରେନ।_*

*_➡️୧୪-ଓମାନର ଏକ ମସଜିଦ୍‌ରେ ହେଲା ଫାୟାରିଂ l ଆତତାୟୀଙ୍କ ଗୁଳିରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି l_*

*_➡️୧୫-ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁଳିକାଣ୍ଡ ପରେ ହେଲେ ମାଲାମାଲ, ଗୋଟିଏ ଦିନରେ ସେୟାରରୁ ଆୟ କଲେ ୨ ବିଲିୟନ ଡଲାର l_*

*_➡️୧୬-ପାକିସ୍ତାନ ରାଜନୀତିରେ ଆଉ ରହିବନି ଇମ୍ରାନ ଖାନଙ୍କ ଦଳ l ବିରୋଧୀଙ୍କୁ ମୂଳପୋଛ କରିବାକୁ ଶାସକ ଦଳ ସାହବାଜ ନେଲେ ନିଷ୍ପତ୍ତି l_*

*_➡️୧୭-ପାକିସ୍ତାନ ସେନା ଉପରେ ହେଲା ଭୟଙ୍କର ଆକ୍ରମଣ, ଆତଙ୍କବାଦୀ ଗୁଳିକରି ଖସାଇ ଦେଲେ ହେଲିକପ୍ଟର, ୧୭ ଜଣ ଜବାନ ହେଲେ ନିହତ l ଶହିଦଙ୍କ ମଧ୍ୟରେ ୨ ଜଣ ମେଜର ଓ ୨ ଜଣ କ୍ୟାପ୍ଟେନ ମଧ୍ୟ ଅଛନ୍ତି।_*

*_➡️୧୮-ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲା ରିପବ୍ଲିକାନ୍ କନଭେନସନରେ ଦଳ l ଅନ୍ୟପକ୍ଷରେ ସିନେଟର ଜେଡି ବେସ୍ ଉପରାଷ୍ଟ୍ରପତି ପ୍ରାର୍ଥୀଭାବେ ହେଲେ ଘୋଷଣା l_*

*_➡️୧୯-ଟିମ୍ ଇଣ୍ଡିଆର ଶ୍ରୀଲଙ୍କା ଅଭିଯାନ, ଶ୍ରୀଲଙ୍କା ଗସ୍ତରେ ଟିମ୍ ଇଣ୍ଡିଆ ୩ଟି ମ୍ୟାଚ୍ ବିଶିଷ୍ଟ ଓ୍ବାନଡେ’ ସିରିଜ୍ ଏବଂ ୩ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ l ଆଜି ଘୋଷଣା ହୋଇପାରେ ଶ୍ରୀଲଙ୍କା ଟୁର୍ ପାଇଁ ଟିମ୍ ଇଣ୍ଡିଆର ୧୫ ଜଣିଆ ସ୍କ୍ବାଡ୍ ।_*

*_➡️୨୦-ଶେଷହେଲା ଜର୍ମାନୀରେ ଅନୁଷ୍ଠିତ ୟୁରୋ କପ୍‌ ୨୦୨୪ l ଟୁର୍ନାମେଣ୍ଟ ଇତିହାସରେ ପ୍ରଥମ ଥର ପାଇଁ ୬ ଜଣ ଖେଳାଳି ମିଳିତ ଭାବରେ ହାସଲ କଲେ ଗୋଲ୍ଡେନ୍‌ ବଲ l_*

*_🔅ଆଜିଠାରୁ ଦକ୍ଷିଣାୟନ ଆରମ୍ଭ ll_*
*_🔅ଆଜି କର୍କଟ ସଂକ୍ରାନ୍ତି ll_*
*_🔅ଆଜି ବିଶ୍ୱ ସାପ ଦିବସ ll_*
*_🔅ଆଜି ସହଜ ସେବା କେନ୍ଦ୍ର (CSC) ଦିବସ ll_*
*_🔅ଆଜି ୯୬ତମ ଇଣ୍ଡିଆନ୍ କାଉନସିଲ୍ ଅଫ୍ କୃଷି ଅନୁସନ୍ଧାନ (ICAR) ସ୍ଥାପନ ଦିବସ ll_*
*_🔅ଆଜି ସ୍ୱାଧୀନତା ସଂଗ୍ରାମୀ ଅରୁଣା ଆସଫ ଅଲି ଜନ୍ମ ବାର୍ଷିକୀ ll_*
*_🔅ଆଜି ଜାତୀୟ ସତେଜ ପାଳଙ୍ଗ ଦିବସ ll_*
*_🔅ଆଜି ଜାତୀୟ ବ୍ୟକ୍ତିଗତ ରୋଷେୟା ଦିବସ ll_*

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024