ଖବର ଆଜିର ତାରିଖ:୧୨/୧୨/୨୫, ଶୁକ୍ରବାର

 

୧-ଆସନ୍ତା ୧୭ ତାରିଖରେ ସାରା ରାଜ୍ୟରେ ହେବ ଓଟିଇଟି ପରୀକ୍ଷା, ୪୫୨କେନ୍ଦ୍ରରେ ହେବ ପରୀକ୍ଷା।ରାଜ୍ୟର ୧ ଲକ୍ଷ ୬୦ ହଜାର ୩୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି।

୨-ଭୁବନେଶ୍ୱର:୫୯୧ ଜଣଙ୍କୁ ନିଯୁକ୍ତିପତ୍ର ଦେଲେ ମୁଖ୍ୟମନ୍ତ୍ରୀ, ଦୁର୍ନୀତିରୁ ଦୂରେଇ ରହିବାକୁ ଦେଲେ ପରାମର୍ଶ ।

୩-ହାଡ଼ଭଙ୍ଗା ଶୀତ ସାଙ୍ଗକୁ ଘନ କୁହୁଡିର ଧଳା ଚାଦର ତଳେ ଘୋଡେଇ ହୋଇଛି ଶିମିଳିପାଳ।୩ ଡିଗ୍ରୀକୁ ଖସିଲା ପାରଦ।

୪-ଭୁବନେଶ୍ୱର:ଉପକୂଳରୁ ଉପାନ୍ତ, ଉତ୍ତରରୁ ଦକ୍ଷିଣ ସବୁଠି ପ୍ରଚଣ୍ଡ ଶୀତର ରାଜୁତି । ୧୦ ଡିଗ୍ରୀ ତଳେ ରହିଛି ୧୨ ସହରର ସର୍ବନିମ୍ନ ତାପମାତ୍ରା।

୫-ବର୍ଦ୍ଧିତ ଦରମା ସହ ବିଧାୟକଙ୍କୁ ମିଳିବ ୨୦ ହଜାରର ବିଜୁଳି, ୧୫ ହଜାର ଟେଲିଫୋନ ଆଉ ବହି ଖର୍ଚ୍ଚ ବାବଦକୁ ୧୦ ହଜାର ଟଙ୍କାର ଭତ୍ତା।ଏ ସବୁ ହଜମ କରିପାରୁ ନାହାଁନ୍ତି ଜନତା।

୬-ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ସିପିଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ତା।

୭-ନୂଆପଡ଼ାର ଫଳାଫଳର ମାସକ ଭିତରେ ଶଙ୍ଖ ଭାଙ୍ଗୁଛି,ହାତ ଥରୁଛି ଓ ପଦ୍ମ ଯୋଡୁଛି।

୮-ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦ ଲୋକାର୍ପିତ, ୫ ବର୍ଷରେ ନିର୍ମାଣ ହେବ ୩ ହଜାର ନୂଆ ଚେକ୍‌ ଡ୍ୟାମ୍।

୯-କଟକ:ନିଯୁକ୍ତି ନିୟମିତ ପାଇଁ OTET ବାଧ୍ୟତାମୂଳକ ନୁହେଁ: ହାଇକୋର୍ଟ।

୧୦-ନୀତୀଶ କୁମାର ଓ ଅନ୍ୟ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା CBI, ଆହୁରି ଖୋଲିବ ପୋଲିସ SI ପରୀକ୍ଷା ସ୍କାମ ଗୁମର।

୧୧-କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ବରୁଣା ଉପ-ଡାକଘର:ପୋଷ୍ଟମାଷ୍ଟର ଖାଇଦେଲେ ଜମାକାରୀଙ୍କ ୨୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା।

୧୨-KIIT ଓ KISS ରେ ଭଲିବଲ୍ ମହାକୁମ୍ଭ, ଶନିବାର ହେବ ଆନୁଷ୍ଠାନିକ ଉଦ୍ଘାଟନ,କାର୍ଯ୍ୟକ୍ରମ ୧୪ ତାରିଖରେ ଶେଷ ହେବ ।  

୧୩-ଭଦ୍ରକ ବାଇପାସ୍:ମେଡ଼ିସିନ ଷ୍ଟୋର ଭିତରୁ ବାହାରିଲା ମଦ, ପୋଲିସ ଓ ଡ୍ରଗ ଇନ୍ସପେକ୍ଟରଙ୍କ ହେଲା ମିଳିତ ଚଢ଼ାଉ।

୧୪-ରାୟଗଡ଼ା : ପରୀକ୍ଷା ଦେଇପାରିଲେନି, ଚାଲିଗଲା ଜୀବନ । ବସ୍ -ବାଇକ ମୁହାଁମୁହିଁ ଧକ୍କା, ୨ ଛାତ୍ର ମୃତ । 

୧୫-କଳାହାଣ୍ଡି:ବାଦଲି ଗାଁରେ କଙ୍ଗାରୁ କୋର୍ଟ, ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ପିନ୍ଧାଇଲେ ଗ୍ରାମବାସୀ

୧୬-ବାରବାଟୀ ଷ୍ଟାଡିୟମର ହେବ ପୁନରୁଦ୍ଧାର; ହେବ ୫୦ ହଜାର ଦର୍ଶକ ବସିବା ଭଳି ବ୍ୟବସ୍ଥା।

୧୭-ମାଲକାନଗିରି MV-26 ଗାଁକୁ ଫେରୁଛନ୍ତି ଲୋକ, ପ୍ରଶାସନ ପକ୍ଷରୁ ଲୋକଙ୍କୁ ଦିଆଯାଉଛି ରନ୍ଧାଖାଦ୍ୟ ଓ ରିଲିଫ୍।

୧୮-ମୁଲନପୁର: ଦ୍ବିତୀୟ ଟି- ଟ୍ବେଣ୍ଟିରେ ଦକ୍ଷିଣ ଆଫ୍ରିକା ୫୧ ରନ୍ ରେ ଜିତିଲା।

୧୯-ସ୍ୱାଭାବିକ ହେଉନି ଇଣ୍ଡିଗୋ ବିମାନ ଉଡ଼ାଣ; ଆସିପାରୁନାହାନ୍ତି ପର୍ଯ୍ୟଟକ, ପ୍ରଭାବିତ ହେଉଛି ପର୍ଯ୍ୟଟନ ଶିଳ୍ପ।

୨୦-ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ।


Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)