ଖବର ଆଜିର ତାରିଖ:୧୦/୧୦/୨୫,ଶୁକ୍ରବାର
୧-ଚନ୍ଦ୍ରଗ୍ରହଣ, ରାକ୍ଷୀ ଓ କୁମାର ପୂର୍ଣ୍ଣିମା ପରେ ଏବେ ୨୧ରେ ଦୀପାବଳି ପାଳନ ନେଇ ବି ଭିନ୍ନ ମତ,ଏଥିପାଇଁ ପାଞ୍ଜିକୁ ଲୋକେ ବିଶ୍ବାସ କରିପାରୁ ନାହାନ୍ତି ।
୨-ଆଜି ବିଶ୍ବ ମାନସିକ ସ୍ବାସ୍ଥ୍ଯ ଦିବସ,ମାନସିକ ଚାପରେ ରହୁଛନ୍ତି ପ୍ରତି ଶହେରୁ ୨୫ ଜଣ।
୩-ଉପର ପଡ଼ିଆରେ ହେବ କଟକ ଐତିହାସକ ବାଲିଯାତ୍ରା, ସ୍ଥାନ ପରିବର୍ତ୍ତନ ପ୍ରସଙ୍ଗରେ ହସ୍ତକ୍ଷେପ କଲେନାହିଁ ହାଇକୋର୍ଟ।
୪-ଭୁବନେଶ୍ବର:ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ୧୨ ଯାଏଁ ପ୍ରବଳ ବର୍ଷା ସମ୍ଭାବନା।
୫-୨୦ରେ କାଳୀପୂଜା ଓ ୨୪ରେ ଭସାଣୀ-କଟକ ମହାନଗର ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି।
୬-ବ୍ରହ୍ମପୁର:ସାଇବର ଠକେଇ,ଘରେ ବସି ଚାକିରି ଲୋଭ,୧୭ ଲକ୍ଷ ହରାଇଲେ ଯୁବକ।
୭-ଭୁବନେଶ୍ବର:ପୋଲିସ ଏସ ଆଇ ଚାକିରି ଦୁର୍ନିତି, ବଣିକ କୋଚିଂ ସେଣ୍ଟରରେ କ୍ରାଇମବ୍ରାଞ୍ଚର ରେଡ।
୮-୭୨ ଘଣ୍ଟା ପରେ ବି ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ପୋଲିସ ହାତ ଖାଲି, ଅଭିଯୁକ୍ତଙ୍କୁ ଧରିବାକୁ ଆନ୍ଧ୍ରକୁ ଗଲା ୬ ଜଣିଆ ଟିମ୍
୯-୧୯ ଓପିଏସ ଅଧିକାରୀଙ୍କ ହେଲା ବଦଳି, ବ୍ରହ୍ମପୁର ଅତିରିକ୍ତ ଏସପି ହେଲେ ଆଲୋକ କୁମାର ଜେନା।
୧୦-ଟାଇମ୍ସ ହାଇଅର ଏଜୁକେସନ୍ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ ପ୍ରକାଶ, ବିଶ୍ୱର ୨୧୯୧ ବିଶ୍ୱବିଦ୍ୟାଳୟ ମଧ୍ୟରେ କିଟ୍ ୫୦୧।
୧୧-ଭୁବନେଶ୍ବରରେ ବେଙ୍ଗାଲୁରୁରୁ ଗୌହାଟି ଯାଉଥିବା ବିମାନର ଜରୁରୀ ଅବତରଣ: ଜଣେ ଯାତ୍ରୀଙ୍କ ସ୍ବାସ୍ଥ୍ୟ ବିଗିଡ଼ିବାରୁ କଲା ଲ୍ୟାଣ୍ଡ।
୧୨-ଭୁବନେଶ୍ବର:ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଲେ କୋର୍ଟ, ୩୭ ଦିନରେ ଆସିଲା ରାୟ।
୧୩-ନୂଆପଡ଼ା ଉପନିର୍ବାଚନ : ଗଣମାଧ୍ୟମରେ ମନଇଚ୍ଛା ବିଜ୍ଞାପନ ଛାପି ପାରିବେନି ରାଜନୈତିକ ଦଳ ଓ ପ୍ରାର୍ଥୀ।
୧୪-ବ୍ରିଟେନ୍ ଓ ଭାରତ ମଧ୍ୟରେ ବଡ଼ ଡିଲ୍: ଭାରତରେ ଖୋଲିବ ବ୍ରିଟେନର ୯ଟି ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍।
୧୫-ନିର୍ବାଚନରେ ହୋଇପାରିବନି ଏଆଇର ଅପବ୍ୟବହାର: ବିହାର ନିର୍ବାଚନ ପୂର୍ବରୁ ସବୁ ଦଳକୁ କଡ଼ା ଚେତାବନୀ ଦେଲେ ନିର୍ବାଚନ କମିସନ।
୧୬-ମମତା ସରକାରଙ୍କୁ ୨୪ ଘଣ୍ଟିଆ ମହଲତ: ଆଇନ ଶୃଙ୍ଖଳା ସୁଧାର, ନଚେତ୍ ହେବ ସାମ୍ବିଧାନିକ କାର୍ଯ୍ୟାନୁଷ୍ଠାନ।
୧୭-ତେଜସ୍ୱୀ ଯାଦବଙ୍କ ବଡ ଘୋଷଣା- ପ୍ରତ୍ୟେକ ଘରକୁ ଦେବେ ଗୋଟିଏ ଲେଖାଏଁ ସରକାରୀ ଚାକିରି
୧୮-ବିଶାଖାପାଟଣା:ମହିଳା ବିଶ୍ବକପ୍;ଭାରତ ହାତରୁ ମ୍ଯାଚ୍ ଛଡାଇ ନେଲେ ଡି କ୍ଲର୍କ।
୧୯-ବିହାର ନିର୍ବାଚନ: ୫୧ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ଜନ ସୁରାଜ, ତେଜସ୍ୱୀଙ୍କ ଆସନରୁ ଲଢ଼ିପାରନ୍ତି ପ୍ରଶାନ୍ତ କିଶୋର।
୨୦-ଷ୍ଟକହୋମ୍:ସାହିତ୍ୟରେ ହଙ୍ଗେରୀର ଲାଜଲୋ କ୍ରାଜୋନାହୋରକାଇ ପାଇବେ ନୋବେଲ ପୁରସ୍କାର।
୨୧-ତେଲଆଲିଭ୍:ଇସ୍ରାଏଲ-ହମାସ ଅସ୍ତ୍ର ବିରତି,ଟ୍ରମ୍ପକୁ ଅଭିନନ୍ଦନ ଜଣାଇଲେ ମୋଦୀ।
Comments
Post a Comment