ଖବର ଆଜିର, ୨୩ ଡିସେମ୍ବର, ସୋମବାର


ରାଜ୍ୟରେ ବଢିବ ଶୀତ, ଜାରି ରହିବ କୋହଲା ପାଗ। ବଙ୍ଗୋପସାଗରରେ ଲଘୁଚାପ ନେଇ କାଲିଠାରୁ ପୁଣି ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। 

ନୂଆବର୍ଷରୁ ପୁରୀ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା ହେବ

ଅଦିନିଆ ବର୍ଷାପରେ କ୍ଷେତ ଓ ଖଳାରେ ବର୍ଷାପାଣିରେ ଭିଜା ଧାନକୁ ସଜାଡୁଛନ୍ତି ଚାଷୀ

ଆସନ୍ତା ୨୬ ତାରିଖରେ ୪୮୮ ବର୍ଗ ଅଧ୍ୟାପକ ଓ କର୍ମଚାରୀଙ୍କ ଧର୍ମଘଟ, ନିଯୁକ୍ତି ଦିନକୁ ଭିତ୍ତି କରି ଚାକିରି ସର୍ତ୍ତାବଳୀ ପ୍ରଦାନ ଦାବି।

ଗଞ୍ଜାମ ଜିଲ୍ଲାରେ ଆସନ୍ତା ୨୩ ପରିବର୍ତ୍ତେ ଜାନୁଆରୀ ୩ରେ ଖୋଳିବ ଧାନ ମଣ୍ଡି।

ବିଭିନ୍ନ ଧାନ ମଣ୍ଡିରେ ଧାନ ଉଠୁନଥିବାରୁ ହନ୍ତସନ୍ତ ଚାଷୀ। ଉପରେ ପାଲ, ତଳେ ବହୁଛି ପାଣି

ଗଂଜାମ ଚିକିଟି ବିଷାକ୍ତ ମଦମୃତ୍ୟୁ ମାମଲାର ଦୁଇମାସିଆ ନୋଟିସ ସମୟ ସରିଗଲାଣି, ତଦନ୍ତ ଆରମ୍ଭ ହୋଇନି

ଭୁବନେଶ୍ୱର ଭରତପୁର ଥାନା ବିବାଦ ମାମଲାରେ ମେଜରଙ୍କ ବାନ୍ଧବୀଙ୍କୁ ୫ ଘଣ୍ଟା ଜେରା କଲେ ତଦନ୍ତ କମିଶନ।

କେନ୍ଦ୍ରାପଡ଼ା ଜିଲ୍ଲା ଆଳିରେ ଡକାୟତି ଘଟଣାରେ ୭ ଗ୍ୟାଙ୍ଗ ଗିରଫ।

ରାଉରକେଲା ସେକ୍ଟର ୩ ପାଖରେ ମାରାଥନ୍ ଚାଲିଥିବାବେଳେ ରେଲୱେ କର୍ମଚାରୀ ସଲିଲ ସାହୁଙ୍କୁ ଗୁଳିମାଡ।

ନବରଙ୍ଗପୁର ଜିଲ୍ଲା ତୁରୁଡ଼ି ପଞ୍ଚାୟତର ନିର୍ବାହୀ ଅଧିକାରୀ କୋଟିଏ ୩୦ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗରେ ଗିରଫ

ଭୁବନେଶ୍ବର-ମଧ୍ୟ ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତି ଆଉ ନାହାନ୍ତି 

ବାଲେଶ୍ବର ଜିଲ୍ଲା ସିଂଲା ଅଞ୍ଚଳରେ ଦୋକାନରୁ ଚୋରି କଲେ ବୋଲି ୪ ଚୋରଙ୍କୁ ନିସ୍ତୁକ ମାଡ଼, ଜଣେ ମୃତ, ତିନି ଗୁରୁତର

ଫୁଲବାଣୀରେ ରେଲୱେ ପୁଲିସ ଫୋର୍ସ ର ମନୋଜ ତ୍ରିପାଠୀ ବାଇକ ଦୁର୍ଘଟଣାରେ ମୃତ।

ଭଦ୍ରକ ବଢେଇପଦାର ଶହୀଦ ମେମୋରିଆଲ କଲେଜ ଅଧ୍ୟକ୍ଷ ଗୁଣିଗାରେଡି କରୁଛନ୍ତି ବୋଲି କର୍ମଚାରୀଙ୍କ ମେଳି

ସୁନ୍ଦରଗଡ ଜିଲ୍ଲା ଜକେଇକଲା ଗାଁରେ ଯୁବକଙ୍କୁ କଚାଡି ମାରିଲା ହାତୀ, ମେଡିକାଲରେ ଉତ୍ତେଜନା, ବନ କର୍ମଚାରୀଙ୍କୁ ମାଡ

ବାଲେଶ୍ଵର ନୀଳଗିରିରେ ମହିଳା ସୁରକ୍ଷା କର୍ମୀଙ୍କୁ ମିଛ ବିବାହ ପ୍ରତିଶ୍ରୁତି ଦେଇଥିଲେ ବୋଲି ତହସିଲ କର୍ମଚାରୀ ଗିରଫ

ପୁରୀ ଜିଲ୍ଲା ପିପିଲି ବାଇପାସ୍ ନିକଟରୁ ୩୭୮ ଗ୍ରାମ ବ୍ରାଉନ ସୁଗାର ଜବତ, ୨ ଅଭିଯୁକ୍ତ ଗିରଫ

କେନ୍ଦ୍ରାପଡା ରାଜନଗର ରେ ୨୮ଜଣ ପର୍ଯ୍ୟଟକ ଦୁଇଘଣ୍ଟାରୁ ଉର୍ଦ୍ଧ୍ବ ନଦୀରେ ଫସିଲେ, ଉଦ୍ଧାର କଲା ବୋଟ୍ ଆମ୍ବୁଲାନ୍ସ ଓ ବନବିଭାଗ ବୋଟ୍

ପୁରୀ ଜିଲ୍ଲା ନିମାପଡ଼ା-ଗୋପ ରାସ୍ତାରେ ସିରିଜ ଦୁଘଟଣା, କାର୍‌ ସହ ବୁଲେଟ୍‌ ବାଇକ୍ ଧକ୍କା, ୫ ଗୁରୁତର

ଦ୍ବିତୀୟ ଜୟନ୍ତ ମହାପାତ୍ର ଜାତୀୟ ପୁରସ୍କାର ପାଇଁବେ ବିନିତା ଅଗ୍ରୱାଲ

ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଜାଭେଦ ମୁନ୍ସିକୁ ଗିରଫ କଲେ ଜମ୍ମୁ-କଶ୍ମୀର ପୁଲିସ

ଆସାମରେ ବାଲ୍ୟ ବିବାହ ବିରୋଧୀ ତୃତୀୟ ପର୍ଯ୍ୟାୟ ପଦକ୍ଷେପ, ୩୩୫ ମାମଲାରେ ୪୧୬ ଗିରଫ

୧୯ ବର୍ଷରୁ କମ୍ ଏସିଆ କପ ଚମ୍ପିଆନ ହେଲା ଭାରତୀୟ ମହିଳା କ୍ରିକେଟ ଦଳ, ଫାଇନାଲରେ ବାଂଲାଦେଶକୁ ୪୧ ରନରେ ହରାଇଲା

ଦେଶବ୍ୟାପୀ ବେଆଇନ ବାଂଲାଦେଶୀ ଚିହ୍ନଟ ଅଭିଯାନ, ଦିଲ୍ଲୀରେ ଚିହ୍ନଟ ହେଲେ ୧୭୫। ଓଡ଼ିଶାରେ ଏପର୍ଯ୍ୟନ୍ତ ହୋଇନି

ଅଲୁଅର୍ଜୁନଙ୍କ ବିରୋଧରେ ଅଭିଯୋଗ। ଦଳାଚକଟା ହେଲେ ସିନେମା ହିଟ ହେବ ବୋଲି ମନ୍ତବ୍ୟ ଦେଇଥିଲେ

ଅନ୍ତରୀକ୍ଷ ଷ୍ଟେସନ ସ୍ଥାପନ ପାଇଁ ପ୍ରଥମ ପଦକ୍ଷେପ, ପରୀକ୍ଷାମୂଳକ ଇନ୍-ସ୍ପେସ୍ ଡକିଂ କରିବ ଇସ୍ରୋ।

ବ୍ରାଜିଲରେ ଭୟଙ୍କର ସଡକ ଦୁର୍ଘଟଣା, ଭାରସାମ୍ୟ ହରାଇ ଟ୍ରକକୁ ଧକ୍କା ଦେଲା ବସ୍, ୩୮ ମୃତ

ବାଂଲାଦେଶର ଅଭିଯୋଗ, ଆମ ଦେଶର ଲୋକଙ୍କୁ ଗାୟବ କରିଛି ଭାରତ। କମିଶନ ଗଠିତ
=======================
ଆଜି ଜାତୀୟ କୃଷକ ଦିବସ

ଆଜି ଜନ୍ମଦିନ: ଚରଣ ସିଂ, ନରସିଂହ ମିଶ୍ର

ଆଜି ତିରୋଧାନ: ସ୍ୱାମୀ ଶ୍ରଦ୍ଧାନନ୍ଦ

ଇତିହାସରେ ଆଜି: (୧୪୬୫) ମୋଗଲ ସୈନ୍ୟ ଦ୍ୱାରା ବିଜୟନଗର ରାଜା ବିରୁପାକ୍ଷ ପରାଜିତ/ (୧୯୨୧) ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ଉଦଘାଟିତ/ (୧୯୨୨) ବିବିସି ଦ୍ୱାରା ଦୈନିକ ଖବର ପ୍ରସାରଣ ଆରମ୍ଭ/ (୧୯୫୪) ବୋଷ୍ଟନରେ ପ୍ରଥମ କିଡନୀ ପ୍ର୍ରତିରୋପଣ/ (୧୯୬୮) ଭାରତର ପ୍ରଥମ ପାଣିପାଗ ରକେଟ ପଠାଗଲା/ (୨୦୦୦) କଲିକତାର ନୂଆ ନାମ କୋଲକାତା ହେଲା/ (୨୦୦୮) ବିଶ୍ଵବ୍ୟାଙ୍କ ଦ୍ୱାରା ସତ୍ୟମ କମ୍ପାନୀ କଳା ତାଲିକାଭୁକ୍ତ

For more updates Join our WhatsApp Channel 

 ➖➖➖➖➖➖➖➖➖➖➖➖
=======================
*ବନ୍ଦେ ଉତ୍କଳ ଜନନୀ*

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)