ଖବର ଆଜିର ତାରିଖ:୦୮/୦୭/୨୫, ମଙ୍ଗଳବାର



୧-ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା। କଟ୍ ଅଫ୍ ମାର୍କରେ ରେଭେନ୍ସା ଆଗରେ ରହିଛି। କଳାରେ ୮୧.୩୩ ପ୍ରତିଶତ, ବିଜ୍ଞାନରେ ୯୧.୮୩ ପ୍ରତିଶତ କଟ୍ ଅଫ୍ ମାର୍କ ରହିଛି।

୨-ପୁରୀ: ରଥ ଉପରେ ଭାଙ୍ଗିଲା ଅଧର ହାଣ୍ଡି, ତୃପ୍ତ ହେଲେ ପାର୍ଶ୍ୱ ଦେବାଦେବୀ ଓ ଅନ୍ୟାନ୍ୟ ଚଣ୍ଡୀ ଚାମୁଣ୍ଡା।

୩-ଭୁବନେଶ୍ବର: ୬ ଦଫା ଦାବିରେ ଆଜିଠୁ ରାଜ୍ୟବ୍ୟାପୀ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ, ଅଖ ଚକ ସବୁ ହେବ ଜାମ୍।

୪-ସମ୍ପୂର୍ଣ୍ଣ ହେଲା ରତ୍ନ ଭଣ୍ଡାର ମରାମତି କାମ, ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

୫-ଭୁବନେଶ୍ୱର:ସଡ଼କ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କଲେ ମିଳିବ ୨୫ ହଜାର ଟଙ୍କା, ତାଙ୍କୁ ରାହା ବୀର ନାମରେ ସମ୍ବୋଧନ କରାଯିବ।

୬-ନିର୍ବିବାଦୀୟ ଭାବରେ ମନମୋହନ ସାମଲ ପରବର୍ତ୍ତୀ ରାଜ୍ୟ ବିଜେପି ସଭାପତି ଭାଗେ ନିର୍ବାଚିତ ହୋଇଛନ୍ତି। 

୭-ଭୁବନେଶ୍ୱର:୫ ବର୍ଷରେ ଦେଢ଼ ଲକ୍ଷ ପଦ ପୂରଣ ଚିନ୍ତା,ସବୁ ବିଭାଗକୁ ତଥ୍ୟ ମାଗିଲେ ସରକାର।

୮-ଡାକ୍ତରଖାନାରୁ ଡିସଚାର୍ଜ ହେଲେ ନବୀନ,କିନ୍ତୁ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଏବେ ଆଉ କିଛିଦିନ ମୁମ୍ବଇରେ ରହିବେ। ସେଠାରେ ତାଙ୍କର ଫିଜିଓଥେରାପି ଚିକିତ୍ସା ଚାଲିବ।

୯-ଅକ୍ଟୋବରରୁ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ।

୧୦-ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ: ମତ୍ସ୍ୟ ସେବାରେ ୨୧୭,ଉଦ୍ଯାନ କୃଷି ସେବାରେ ୬୭ ନୂଆପଦ ସୃଷ୍ଟି।

୧୧-ଶ୍ରୀଲିଙ୍ଗରାଜ ମନ୍ଦିରର ଶ୍ରାବଣୀ ପ୍ରସ୍ତୁତି:ଭୋର ୩ଟାରେ ମନ୍ଦିର ପହଡ଼ ଖୋଲିବ,୪ଟି ସୋମବାର ଜଳଲାଗି ହେବ।

୧୨-ଯାଜପୁର:ବୈତରଣୀରେ ବୃଦ୍ଧି ପାଉଛି ଜଳସ୍ତର; ଜିଲ୍ଲାପାଳ କହିଲେ- ନାହିଁ ବନ୍ୟା ପରିସ୍ଥିତି, ତଥାପି ପ୍ରସ୍ତୁତ ପ୍ରଶାସନ।

୧୩-ନନ୍ଦନକାନନରେ ପୁଣି ଜନ୍ମ ନେଲେ ୧୧ ହଳଦିଆ ଆନାକୋଣ୍ଡା, ୨୫ରେ ପହଁଚିଲା ସଂଖ୍ୟା।

୧୪-ବାଲିଗୁଡ଼ା:ଏକ କାଳୀନ ତିନୋଟି ପୁତ୍ର ସନ୍ତାନ ଜନ୍ମଦେଇ ଚର୍ଚ୍ଚାରେ କଂସ ମାଝୀଙ୍କ ସ୍ତ୍ରୀ ରଂଜିତା ମାଝୀ।

୧୫-ନବରଙ୍ଗପୁରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା; ଉପାନ୍ତ ଅଞ୍ଚଳରେ ପହଞ୍ଚିଲେ ବଡ଼ ଡାକ୍ତରଖାନାର ବିଶେଷଜ୍ଞ ଡାକ୍ତର

୧୬-ଗାଁ ଗାଁରେ ଉଠିଲାଣି ହାତ; କମବ୍ୟାକ୍ ପାଇଁ କମର କସିଲାଣି କଂଗ୍ରେସ, ଡବଲ ଇଞ୍ଜିନ ସରକାର ବିରୋଧରେ ରଣହୁଙ୍କାର।

୧୭-ଫୁଲବାଣୀ:ବଡ ସଫଳତା ; ଆତ୍ମସମର୍ପଣ କଲେ ଦୁଇ ମହିଳା କ୍ୟାଡରଙ୍କ ସମେତ ତିନି ଜଣ ହାର୍ଡକୋର ମାଓବାଦୀ।

୧୮-ଭୁବନେଶ୍ୱର:୧୭ ଦଫା ଦାବି ନେଇ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଆସନ୍ତା ୯ ତାରିଖରେ।

୧୯-ନୂଆ ଦିଲ୍ଲୀ:ଭାରତକୁ ପ୍ରତ୍ଯର୍ପିତ ହେବ ଖାଲିସ୍ଥାନ ଆତଙ୍କବାଦୀ ହରପ୍ରିତ।

୨୦-ପ୍ରବଳ ବର୍ଷା ପାଇଁ କେଦାରନାଥ ଯାତ୍ରା ବନ୍ଦ; ଉତ୍ତରାଖଣ୍ଡରେ ଭୂସ୍ଖଳନର ବିପଦ।

୨୧-ନୂଆଦିଲ୍ଲୀ: ଇତିହାସ ରଚିଲେ ଦକ୍ଷିଣ ଆଫ୍ରିକାର କ୍ରିକେଟର ଓ୍ଵିୟାନ ମୁଲଡର।ବୁଲାବାୟୋ ଟେଷ୍ଟରେ ତ୍ରିଶତକ ଅର୍ଜନ କଲେ।

୨୨-ଜାପାନ-ଦକ୍ଷିଣ କୋରିଆକୁ ଟ୍ରମ୍ପଙ୍କ ଝଟକା, ୨୫% ଟାରିଫ ଲଗାଇଲା ଆମେରିକା।

For more updates Join our WhatsApp Channel

Comments

Popular posts from this blog

News Headlines from Business News Agencies 21.07.2025

News Headlines from Business News Agencies 09.07.2025

News Headlines from Business News Agencies 07.07.2025

News Headlines from Business News Agencies 15.07.2025

ଖବର ଆଜିର ତାରିଖ:୦୫/୦୭/୨୫, ଶନିବାର

News Headlines from Business News Agencies 09.04.2025