ଖବର ଆଜିର ତାରିଖ:୧୬/୧୨/୨୫, ମଙ୍ଗଳବାର


୧-ଭୁବନେଶ୍ୱର:୨୦୨୬ ପାଇଁ ସ୍କୁଲ ଛୁଟି ତାଲିକା ପ୍ରକାଶ, ରବିବାରକୁ ଛାଡ଼ି ଆଉ ରହିଛି ୮୨ ଟି ଛୁଟି ଦିବସ।

୨-ଆସନ୍ତାକାଲି ଓଟିଇଟି ପରୀକ୍ଷା, ୨୨ ହଜାର ୯୭୯ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଦେବେ ପରୀକ୍ଷା। ପରୀକ୍ଷା ସମୟ ଅପରାହ୍ନ ୨ଟାରୁ ୪.୪୦ ଯାଏଁ ରହିଛି।

୩-ଆହୁରି ୭ ଦିନ ଯାଏ ହାଡ଼ଭଙ୍ଗା ଶୀତ, ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ରହିଛି ୬ ଡିଗ୍ରୀ ସେଲସିୟସ।

୪-ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର, ଭିସା ପାଇଁ ଆଉ କୋଲକତା, ଦିଲ୍ଲୀ, ହାଇଦ୍ରାବାଦ ଯିବେ ନାହିଁ ଓଡିଶା ଲୋକେ।

୫-ସରକାରୀ ଆୟୁର୍ବେଦିକ୍ ଓ ହୋମିଓପାଥିକ୍ ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କଲେ ରାଜ୍ୟ ସରକାର।

୬-ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛି ଗଣଶିକ୍ଷା ବିଭାଗ ; ସତ ଖୋଲିଦେଲା ସିଏଜି ରିପୋର୍ଟ।ଶିକ୍ଷାବର୍ଷର ଅବଧି ସରିଗଲେ ମଧ୍ୟ ମିଳୁନି ବହି କି ପୋଷାକ।

୭-କଟକ:ମାସକରେ ୧୦ କୋଟିରୁ ଉର୍ଦ୍ଧ୍ବ ନିଶା ଦ୍ରବ୍ୟ ଜବତ, ଗିରଫ ହୋଇଛନ୍ତି ୪୦,୧୦ ଜଣଙ୍କ ବିରୋଧରେ ଲାଗିଛି NSA।

୮-ଭୁବନେଶ୍ୱର:ସଜାଗ ହୁଅନ୍ତୁ ବିଦ୍ୟୁତ୍ ଉପଭୋକ୍ତା; ଅତିରିକ୍ତ ସୁରକ୍ଷା ଜମା ନାଁରେ ଜୁଲମ କରୁଛି ଟିପିସିଓଡିଏଲ।

୯-ବଢ଼ିଲା କୃଷି ବିଦ୍ୟାନିଧି ଯୋଜନାରେ ଆବେଦନ ଅବଧି, ଶେଷ ତାରିଖ ଅଛି ଡିସେମ୍ବର ୨୦।

୧୦-ଟୋକନ ପାଇନଥିବା ଚାଷୀଙ୍କୁ ଟୋକନ ଦେବାକୁ କଡା ନିର୍ଦେଶ ଦେଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ।

୧୧-ଧଉଳି ନିକଟରେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ।୧୧ ତାରିଖରେ ପୁରୁଷ ବନ୍ଧୁଙ୍କ ସହ ଦୟାନଦୀ ପଠାକୁ ଯାଇଥିଲେ,ଦୁଇ ଗିରଫ, ଦୁଇ ଫେରାର।

୧୨-ଶୈଶବ କର୍କଟ ଚିକିତ୍ସା ସେବା ହେବ ଆହୁରି ସୁଦୃଢ଼, ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ସହିତ କ୍ୟାନକିଡ୍ସ କିଡ୍ସକ୍ୟାନର ବୁଝାମଣାପତ୍ର ସ୍ଵାକ୍ଷରିତ।

୧୩-ମୋକିମଙ୍କୁ ମହଙ୍ଗା ପଡ଼ିଲା ନେତୃତ୍ୱ ବିରୋଧରେ ଚିଠି; ଡାକିଲେନି ସୋନିଆ, ବିଦା କଲା କଂଗ୍ରେସ।

୧୪-ବ୍ରହ୍ମଗିରି:କେନାଲ ଖୋଳାକୁ ନେଇ ପ୍ରଶାସନ ଓ ଗ୍ରାମବାସୀ ମୁଁହାମୁହିଁ, ୪୦ ଜଣକୁ ଉଠାଇନେଲା ପୋଲିସ।

୧୫-ଭୁବନେଶ୍ୱର:ଏଫ୍‍ଆଇଭିବି ଫାଉଣ୍ଡେସନ୍‍ ସଦସ୍ୟ ହେଲେ ଡ଼ ଅଚ୍ୟୁତ ସାମନ୍ତ।ପ୍ରଥମ ଭାରତୀୟ ଭାବେ ଏଫ୍‍ଆଇଭିବି ଫାଉଣ୍ଡେସନ୍‍ର ସଦସ୍ୟ ହେବାର ଗୌରବ ଅର୍ଜନ କଲେ।

୧୬-ମାଲକାନଗିରିରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା, ୭ ଦିନ ଥିଲା ସେବା ବ୍ୟାହତ।

୧୭-ବେରୋଜଗାର ଯୁବକ ଯୁବତୀଙ୍କୁ କରୁଥିଲା ଟାର୍ଗେଟ, ବିହାରରୁ କୁଖ୍ୟାତ ଠକ ଗୌତମ କୁମାର ଗିରଫ।

୧୮-ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଘଟଣା : ନିନ୍ଦା କଲେ ନବୀନ ପଟ୍ଟନାୟକ, ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି।

୧୯-ଭୁବନେଶ୍ୱର:ସୁନା ଲକ୍ଷେ ୩୫ହଜାର ପାର, ରୂପା ଦର ୫ହଜାର ଟଙ୍କା ବଢ଼ିଲା।

୨୦-ଅମ୍ମାନ: ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ, ସ୍ବାଗତ କଲେ ପ୍ରଧାନମନ୍ତ୍ରୀ ଜାଫର।

୨୧-ଲଣ୍ଡନ ଓ ଜର୍ମାନ ଗସ୍ତରେ ରାହୁଲ, ସମାଲୋଚନା କଲା ବିଜେପି, ଜବାବ ଦେଲେ ପ୍ରିୟଙ୍କା।


Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)