ଖବର ଆଜିର ତାରିଖ:୧୮/୧୨/୨୫, ଗୁରୁବାର



୧-ଭୁବନେଶ୍ୱର:ରାଜ୍ୟରେ ଜାରି ରହିଛି ଶୀତ ପ୍ରଭାବ, ଘନ କୁହୁଡି ଯୋଗୁ ଅସ୍ତବ୍ୟସ୍ତ ଜନଜୀବନ।

୨-ବ୍ରହ୍ମପୁର:ରାଜ୍ୟରେ ଏଣିକି ଆଉ ଠିକା ଶିକ୍ଷକ ନିଯୁକ୍ତି ବ୍ୟବସ୍ଥା ରହିବ ନାହିଁ।ଆସନ୍ତା ୩ ବର୍ଷରେ ରାଜ୍ୟ ସରକାର ୪୫ ହଜାର ନିୟମିତ ଶିକ୍ଷକ ନିଯୁକ୍ତି କରିବେ।

୩-କଟକ:ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ କର୍ମଚାରୀଙ୍କ ଆନ୍ଦୋଳନ, ରୋଗୀସେବା ସଂପୂର୍ଣ୍ଣ ଠପ।

୪-ସମ୍ବଲପୁର ଜିଲ୍ଲାରେ ହୋମ ଗାର୍ଡ ପରୀକ୍ଷା : ୧୮୩ ପଦ ପାଇଁ ୮ହଜାର ପରୀକ୍ଷାର୍ଥୀ, ଏୟାରଷ୍ଟ୍ରିପରେ ବସି ଦେଲେ ପରୀକ୍ଷା

୫-ଭୁବନେଶ୍ୱର:ରାଜ୍ୟସ୍ତରୀୟ ପୁସ୍ତକ ମହୋତ୍ସବ ଉଦଯାପିତ, ସାଢେ଼ ୬ କୋଟିର ହେଲା ବେପାର।

୬-କଟକ: ଅବକାରୀ ଧରପଗଡ,୩୫ ଲକ୍ଷ୍ୟର ବ୍ରାଉନସୁଗାର ଜବତ।

୭-ବ୍ରହ୍ମପୁର ହେବ ଗ୍ରେଟର୍ ସିଟି, ୬ ହଜାର କୋଟିରେ ହେବ ୬ ଲେନ୍ ରାସ୍ତା : ମୁଖ୍ୟମନ୍ତ୍ରୀ

୮-ନୂଆପଡା – ନୂଆପଡାରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତାକଡ ଗଛରେ ପିଟିହେଲା କାର୍‌ ,୩ ମୃତ ୩ ଗୁରୁତର।

୯-କଟକ:୨୦ ତାରିଖ ଯାଏଁ ଘୁଞ୍ଚିଲା OSSTET ଆବେଦନ ଅବଧି।

୧୦-ପିକନିକ୍ ହେଲା କାଳ; ପୁରୀ ସମୁଦ୍ରରେ ବୁଡି ପ୍ରାଣ ହରାଇଲେ କଟକ ବକ୍ସିବଜାର ଛାତ୍ରୀ ଶିଳ୍ପଶ୍ରୀ ସାହୁ। 

୧୧-ସାଇକେଲ ଚଢି ନିଜ କାର୍ଯ୍ୟାଳୟକୁ ଆସିଲେ ଭଦ୍ରକ ଜିଲ୍ଲାପାଳ, ସମସ୍ତଙ୍କ ପାଇଁ ସାଜିଲେ ପ୍ରେରଣା।

୧୨-ବଲାଙ୍ଗିର:ବଙ୍ଗୋମୁଣ୍ଡାରେ ଲୋକଙ୍କୁ ନାକେଦମ କଲେଣି ହାତୀପଲ, ଘରୁ ନବାହାରିବାକୁ ଲୋକଙ୍କୁ ସଚେତନ କରିଛି ବନବିଭାଗ।

୧୩-କେନ୍ଦ୍ରାପଡ଼ା:ଓଡ଼ିଶାର ସୁନାମଧନ୍ୟ ପ୍ରଯୋଜକ ରବିନ୍ଦ୍ର ମୋହନ ସାହୁଙ୍କ ୮୨ ବର୍ଷ ବୟସରେ ପରଲୋକ।

୧୪-ବରଗଡ଼:ମିଳିଲା ରାଉରକେଲା ଏନଆଇଟି ଛାତ୍ରଙ୍କ ମୃତଦେହ; ଇବ ନଦୀର ପଥର ଶଯ୍ୟା କାହ୍ନାକୁଣ୍ଡରେ ଗାଧୋଉଥିବା ବେଳେ ଭାସିଯାଇଥିଲେ।

୧୫-ଭୁବନେଶ୍ୱର:ରୂପା ମୂଲ୍ୟ କିଲୋଗ୍ରାମ ପିଛା ୨ ଲକ୍ଷ ଟଙ୍କା ପାର୍‌ ,୧୮ ମାର୍ଚ୍ଚରେ ରୂପା ଦର ଥିଲା କିଲୋପ୍ରତି ୧ ଲକ୍ଷ ଟଙ୍କା।

୧୬-ଜାନୁଆରୀ ୬ରୁ ପକ୍ଷୀ ଗଣନା ଆରମ୍ଭ,ଚଳିତ ବର୍ଷ ପକ୍ଷୀ ଗଣନା କାର୍ୟ୍ୟରେ ଜଙ୍ଗଲ ଓ ପରିବେଶ ବିଭାଗ ସହ ପର୍ଯ୍ୟଟନ ବିଭାଗ ମଧ୍ୟ ସହଯୋଗ କରିବ।

୧୭-ପାଟନା:ମହିଳା କଲ୍ୟାଣ ଯୋଜନା ପଇସା ପୁରୁଷଙ୍କ ଆକାଉଣ୍ଟରେ! ଏବେ ନୀତୀଶ ସରକାରଙ୍କୁ ଘାରିଛି ଅସୁଲି ଚିନ୍ତା।

୧୮-ଲୋକସଭାରେ କଂଗ୍ରେସ ସାଂସଦଙ୍କୁ ତିନିଦିନ ଉପସ୍ଥିତ ପାଇଁ ହ୍ୱିପ୍ ଜାରି।

୧୯-୮ଟି ପ୍ରସଙ୍ଗରେ ଇଥିଓପିଆ ସହ ଭାରତର ଚୁକ୍ତିନାମା: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସର୍ବୋଚ୍ଚ ସମ୍ମାନ ପ୍ରଦାନ।

୨୦-ନୂଆ ଦିଲ୍ଲୀ:ଭାରତୀୟ ନୌସେନାକୁ ମିଳିଲା 'ବ୍ରହ୍ମାସ୍ତ୍ର'; ଏବେ ଜଳ ପଥରେ ଶତ୍ରୁକୁ ମାତ୍‌ ଦେବ।


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024