ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର
୧-ଆସନ୍ତା ୨୮ରେ OTET ସହ OSSSC ପରୀକ୍ଷା,ଉଭୟ ପରୀକ୍ଷା ପାଇଁ ଆବେଦନ କରିଥିବା ଅନେକ ଆଶାୟୀ ପରୀକ୍ଷା ସୂଚୀ ପରିବର୍ତ୍ତନ କରିବାକୁ ଦାବି କରୁଛନ୍ତି। ୨-ସକ୍ରିୟ ହେଲା ମୌସୁମୀ, ଜୁନ୍ ମାସରେ ୪୬ ପ୍ରତିଶତ ବର୍ଷା କମ୍,ଖରିଫ ଚାଷ ଉପରେ ଏହାର ପ୍ରଭାବ ପଡ଼ିସାରିଛି। ୩-ରାଜ୍ୟସଭା କ୍ରସ୍ ଭୋଟିଂ: ବିଜେଡ଼ିର ଅଯୋଗ୍ୟତା ଆବେଦନ ଖାରଜ।କଂଗ୍ରେସର ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ଆବେଦନ ବି ଖାରଜ। ୪-ଭୁବନେଶ୍ୱର:ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା, OAS ଭୀମସେନ ଟୁଡୁଙ୍କୁ ରିମାଣ୍ଡରେ ନେଲା ପୋଲିସ। ୫-ନୟାଗଡ଼:ଯୌନ ନିର୍ଯାତନା ଅଭିଯୋଗରେ ଥାନା ଅଧିକାରୀ ସୁଜିତ ଦାସ ନିଲମ୍ବିତ। ୬-ଭୁବନେଶ୍ୱର:କମିଟି ସୁପାରିସରେ ହେବ ଇଞ୍ଜିନିୟରଙ୍କ ବଦଳି; ଗୃହ ଜିଲ୍ଲାକୁ ହୋଇ ପାରିବେନି ପୋଷ୍ଟିଂ। ୭-ଉମରକୋଟ:ରସିକିଆ ଡାକ୍ତର ଅବିନାଶ ମହାନ୍ତି ଗିରଫ,ଭିଡିଓ ପ୍ରଘଟ ଧମକ; ମହିଳାଙ୍କ ଠାରୁ ସୁନା ଅଳଙ୍କାର ଓ ଟଙ୍କା ଠକେଇ ଅଭିଯୋଗ। ୮-ଭୁବନେଶ୍ୱର:ଫ୍ଲାଟ ମାଲିକ ଓ ଭଡ଼ାଟିଆଙ୍କ ପାଇଁ ବଡ଼ ଆଶ୍ୱସ୍ତି; ଏଣିକି ଘର କିଣିବା, ବିକ୍ରି ଓ ଭଡ଼ା ପ୍ରକ୍ରିୟା ହେବ ସହଜ; ଆସିଲା ସରକାରଙ୍କ ନୂଆ ନିୟମ। ୯-ଇଞ୍ଜିନିଅରିଂ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ପରିବହନ ମନ୍ତ୍ରୀଙ୍କ ପ୍ରତିକ୍ରିୟା; “ମୋ ପୁତୁରା ନାଁ ଆସୁଥିଲା, ପୋଲିସ ତାକୁ ଗିରଫ କରିଛି” ୧୦-ଜୁନ୍ ୨୯ରୁ ବନ୍ଦ ହେବ ଶିମିଳିପାଳ; ଖୋଲା ରହିବ ତାଳବନ୍ଧ ଓ ଜାମୁଆଣି ଇକୋଟୁରିଜ...
Comments
Post a Comment