ଖବର ଆଜିର ତାରିଖ:୧୯/୧୨/୨୫, ଶୁକ୍ରବାର
୧-କନ୍ଧମାଳ,ଗୋଛାପଡା ଗାଁ:ଗଛରୁ ୩ଟି ଅମୃତ ଭଣ୍ଡା, ମହିଳାଙ୍କ ମୁଣ୍ଡ ଓ ଛାତି ଉପରେ ପଡ଼ି ଯିବାରୁ ମହିଳା ଜଣଙ୍କର ମୃତ୍ୟୁ।ମା' ଛେଉଣ୍ଡ ହୋଇଗଲେ ୩ ସନ୍ତାନ।
୨-ଆମ୍ବ ଗଛର ପୂଜା, ବଉଳ ଅମାବାସ୍ୟାର ପର୍ବ, ରହିଛି ଗଇଁଠା ପିଠାର ସ୍ୱତନ୍ତ୍ରତା,ଆଜିର ଦିନରେ ଝିଅମାନେ ତାଙ୍କର ପ୍ରିୟ ସାଙ୍ଗ ସହିତ ବଉଳ ବସନ୍ତି, ପରସ୍ପରକୁ ବଉଳ ଖୁଆଇ ସବୁଦିନ ପାଇଁ ଏକ ସ୍ଵତନ୍ତ୍ର ସମ୍ପର୍କରେ ବାନ୍ଧି ହୁଅନ୍ତି।
୩-ଭୁବନେଶ୍ୱର:ନୂଆ ବର୍ଷରେ ବଣ୍ଟାଯିବ ୧୫ ଲକ୍ଷ ନୂଆ ରାସନ କାର୍ଡ,ଏଯାଏଁ ରାଜ୍ୟରେ ୬ ଲକ୍ଷ ୩୯ ହଜାର ବଣ୍ଟା ସରିଛି ।
୪-ଅସଜଡ଼ା ଅଙ୍ଗନବାଡ଼ି ଭିତ୍ତିଭୂମି, ସ୍କୁଲ ଘର ବାରଣ୍ଡା, ଭଡ଼ାଘର ତ କେଉଁଠି କମ୍ୟୁନିଟି ସେଣ୍ଟରରେ ଚାଲିଛି କେନ୍ଦ୍ର
୫-ଇନ୍ଭେଷ୍ଟର୍ସ ମିଟ୍ ଆରମ୍ଭ; ଆଜି ହାଇଦ୍ରାବାଦରେ ରୋଡ଼ ସୋ କରିବେ ମୁଖ୍ୟମନ୍ତ୍ରୀ।
୬-ଶୀତରେ ଥରୁଛି ସାରା ଓଡ଼ିଶା; ଦାମନଯୋଡିରେ ସର୍ବନିମ୍ନ ୨.୯°c ତାପମାତ୍ରା, ୧୦ ଡିଗ୍ରୀ ତଳେ ୧୦ ସହର।
୭-ଭୁବନେଶ୍ୱର:ସ୍ମାର୍ଟ ମିଟର୍ ଓ ଅତିରିକ୍ତ ଟଙ୍କା ଆଦାୟକୁ ନେଇ ତାତିଲା ବିଜେଡ଼ି, ଟାଟା ପାୱାର୍ କହିଲା ଏହା ନୂଆ ନୁହେଁ।
୮-ଲକ୍ଷ୍ମୀପୁର ଭିଜିଲାନ୍ସ ଜାଲରେ ଦଶମନ୍ତପୁର ଥାନା IIC ସୁକୁମା ହାଁସଦା,୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ।
୯-ଭୁବନେଶ୍ୱର:କମିବ କି ବିଧାୟକଙ୍କ ଦରମା, ପ୍ରସ୍ତାବ ପରେ ପୁନଃ ବିଚାର ପାଇଁ ପ୍ରକ୍ରିୟା ଆରମ୍ଭ।
୧୦-କେନ୍ଦୁଝର: କେନ୍ଦୁଝରରେ ଅତିଥି ଅଧ୍ୟାପିକାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଅଭିଯୁକ୍ତ ପୁରୁଷ ବନ୍ଧୁ ଗିରଫ।
୧୧-ଧାନ କିଣା ସମସ୍ଯା ସମାଧାନ ଦାବିରେ ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ।
୧୨-ଇଏ ଆମ ରାଜ୍ୟର ବାସ୍ତବ ଚିତ୍ର। ପାଠପଢ଼ି ମାଳମାଳ ଉଚ୍ଚଶିକ୍ଷିତ ବେକାରୀ। ହୋମଗାର୍ଡ ଚାକିରି ପାଇଁ ଶିକ୍ଷାଗତ ଯୋଗ୍ୟତା ୫ମ ପାସ୍। କିନ୍ତୁ ପରୀକ୍ଷା ଦେଲେ ଗ୍ରାଜୁଏଟ୍-ପିଜି ପିଲା।
୧୩-ଡେରାବିଶ,ନିଳକଣ୍ଠପୁର: ବିଶିଷ୍ଟ ବେହେଲା ବାଦକ, ବିଭିନ୍ନ ଅନୁଷ୍ଠାନରୁ ଉଚ୍ଚ ପ୍ରଶଂସିତ ଓ ସମ୍ମାନ ପ୍ରାପ୍ତ ଶ୍ରୀଯୁକ୍ତ ଭୀମସେନ ଖଟୁଆଙ୍କର ୭୬ ବର୍ଷ ବୟସରେ ପରଲୋକ।
୧୪-ମଣ୍ଡି ବ୍ୟବସ୍ଥାକୁ ନେଇ ସବୁଠି ଅସନ୍ତୋଷ, କେଉଁଠି ଟୋକନ ମିଳିନି ତ କେଉଁଠି ମଣ୍ଡି ଖୋଲିଥିଲେ ବି ଧାନ ଉଠୁନି।
୧୫-ବାରଙ୍ଗ:ବେଆଇନ ବାଲି ଚାଲାଣ ବେଳେ ବାରଙ୍ଗ ପୋଲିସର ଚଢ଼ାଉ, ୯ଟି ହାଇୱା ଜବତ।
୧୬-ପୁରୀ:ସ୍ୱର୍ଗଦ୍ୱାରକୁ ଘାରିଲାଣି କାଠ ଚିନ୍ତା , ଦାହ ପାଇଁ ପର୍ଯ୍ୟାପ୍ତ ହେଉନି ମହଜୁଦ କାଠ।
୧୭-ଦିଲ୍ଲୀ-NCRରେ ବାୟୁ ପ୍ରଦୂଷଣ ସ୍ଥିତି ଅସମ୍ଭାଳ। ବିଭିନ୍ନ ସ୍ଥାନରେ ପାଖାପାଖି ଜିରୋ ହୋଇଗଲା ଭିଜିବିଲିଟି। ଦେଖାଗଲାନି ରାସ୍ତାଘାଟ, ଗାଡ଼ି ଚଳାଚଳ ପ୍ରଭାବିତ।
୧୮-ବହୁ ବିରୋଧ ପରେ ଲୋକସଭାରେ ପାରିତ ହେଲା ଭିବି-ଜି ରାମ୍-ଜି ବିଲ୍।
୧୯-ଅହମଦାବାଦ:ଭାରତ ଦକ୍ଷିଣ ଆଫ୍ରିକା ପଞ୍ଚମ ଟି-ଟେଣ୍ଟି ଆଜି, ସିରିଜର ହେବ ନିର୍ଣ୍ଣାୟକ ଲଢେ଼ଇ।
୨୦-ସୁପ୍ରିମକୋର୍ଟଙ୍କ ଟିପ୍ସଣୀ:ଶେଷ ଓଭରରେ ଛକା ମାରୁଛନ୍ତି ବିଚାରପତି,ଅବସର ବେଳକୁ ଶୁଣାଉଛନ୍ତି ଘନ ଘନ ରାୟ।
୨୧-ଭୂକମ୍ପ ଝଟକାରେ ଦୋହଲିଲା ତାଇଓ୍ବାନ, ତୀବ୍ରତା ୫.୧ ରେକର୍ଡ।
୨୨-ଓମାନରେ ପ୍ରଧାନମନ୍ତ୍ରୀ ମୋଦୀ, ଗ୍ରହଣ କଲେ ସର୍ବୋଚ୍ଚ ପୁରସ୍କାର।
Comments
Post a Comment