ଖବର ଆଜିର ତାରିଖ:୧୪/୧୦/୨୫,ମଙ୍ଗଳବାର
୧-ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଆବେଦନ ଅବଧି ଅକ୍ଟୋବର ୨୪ ଯାଏଁ ବଢ଼ିଲା।
୨-ଭୁବନେଶ୍ବର:ନାମଲେଖା ପୂର୍ବରୁ ଶିକ୍ଷାନୁଷ୍ଠାନର ମାନ୍ଯତା ଯାଞ୍ଚ ଜରୁରୀ,ଛାତ୍ରଛାତ୍ରୀଙ୍କୁ ସତର୍କ କଲା UGC
୩-ଭୁବନେଶ୍ବରରେ ଗୋଟିଏ ଦିନରେ ଚାରିଟି ବଡ଼ କାଣ୍ଡ, ଦୁଇଟି ମର୍ଡର, ଗୋଟିଏ ହଷ୍ଟେଲରେ ପଶି ଆକ୍ରମଣ ଏବଂ ଛିନତାଇ।
୪-ଅପରାଧ ଓ ଦୁର୍ନୀତି ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ; ଏଣିକି ରାଜ୍ୟର ସମସ୍ତ ସରକାରୀ କୋଠା ବାହାରେ ଲାଗିବ ସିସିଟିଭି।
୫-ଅକ୍ଟୋବର ୧୬,ନିଜ ଜନ୍ମଦିନରେ ପଦଯାତ୍ରା କରିବେ ନବୀନ, କର୍ମୀଙ୍କୁ ବାଣ୍ଟିବେ ମିଠା।
୬-ଏସଆଇ ନିଯୁକ୍ତ ଦୁର୍ନୀତି ମାମଲା: ଶଙ୍କର ପୃଷ୍ଟି ଓ ମୁନା ମହାନ୍ତି ନାଁରେ ଏଲଓସି, ୧୦ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ।
୭-କୋରାପୁଟ୍:କୋରାପୁଟ ଷ୍ଟେସନରୁ ଗଞ୍ଜେଇ ଚାଲାଣ ଅଭିଯୋଗରେ B.Tech ଛାତ୍ର ଗିରଫ୍।
୮-ଭୁବନେଶ୍ବର:'ଆମ ଗୈ।ରବ,ଆମ କଲେଜ' ଯୋଜନା,୧୧ ଉଚ୍ଚଶିକ୍ଷାନୁଷ୍ଠାନ ବିକାଶ ପାଇଁ ୩.୪୫ କୋଟି ମଞ୍ଜୁର।
୯-ଡିସେମ୍ବର ୨୪ ରୁ ଆରମ୍ଭ ହେବ ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରା, କାର୍ଯ୍ୟକାରୀ ଓ ଉପଦେଷ୍ଟା କମିଟି ବୈଠକରେ ହେଲା ନିଷ୍ପତ୍ତି ।
୧୦-ଭୁବନେଶ୍ବର:ପାର୍ଟ ପ୍ଲଟ୍ ପଞିକରଣ ପାଇଁ ନୂଆ SOP,ଚାଷ ଜମି ପଞ୍ଜିକରଣବେଳେ ହେବନି କିସମ ପରିବର୍ତ୍ତନ।
୧୧-ଦେବଗଡ଼ ବନଖଣ୍ଡର ଅବସରପ୍ରାପ୍ତ ଫରେଷ୍ଟର କିଶୋର ଚନ୍ଦ୍ର ପ୍ରଧାନ ଗିରଫ,ଘରୁ ମିଳିଲା ହରିଣ ଛାଲ ଓ ମୟୂର ପୁଚ୍ଛ।
୧୨-ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ତାରିଣୀ ମନ୍ଦିରରୁ ୩୦ ଲକ୍ଷର ସୁନାଗହଣା ଲୁଟ।
୧୩-ପ୍ରଥମ ଥର ପାଇଁ ବିଏମସି ପକ୍ଷରୁ କରାଯାଇଛି ବୁଲା କୁକୁର ଗଣନା।ଭୁବନେଶ୍ଵରରେ ଅଛନ୍ତି ୪୭ ହଜାର ୧୨୬ ବୁଲା କୁକୁର।
୧୪-ବିହାର ନିର୍ବାଚନ: ଜନ ସୁରାଜର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି, ପ୍ରଶାନ୍ତଙ୍କ ସସପେନ୍ସ ଜାରି।
୧୫-ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପିକୁ ଟାର୍ଗେଟ ନବୀନଙ୍କ ଟାର୍ଗେଟ, କହିଲେ- ଘଟଣା ଘଟିବା ପରେ କ୍ରିୟାଶୀଳ ହେଉଛି ପୋଲିସ
୧୬-ନୁଆଦିଲ୍ଲୀ:୨-୦ରେ ଶୃଙ୍ଖଳା ବିଜୟ ଠାରୁ ୫୮ ରନ୍ ଦୂରରେ ଭାରତ,କୂଲଦୀପ୍,ବୁମରାଙ୍କୁ ୩ଓ୍ବିକେଟ୍।
୧୭-ବିଶାଖାପାଟଣା:ମହିଳା ଦିନିକିଆ ବିଶ୍ବକପ୍;ବାଲାଂଦେଶକୁ ହରାଇଲା ଦକ୍ଷିଣ ଆଫ୍ରିକା।
୧୮-ଧନତେରାସ ପୂର୍ବରୁ ଗ୍ରାହକଙ୍କ ପକେଟକୁ ମାଡ; ସର୍ବୋଚ୍ଚ ରେକର୍ଡ ଭାଙ୍ଗିଲା ସୁନା ଦର, ସପ୍ତାହରେ ବଢ଼ିଲା ୬୧୨୦ ଟଙ୍କା।
୧୯-ଅର୍ଥନୀତି ବିଜ୍ଞାନରେ ଏହି ୩ ବିଶିଷ୍ଟ ଅର୍ଥନୀତିଜ୍ଞଙ୍କୁ ମିଳିବ ନୋବେଲ ପୁରସ୍କାର:ସେମାନେ ହେଲେ ଜୋଏଲ ମୋକିର, ଫିଲିପ ଆଘିଅନ ଏବଂ ପିଟର ହାଓ୍ବିଟ।
୨୦-ଜେରୁଜେଲମ୍:ମଧ୍ଯପ୍ରାଚ୍ଯରେ ଶାନ୍ତି ଫେରିଲା,ଟ୍ରମ୍ପକୁ ଇସ୍ରାଏଲର ସର୍ବୋଚ୍ଚ ସମ୍ମାନ,ଶାନ୍ତି ଚୁକ୍ତି ସ୍ବାକ୍ଷରିତ।
Comments
Post a Comment