ଖବର ଆଜିର ତାରିଖ:୨୨/୦୧/୨୫, ବୁଧବାର



୧-ନୂତନ ଶିକ୍ଷାନୀତି ସଂକ୍ରାନ୍ତ ୩ ଦିନିଆ ଜାତୀୟ କର୍ମଶାଳା ଉଦଘାଟିତ, ସୁଦୃଢ ହେବ ପ୍ରାଥମିକ ଶିକ୍ଷା: ମୁଖ୍ୟମନ୍ତ୍ରୀ 

୨-ଫେବ୍ରୁୟାରୀ ୧୩ରୁ ଆରମ୍ଭ ହେବ ବିଧାନ ସଭା ଅଧିବେଶନ, ଏପ୍ରିଲ ୫ ଯାଏ ଚାଲିବ ଅଧିବେଶନ।

୩-ନବଦାସଙ୍କ ମୃତ୍ୟୁ ସମୟ ନେଇ ଦ୍ଵନ୍ଦ: କ୍ରାଇମବ୍ରାଞ୍ଚ ଓ ଶବ ବ୍ୟବଚ୍ଛେଦ ରିପୋର୍ଟରେ ତଥ୍ୟ ଅମେଳ।

୪-ଫେବୃଆରୀ ୨୧ରୁ ମାଟ୍ରିକ ପରୀକ୍ଷା: ନମୁନା ପ୍ରଶ୍ନପତ୍ର 'ପରୀକ୍ଷା ଦର୍ପଣ' ଉନ୍ମୋଚିତ।

୫-ଭୁବନେଶ୍ୱର:ଧାନକିଣା ପ୍ରକ୍ରିୟାରେ ୪୫୨ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସାମିଲ।

୬-ସାବାଡ଼ ହେବେ ରଂଗୀଲା, ବିକଟାଳ ଶବ୍ଦ ସୃଷ୍ଟିକାରୀ ସାଇଲେନ୍ସର ବ୍ୟବହାର କଲେ ହେବ କାର୍ଯ୍ୟାନୁଷ୍ଠାନ।

୭-କଟକରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଯୋଗଦେବେ ମୁଖ୍ୟମନ୍ତ୍ରୀ, ସାମିଲ ହେବ ୧୦ ପ୍ରଜ୍ଞାପନ ମେଢ଼।

୮-ବଡ଼ମ୍ବା: ପଲ୍ଲୀରୁ ଦିଲ୍ଲୀ ଯିବେ ଏକମାତ୍ର ଓଡ଼ିଆ ଚାଷୀ, ଚାଷୀଙ୍କ ଚାଟଶାଳୀର ଗୁରୁ କୃଷକସାଥୀ ଚୈତନ୍ୟ ମୁଦୁଲି।

୯-ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି; ବଢ଼ାଇଲେ ଶସ୍ୟ ପରିବହନ ଖର୍ଚ୍ଚ, ନବଗଠିତ ପ୍ୟାକ୍ସ ଓ ଲ୍ୟାମ୍ପ୍ସଙ୍କୁ ମିଳିବ ୫ ଲକ୍ଷ ଟଙ୍କା ଲେଖାଏଁ ମୂଳଧନ।

୧୦-ବାଗ୍‌ଚୀ କରୁଣାଶ୍ରୟରେ ଉଦଘାଟିତ ହୋଇଛି ପାଲିଏଟିଭ କେୟାର ସେଣ୍ଟର, କ୍ୟାନ୍ସରରେ ଆକ୍ରାନ୍ତ ବୟସ୍କ ରୋଗୀଙ୍କୁ ମିଳିବ ମାଗଣା ସେବା।

୧୧-ଅପରାଧ ରୋକିବା ପାଇଁ କମିଶନରେଟ୍ ପୋଲିସର ବଡ଼ ଆକ୍ସନ ପ୍ଲାନ, IICଙ୍କ ପାଇଁ ମାର୍ଗଦର୍ଶିକା ଜାରି।

୧୨-ଓଡିଶା ବାହାରେ ଥିବା ମହିଳାଙ୍କୁ ମଧ୍ୟ ମିଳିବ ସୁଭଦ୍ରା ଟଙ୍କା, ରାଜ୍ୟ ବାହାରେ ଯେଉଁ ମହିଳା ରହୁଛନ୍ତି, ସେମାନେ ଆବେଦନ କଲେ ସେମାନଙ୍କୁ ମଧ୍ୟ ଟଙ୍କା ମିଳିବ।

୧୩-ବରଗଡ଼:ଧନୁଯାତ୍ରା ଦେଖିବାକୁ ଆସିଥିବା ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା, ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ।

୧୪-କଟକରେ ୩ ଦିନ ଧରି ପାଳନ ହେବ ପରାକ୍ରମ ଦିବସ, ପ୍ରସ୍ତୁତିର ସମୀକ୍ଷା କଲେ କେନ୍ଦ୍ର ସଂସ୍କୃତି ବିଭାଗର ଅଧିକାରୀ।

୧୫-ମଧ୍ୟାହ୍ନ ଭୋଜନ ପାଚକ, ପାଚିକାଙ୍କ ଦରମା ବଢିଲା । ଏଣିକି ମାସକୁ ମିଳିବ ୩୦୦୦। ଉପକୃତ ହେବେ ୧.୧୨ ଲକ୍ଷ ପାଚକ,ପାଚିକା।

୧୬-ହଂସପାଳ ଫ୍ଲାଏ ଓଭର ବ୍ରିଜକୁ ଉଦଘାଟନ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ।

୧୭-କଣାସରେ ଅଣାୟତ୍ତ ଝାଡ଼ାବାନ୍ତି । ବ୍ୟାକ୍ଟେରିଆ ପାଇଁ ବାହାଘର ଭୋଜି ବି ବନ୍ଦ।

୧୮-ରାୟଗଡା:ଟ୍ରେନ୍ ଉପରେ ଚଢ଼ି ୨୫ ହଜାର କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜିଅନ୍ତା ଜଳିଗଲେ ବ୍ଯକ୍ତି।

୧୯-ଓଡ଼ିଶା- ଛତିଶଗଡ଼ ସୀମାରେ ଏନକାଉଣ୍ଟର: ୨ ମହିଳାଙ୍କ ସମେତ ୧୬ ମାଓବାଦୀ ନିହତ।

୨୦-ଭାରତୀୟ ରେଳବାଇରେ ପୂରଣ ହେବ ୩୨ ହଜାରରୁ ଅଧିକ ଗ୍ରୁପ୍ D ପଦବୀ।ଦଶମ ପାଶ୍ କରିଥିବା ପ୍ରାର୍ଥୀ ମଧ୍ୟ ଏହାର ସୁଯୋଗ ନେବେ।

୨୧-ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜିଠୁ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ।

୨୨-ଦିଲ୍ଲୀ ପାଇଁ ବିଜେପିର ଦ୍ବିତୀୟ ସଙ୍କଳ୍ପ ପତ୍ର ଜାରି:ଗରିବ ଛାତ୍ରଙ୍କୁ ସ୍ନାତକ ଡ଼ିଗ୍ରୀ ପର୍ଯ୍ୟନ୍ତ ମାଗଣା ଶିକ୍ଷା।


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024